Categories: ବାଣିଜ୍ୟ

ଆଇଆରସିଟିସି ଆଣିବ ଆଇପିଓ;ବିକ୍ରି ହେବ ୧୨% ଅଂଶଧନ

ନୂଆଦିଲ୍ଲୀ,୨୩-୮: ରେଲଓ୍ବେର ପର୍ଯ୍ୟଟନ ଏବଂ ଖାଦ୍ୟ ବ୍ୟବସ୍ଥା ତଦାରଖ କରୁଥିବା ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି) ଖୁବଶୀଘ୍ର ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଆଣିବାକୁ ଯାଉଛି। ଏଥିଲାଗି ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ନିକଟରେ ଏହା ଆବଶ୍ୟକୀୟ ଦସ୍ତାବେଜ ଜମା କରାଯାଇଛି। ସରକାର ଆଇଆର୍‌ସିଟିସିର ୧୨% ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ବଜାର ସୂତ୍ର ଅନୁଯାୟୀ ଆଇଆର୍‌ସିଟିସି ପକ୍ଷରୁ ପ୍ରାୟ ୫୦୦ରୁ ୬୦୦ କୋଟି ଟଙ୍କାର ଆଇପିଓ ଆସିବାକୁ ଯାଉଛି। ଆଇଡିବିଆଇ କ୍ୟାପିଟାଲ ମାର୍କେଟ୍ସ ଆଣ୍ଡ ସିକ୍ୟୁରିଟିଜ, ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍ସ ଏବଂ ୟେସ୍‌ ସିକ୍ୟୁରିଟିଜ ଇଣ୍ଡିଆ ଏହି ଆଇପିଓକୁ ପରିଚାଳନା କରିବ। ଆଇପିଓ ଆସିବା ପରେ ଆଇଆର୍‌ସିଟିସିକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଓ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ ତାଲିକାଭୁକ୍ତ କରାଯିବ।

Share