ଅସ୍ୱାସ୍ଥ୍ୟକର ପରିବେଶରେ ଜିଲା ମୁଖ୍ୟ ଡାକ୍ତରଖାନା

କେନ୍ଦୁଝର, ୨୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସର ଉପଯୁକ୍ତ ସଫେଇ ହେଉନାହିଁ କିମ୍ବା ଏହାର ତଦାରଖ ହେଉ ନ ଥିବାରୁ ପରିସରରେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡୁଛି। ବର୍ଷାଦିନରେ ପରିବେଶ ଅଧିକ ଦୂଷିତ ହୋଇପଡୁଥିବାରୁ ରୋଗୀମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଡାକ୍ତରଖାନା ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ସରକାରଙ୍କ ନିର୍ମଳ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ଅବସ୍ଥାରେ ସୁଧାର ଆସୁନାହିଁ।
ପ୍ରକାଶ ଯେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଆଉଟସୋର୍ସିଂ ଜରିଆରେ ସଫେଇ କାମ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଉଛି। ଏହି କାମର ତଦାରଖ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ତଥା ଡାକ୍ତରଖାନା ପ୍ରଶାସନ ରହିଛନ୍ତି। ଏଥିପାଇଁ ଆଗରୁ ପାଖାପାଖି ମାସକୁ ୨ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ଏବେ ପାଖାପାଖି ୮ଲକ୍ଷ ଟଙ୍କା ବିନିଯୋଗ ହେଉଥିଲେ ହେଁ ଡାକ୍ତରଖାନା ପରିସର ଓ ଓ୍ବାର୍ଡ ପରିସର ଅବସ୍ଥା ଦେଖିଲେ କିପରି ବିନିଯୋଗ ହେଉଛି ତାହା ବେଶ୍‌ ଅନୁମାନ କରିହେବ। ଏଥିପାଇଁ ୪୨ ଜଣ କର୍ମଚାରୀ ଠିକା ସଂସ୍ଥା ନିୟୋଜିତ କରିଥିବା ବେଳେ ସୁପରଭାଇଜର ନିଯୁକ୍ତି କରିଥିବା ମଧ୍ୟ ଡାକ୍ତରଖାନା ପକ୍ଷରୁ ଜଣାପଡିଛି।
ସରକାରଙ୍କ ନିର୍ମଳ ଯୋଜନାରେ ଡାକ୍ତରଖାନାର ମଇଳା ଆବର୍ଜନା, ଡ୍ରେନ ସଫେଇ ଏବଂ ମଇଳା ଆବର୍ଜନା ପରିଚାଳନା ଆଦି କାମ କରାଯିବା କଥା । ଏପରିକି ଡାକ୍ତରଖାନା ଆଖପାଖରେ ବର୍ଷା ଯୋଗୁ ବହୁ ସ୍ଥାନରେ ପାଣି ଜମି ରହୁଥିବା ଏବଂ ଅନାବନା ଗଛର ଜଙ୍ଗଲକୁ ସଫା କରାଯାଉ ନ ଥିବାରୁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ସେହିପରି ବୁଲା କୁକୁର, ଗୋରୁ ତଥା ଛେଳି ମାନେ ଅବାଧ ପରିସରରେ ବୁଲୁଥିବାରୁ ଯାତାୟାତ ବ୍ୟାହତ ହେଉଛି। ମଇଳା ଆବର୍ଜନା ଜମା କରାଯାଉଥିବା ଆବର୍ଜନା ପରିଚାଳନା ପ୍ରକଳ୍ପରୁ ମଇଳା ଆବର୍ଜନା ନିୟମିତ ଉଠାଯାଉନାହିଁ। ଡ୍ରେନରେ ପାଣି ଓ ଆବର୍ଜନା ଜମା ହୋଇ ରହୁଥିବା, ନିୟମିତ ଉନ୍ନତମାନର ବ୍ଲିଚିଂ ପାଉଡର, ଫିନାଇଲ ଆଦି ପକା ଯାଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ରୋଗୀମାନେ ଅଭିଯୋଗ କରିଆସୁଛନ୍ତି। ସେହିପରି ଡାକ୍ତରଖାନା ପରିସୀମା ଓ ଶୌଚାଳୟକୁ ଲାଗିଥିବା ହୋଟେଲର ମଇଳା ଆବର୍ଜନା ଯୋଗୁ ପରିବେଶ ପ୍ରଦୂଷିତ ହେବା ସହ ଏଠାରେ ରୋଗୀଙ୍କ ସମ୍ପର୍କୀୟ ରୋଗଗ୍ରସ୍ତ ହେବା ସମ୍ଭାବନା ଥିଲେ ହେଁ ପଦକ୍ଷେପ ନିଆଯାଉନାହିଁ। ଚିକିତ୍ସା ପାଇଁ ଆସି ରୋଗୀ ଯଦି ପୁଣି ରୋଗରେ ପଡିବେ ତେବେ ନିର୍ମଳ ଯୋଜନା କିପରି ସୁଫଳ ଲାଭ କରିବ ବୋଲି ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ହୋଇଥିଲେ ହେଁ କିପରି ସଫେଇ ହେଉନାହିଁ ତାହା ତଦନ୍ତ କରିବା ଆବଶ୍ୟକ। ଏଣୁ ମୋ ସରକାର ଯୋଜନାରେ ଏଭଳି ସମସ୍ୟାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ ଡାକ୍ତରଖାନା ପରିସରର ସଫେଇ କାମର ତଦାରଖ କରିବା ପାଇଁ ସୁପରଭାଇଜର ଅଛନ୍ତି। ରୋଗୀଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ। କାମରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri