ଆଇଏମ୍‌ଏମ୍‌ଟି ପରିସରରୁ ଜମି ଅଧିଗ୍ରହଣକୁ ବିରୋଧ:ବିଡିଏ ସ୍କ୍ବାଡ୍‌-ବୈଜ୍ଞାନିକ ମୁହାଁମୁହିଁ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଆଚାର୍ଯ୍ୟବିହାରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ପରିସରରୁ ଜମି ଅଧିଗ୍ରହଣ କରିବାକୁ ଆସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବିରୋଧର ସମ୍ମୁଖୀନ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ଅଧିକାରୀମାନେ ଏହି ଜମି ଅଧିଗ୍ରହଣ କରିବାକୁ ଯାଇଥିବାବେଳେ ଆଇଏମ୍‌ଏମ୍‌ଟିର କେତେଜଣ ବୈଜ୍ଞାନିକ ସେମାନଙ୍କୁ ବିରୋଧ କରିବା ସହ ଧାରଣା ଦେଇଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ମୁତାବକ, ୧୯୬୪ ମସିହାରେ ଆଇଏମ୍‌ଏମ୍‌ଟିକୁ ୨୦୦ ଏକର ଜମି ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଓକାକ୍‌, ପ୍ଲାନେଟୋରିୟମ ନିର୍ମାଣ ପାଇଁ ଏଥିରୁ ୨୩ ଏକର ଜମି ବାଦ୍‌ ପଡ଼ିଥିଲା। ତେବେ ଅବଶିଷ୍ଟ ୧୭୭ ଏକର ଜମି ରେଜିଷ୍ଟ୍ରେଶନ ପାଇଁ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଭୁଲ୍‌ବଶତଃ ରେଜିଷ୍ଟ୍ରେଶନ ସମୟରେ ୧୪୪ ଏକର ଜମି ଆଇଏମ୍‌ଏମ୍‌ଟିକୁ ମିଳିଥିଲା। ରାଜ୍ୟ ସରକାର ବଳକା ୩୩ ଏକର ଜମିରୁ ୧୯ ଏକର ଜମି ଫେରାଇ ନେବା ଲାଗି ଅନୁଷ୍ଠାନ ସହ ଆଲୋଚନା କରିଥିଲେ। ୧୯ ଏକର ଜମି ନେବା ପରେ ବଳକା ୧୪ ଏକର ଜମି ଅନୁଷ୍ଠାନ ନାମରେ ସରକାର ରେଜିଷ୍ଟ୍ରେଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ବିଡିଏକୁ ସମ୍ପୃକ୍ତ ୩୩ ଏକର ଜମି ଚିହ୍ନଟ କରିବାକୁ କହିଥିଲା। ଶୁକ୍ରବାର ବିଡିଏ ସ୍କ୍ବାଡ୍‌ ଏହି ଜମି ଦେଖିବାକୁ ଯାଇଥିବାବେଳେ ବୈଜ୍ଞାନିକମାନେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri