ଆଇଏମ୍‌ଏଫ୍‌ର ନୂଆ ମୁଖ୍ୟ ରେସ୍‌ରେ ରାଜନ

ନୂଆଦିଲ୍ଲୀ,୨୩-୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ନୂଆ ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ରେସ୍‌ରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ କୌଣସି ଭାରତୀୟଙ୍କୁ ନିର୍ବାଚିତ କରିବା ଲାଗି ଆଗତ ପ୍ରସ୍ତାବକୁ ବ୍ରିଟେନ ସମର୍ଥନ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ଉପରେ ଚାପ ବଢ଼ିବାରେ ଲାଗିଛି ବୋଲି ବ୍ରିଟିଶ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି କାରଣରୁ ରାଜନଙ୍କ ଚୟନ ସମ୍ଭାବନା ଅଧିକ ବଢ଼ିଯାଇଛି।
ସୂଚନାଥାଉ କି, କ୍ରିଷ୍ଟିନ ଲାଗାର୍ଡ ଗତ ସପ୍ତାହରେ ହଠାତ ଆଇଏମ୍‌ଏଫ୍‌ର ଏମ୍‌ଡି ପଦରୁ ଇସ୍ତଫା ଦେବା ପରେ ଏହା ବର୍ତ୍ତମାନ ଖାଲିପଡିଛି। ତାଙ୍କୁ ୟୁରୋପିୟନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ ଭାବେ ୟୁରୋପିୟନ କାଉନସିଲ୍‌ ଚୟନ କରିଛି। ତେବେ ଲାଗାର୍ଡେଙ୍କ ଇସ୍ତଫା ସେପ୍ଟେମ୍ବର ୧୨ରୁ କାର୍ଯ୍ୟକାରୀ ହେବ। ବ୍ରିଟିଶ ଦୈନିକ ଖବର କାଗଜ ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୟୁରୋପ ଓ ଆମେରିକା ବାହାରୁ ପରବର୍ତ୍ତୀ ଆଇଏମ୍‌ଏଫ୍‌ ମୁଖ୍ୟ ବାଛିବାକୁ ଦାବି ହେଉଥିବାରୁ ବ୍ରିଟିଶ ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ଟିମ୍‌ ଟୁଗେଣ୍ଡହ୍ୟାଟ୍‌ ନିଜ ଦେଶର ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ ପତ୍ର ଲେଖିଥିଲେ। ୫୩ ବର୍ଷୀୟ ରାଜନଙ୍କ ସମ୍ଭାବ୍ୟଙ୍କ ତାଲିକାରେ ସ୍ଥାନ ପାଇଥିବା ରିପୋର୍ଟରେ କୁହାଯାଇଛି। ରାଜନଙ୍କ ବ୍ୟତୀତ ଉକ୍ତ ପଦ ପାଇଁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ଗଭର୍ନର ମାର୍କ କାର୍ନି, ଡେଭିଡ୍‌ କ୍ୟାମେରୁନ ସରକାରରେ ଚାନ୍ସେଲର ରହିଥିବା ଜର୍ଜ ଓସ୍‌ବର୍ନ ଓ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ତଥା ୟୁରୋଜୋନ ସଙ୍କଟମୋଚନ କମିଟିର ମୁଖ୍ୟ ଜେରୋଇନ ଡିଜସସେଲବ୍ଲୋଏମ୍‌ଙ୍କ ନାମ ବିଚାର କରାଯାଉଛି। ସଣ୍ଡେ ଟାଇମ୍ସର ଇକୋନୋମିକ ଏଡିଟର ଡେଭିଡ୍‌ ସ୍ମିଥ୍‌ଙ୍କ କହିବାନୁଯାୟୀ, ବିକାଶଶୀଳ ଦେଶରୁ କୌଣସି ବ୍ୟକ୍ତିଙ୍କୁ ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଭାରତର କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ନର ରାଜନ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି। ପୂର୍ବରୁ ରାଜନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପରବର୍ତ୍ତୀ ଗଭର୍ନର ହୋଇପାରନ୍ତି ବୋଲି ବ୍ରିଟିଶ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ସେ ନିଜେ ଖଣ୍ଡନ କରିଛନ୍ତି। ସେ ଏହି ପଦ ପାଇଁ ଆବେଦନ କରିନାହାନ୍ତି ବୋଲି କହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri