ଆଇଏମ୍‌ଏଫ୍‌ର ନୂଆ ମୁଖ୍ୟ ରେସ୍‌ରେ ରାଜନ

ନୂଆଦିଲ୍ଲୀ,୨୩-୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ନୂଆ ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ରେସ୍‌ରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ କୌଣସି ଭାରତୀୟଙ୍କୁ ନିର୍ବାଚିତ କରିବା ଲାଗି ଆଗତ ପ୍ରସ୍ତାବକୁ ବ୍ରିଟେନ ସମର୍ଥନ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ଉପରେ ଚାପ ବଢ଼ିବାରେ ଲାଗିଛି ବୋଲି ବ୍ରିଟିଶ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି କାରଣରୁ ରାଜନଙ୍କ ଚୟନ ସମ୍ଭାବନା ଅଧିକ ବଢ଼ିଯାଇଛି।
ସୂଚନାଥାଉ କି, କ୍ରିଷ୍ଟିନ ଲାଗାର୍ଡ ଗତ ସପ୍ତାହରେ ହଠାତ ଆଇଏମ୍‌ଏଫ୍‌ର ଏମ୍‌ଡି ପଦରୁ ଇସ୍ତଫା ଦେବା ପରେ ଏହା ବର୍ତ୍ତମାନ ଖାଲିପଡିଛି। ତାଙ୍କୁ ୟୁରୋପିୟନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ ଭାବେ ୟୁରୋପିୟନ କାଉନସିଲ୍‌ ଚୟନ କରିଛି। ତେବେ ଲାଗାର୍ଡେଙ୍କ ଇସ୍ତଫା ସେପ୍ଟେମ୍ବର ୧୨ରୁ କାର୍ଯ୍ୟକାରୀ ହେବ। ବ୍ରିଟିଶ ଦୈନିକ ଖବର କାଗଜ ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୟୁରୋପ ଓ ଆମେରିକା ବାହାରୁ ପରବର୍ତ୍ତୀ ଆଇଏମ୍‌ଏଫ୍‌ ମୁଖ୍ୟ ବାଛିବାକୁ ଦାବି ହେଉଥିବାରୁ ବ୍ରିଟିଶ ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ଟିମ୍‌ ଟୁଗେଣ୍ଡହ୍ୟାଟ୍‌ ନିଜ ଦେଶର ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ ପତ୍ର ଲେଖିଥିଲେ। ୫୩ ବର୍ଷୀୟ ରାଜନଙ୍କ ସମ୍ଭାବ୍ୟଙ୍କ ତାଲିକାରେ ସ୍ଥାନ ପାଇଥିବା ରିପୋର୍ଟରେ କୁହାଯାଇଛି। ରାଜନଙ୍କ ବ୍ୟତୀତ ଉକ୍ତ ପଦ ପାଇଁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ଗଭର୍ନର ମାର୍କ କାର୍ନି, ଡେଭିଡ୍‌ କ୍ୟାମେରୁନ ସରକାରରେ ଚାନ୍ସେଲର ରହିଥିବା ଜର୍ଜ ଓସ୍‌ବର୍ନ ଓ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ତଥା ୟୁରୋଜୋନ ସଙ୍କଟମୋଚନ କମିଟିର ମୁଖ୍ୟ ଜେରୋଇନ ଡିଜସସେଲବ୍ଲୋଏମ୍‌ଙ୍କ ନାମ ବିଚାର କରାଯାଉଛି। ସଣ୍ଡେ ଟାଇମ୍ସର ଇକୋନୋମିକ ଏଡିଟର ଡେଭିଡ୍‌ ସ୍ମିଥ୍‌ଙ୍କ କହିବାନୁଯାୟୀ, ବିକାଶଶୀଳ ଦେଶରୁ କୌଣସି ବ୍ୟକ୍ତିଙ୍କୁ ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଭାରତର କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ନର ରାଜନ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି। ପୂର୍ବରୁ ରାଜନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପରବର୍ତ୍ତୀ ଗଭର୍ନର ହୋଇପାରନ୍ତି ବୋଲି ବ୍ରିଟିଶ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ସେ ନିଜେ ଖଣ୍ଡନ କରିଛନ୍ତି। ସେ ଏହି ପଦ ପାଇଁ ଆବେଦନ କରିନାହାନ୍ତି ବୋଲି କହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri