ଅସୁବିଧା ସମୟରେ ଭଡାଟିଆଙ୍କୁ ସାହା ହେଲେ ଘର ମାଲିକ

ନଏଡା,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସମସ୍ତେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ କେତେକ ଲୋକ ନିଜର ମାନବିକତାର ପରିଚୟ ମଧ୍ୟ ଦେଉଛନ୍ତି। ଲକ୍‌ଡାଉନ୍‌ ସମୟରେ ଯାହାର ଯେତିକି ସାମାର୍ଥ୍ୟ ସେ ସେହି ଅନୁସାରେ ଲୋକଙ୍କୁ ସହାୟତା କରି ଚାଲିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ନଏଡାରେ ରହୁଥିବା ଜଣେ ଘର ମାଲିକଙ୍କ ବାଦ୍ୟନତା ଦେଖିବାକୁ ମିଳିଛି। ଘରମାଲିକ କୁଶଲ ପାଲ ନିଜର ୫୦ଭଡାଟିଆଙ୍କ ଭଡା ଛାଡ କରିଥିବା ଜଣାପଡ଼ିଛି। ଏଥିସହ ଘର ନ ଛାଡିବାକୁ ମଧ୍ୟ ସେ ନିବେଦନ କରିଛନ୍ତି। ଏତଦ୍‌ ବ୍ୟତୀତ ଖାଇବା ପାଇଁ ଭଡାଟିଆଙ୍କୁ ରାଶନ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଛନ୍ତି। ପ୍ରତି ଘରକୁ ୫କିଲୋ ଅଟା ଯୋଗାଇଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନଏଡାରେ କରୋନାର ପ୍ରକୋପ ଜାରି ରହିଛି। ସେଠାରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୩୨ଜଣ ସଂକ୍ରମିତ ହୋଇଛନ୍ତି।

Share