ଅସ୍ଥାୟୀ ମେଡ଼ିକାଲ୍‌ କ୍ୟାମ୍ପ ପରିଦର୍ଶନ କଲେ ଏମ୍‌ପି

ବାରିପଦା ଅଫିସ, ୬ା୫- ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁ ଶିମିଳିପାଳ ଭିତରେ ଥିବା ୩ଟି ପଞ୍ଚାୟତର ସମସ୍ତ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ବୁଲି ଦେଖିଛନ୍ତି। କେଉଁଠି ଖଟ ଓ ବେଡ୍‌ସିଟ ପଡ଼ି ନ ଥିବା ଏବଂ କେଉଁଠି ବିଦ୍ୟୁତ୍‌ ସେବା ଉପଲବ୍ଧ ନ ଥିବା ଏମ୍‌ପି କହିଛନ୍ତି। ଏହି ୩ଟି ଅସ୍ଥାୟୀ କେନ୍ଦ୍ର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଦାୟିତ୍ୱରେ ରହିଥିବାରୁ ଏମ୍‌ପି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ୩ଟି କେନ୍ଦ୍ରରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ସୁଧୁରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଏମ୍‌ପି ପରାମର୍ଶ ଦେଇଛନ୍ତି।