ଅସୁରକ୍ଷିତ ବୈତରଣୀ ସୁରକ୍ଷାବନ୍ଧ

ଆନନ୍ଦପୁର,୨୩।୬(ସ୍ବ.ପ୍ର.)- ବନ୍ୟା ଦାଉରୁ ଆନନ୍ଦପୁର ପୌରପରିଷଦ ଏବଂ ଆନନ୍ଦପୁର ବ୍ଲକ ଅଞ୍ଚଳର ଅନେକ ସ୍ଥାନର ସୁରକ୍ଷା ଦୃଷ୍ଟିରୁ ୨୦୧୬ ମାର୍ଚ୍ଚ ୧ ତାରିଖ ଦିନ ବୈତରଣୀ ନଦୀର ବାମ ପାର୍ଶ୍ୱ ନଦୀ ବନ୍ଧକୁ ସୁଦୃଢ ଓ ପ୍ରଶସ୍ତୀକରଣ କରାଯିବା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥି ନିମନ୍ତେ ଆନନ୍ଦପୁର ବ୍ରିଜଛକ ଠାରୁ ତରଭା ପର୍ଯ୍ୟନ୍ତ ବୈତରଣୀ ନଦୀ ବନ୍ଧର ପୁନଃ ନିର୍ମାଣ କାର୍ଯ୍ୟ ନିମନ୍ତେ ୧୨.୧୫ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ଏହି ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଏକ କମ୍ପାନୀକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଏହି ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ୨୦୧୭ ସେପ୍ଟେମ୍ବର ମାସ ୨ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଡିସପ୍ଲେ ବୋର୍ଡରେ ଲେଖାଯାଇଛି କିନ୍ତୁ ତାହା ଅଦ୍ୟାବଧି ସରିନାହିଁ। ସବୁଆଡ଼େ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ଲୋକେ ଏନେଇ ଭୟଭୀତ ହୋଇପଡ଼ିଛନ୍ତି।
ଅନେକ ସ୍ଥାନରେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ସାମାନ୍ୟ ବର୍ଷାରେ ବନ୍ଧର ପଥର ପ୍ୟାକିଂ ଧୋଇଯାଇ ବନ୍ୟାସୁରକ୍ଷା ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ଆନନ୍ଦପୁର ଅଞ୍ଚଳରେ ଠିକାଦାରଙ୍କ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସ୍ଥାନୀୟ ଜଳସମ୍ପଦ ବିଭାଗ ନିର୍ମାଣ କାର୍ଯ୍ୟକୁ ସଠିକ୍‌ ତଦାରଖ କର ନ ଥିବାରୁ ଏଷ୍ଟିମେଟ୍‌ ଅନୁଯାୟୀ କାର୍ଯ୍ୟ ହେଉନାହିଁ। ଫଳରେ ଠିକାଦାରଙ୍କ କାର୍ଯ୍ୟ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିରୋଧ କରିଆସୁଛନ୍ତି। ସୁରକ୍ଷାବନ୍ଧର ନିର୍ମାଣ ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ବନ୍ଧର ନିର୍ମାଣ କାର୍ଯ୍ୟ ଶେଷ ହୋଇନି। ଯେଉଁ କେତେକ ସ୍ଥାନରେ ପିଚୁ କରାଯାଇଛି ତାହା ଉଠିବାକୁ ବସିଲାଣି। ଯାହାକୁ ନେଇ ଏବେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ସୂଚନାଯୋଗ୍ୟ ୨୦୧୭ ନଭେମ୍ବର ୭ ତାରିଖରେ ବୈତରଣୀ ନଦୀର ବାମ ପାର୍ଶ୍ୱ ଆନନ୍ଦପୁର ବ୍ରିଜ୍‌ ଛକ ଠାରୁ ତରଭା ପର୍ଯ୍ୟନ୍ତ ଥିବା ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ଫକୀରପୁର ଠାରେ ଚାଲିଥିବା ସମୟରେ ଗ୍ରାମବାସୀଙ୍କ ବିରୋଧର ଶିକାର ହେବାକୁ ପଡିଥିଲା। ପୁରୁଣା ବନ୍ୟା ପ୍ରତିରୋଧକ ବନ୍ଧକୁ ଓସାରିଆ କରାଯିବା ସହିତ ମେଟାଲିଂ ଓ ପିଚୁ କରାଯିବା ଓ ପ୍ୟାଚିଂ କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଥିବାବେଳେ କାର୍ଯ୍ୟ କରୁଥିବା ଠିକାଦାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ଧର ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ସୁଦ୍ଧା ସେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଖୋଲାଖୋଲି ମନା କରିଦେଇଥିଲେ ବୋଲି ଫକୀରପୁର ଗ୍ରାମର ବିଭୁତୀ ଭୁଷଣ ମହାନ୍ତି ସୂଚନା ଦେଇଛନ୍ତି। ଏହି ବନ୍ଧର ସ୍ଥାନେ ସ୍ଥାନେ ମୃତ୍ତିକାକ୍ଷୟ ଯୋଗୁ ପଥର ପ୍ୟାକିଂ ସବୁ ଦୁର୍ବଳ ଅବସ୍ଥାରେ ରହିଛି। ବନ୍ୟା ସୁରକ୍ଷା ବନ୍ଧ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ କାର୍ଯ୍ୟଶୈଳୀକୁ ବିଧିବଦ୍ଧ ତଦନ୍ତ କରିବାଲାଗି ଫକୀରପୁର ଯୁବକ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri