ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକା ଘଟଣା: ଏମ୍‌ପି ଓ ବିଧାୟକଙ୍କ ନାଁରେ ମାମଲା

ରାଇରଙ୍ଗପୁର,୧୦ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟର ପ୍ରକଳ୍ପ ପ୍ରଶାସକ (ପିଏ)ଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ମୟୂରଭଞ୍ଜ ଏମ୍‌ପି ଇଂ.ବିଶ୍ୱେଶ୍ୱର ଟୁଡୁ ଏବଂ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଉପସ୍ଥିତିରେ ଗୁରୁବାର ସମର୍ଥକଗଣ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଥିଲେ। ଏନେଇ ଆଇଟିଡିଏ ପିଏ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଅଭିଯୋଗ କ୍ରମେ ଟାଉନଥାନା ପୋଲିସ ଏମ୍‌ପି ଓ ବିଧାୟକଙ୍କ ସହ ତାଙ୍କର କେତେକ ସମର୍ଥକଙ୍କ ନାମରେ ଏକ ମାମଲା(ନଂ.୮/୨୦) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଏମ୍‌ପି ଟୁଡୁ ଏବଂ ମାଝୀଙ୍କ ନେତୃତ୍ୱରେ କେତେକ ଜିଲାପରିଷଦ ସଦସ୍ୟ ଓ ଯୁବକର୍ମୀ ଆଇଟିଡିଏ କାର୍ଯ୍ୟାଳୟ ପିଏଙ୍କ ଅଫିସ ଚାମ୍ବରକୁ ଯାଇ ରାଇରଙ୍ଗପୁର ସବ୍‌ଡିଭିଜନ୍‌ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ରାଇରଙ୍ଗପୁର ସବ୍‌ଡିଭିଜନର ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗିବା ବେଳେ ସେ ଅସହଯୋଗ କରି ବିଶୋଇ ଅଞ୍ଚଳକୁ ଯିବାକୁ ବାହାରିଥିଲେ। ଏଥିରେ ଏମପି ଟୁଡୁ ଓ ତାଙ୍କ ସମର୍ଥକ କ୍ଷୋଭ ପ୍ରକାଶ କରିଥିଲେ। ଏହା ପରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାର କରି ତାଲା ପକାଇଥିଲେ। ଖବର ପାଇ ରାଇରଙ୍ଗପୁର ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁ ଏବଂ ସ୍ଥାନୀୟ ଟାଉନ୍‌ଥାନା ଅଧିକାରୀ ରେଣୁବାଳା ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ରାଇରଙ୍ଗପୁର ଉପଜିଲାପାଳ ଧର୍ମାନନ୍ଦ ବେହେରା, ଆଇଟିଡିଏ ପିଏ ସିଂ ଲାଗୁରୀଙ୍କ ଉପସ୍ଥିତିରେ ପୋଲିସ ଆଇଟିଡିଏ କାର୍ଯ୍ୟାଳୟ ଗ୍ରିଲ୍‌ ଭାଙ୍ଗିବା ପରେ ଲାଗୁରୀ ଓ ଅନ୍ୟ କର୍ମଚାରୀ କାର୍ଯ୍ୟାଳୟକୁ ପଶିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସମ୍ପର୍କରେ ବିଧାୟକ ମାଝୀଙ୍କୁ ପଚାରିବାରୁ ସେ ତାଲା ପକାଇବା ଘଟଣାକୁ ସ୍ବୀକାର କରିଥିଲେ ମଧ୍ୟ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri