ଅସମୟରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ଅନୁମତି

ନୀତୀନ ସେଠୀ
ଜାନୁୟାରୀ ୨, ୨୦୧୮ରେ ଭାଜପା ସରକାର ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମକାନୁନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ତା’ପରେ ଅଚିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉକ୍ତ ବଣ୍ଡ୍‌ଗୁଡ଼ିକର ବେଆଇନ ବିକ୍ରିକୁ ଅନୁମତି ଦେବା ପାଇଁ ସେହି ନିୟମ ଭାଙ୍ଗିବାକୁ ଆଦେଶ ଦେଇଥିଲେ। ପ୍ରଥମେ ଏହାକୁ ଏକ ବ୍ୟତିକ୍ରମ ଭାବେ ଯୁକ୍ତିଯୁକ୍ତ ଦର୍ଶାଇ ପରେ ଅଭ୍ୟାସରେ ପରିଣତ କରାଗଲା। ଭାରତୀୟ ରିଜର୍ଭ ବ୍ୟାଙ୍କ, ନିର୍ବାଚନ କମିଶନ ଓ କେତେକ ବିରୋଧୀ ଦଳର ବିରୋଧ ସତ୍ତ୍ୱେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ କରାଗଲା। ଏହାଦ୍ୱାରା ବଡ଼ ବଡ଼ ଦେଶୀ ବିଦେଶୀ ବ୍ୟବସାୟିକ ସଂସ୍ଥା ପକ୍ଷରୁ ବେନାମୀ ଅସୀମିତ ରାଜନୈତିକ ଦାନ ଗ୍ରହଣର ପଥ ସୁଗମ କରାଗଲା।
ପ୍ରଥମେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ ୨୦୧୭ ବଜେଟ ଅଭିଭାଷଣରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ବନ୍ଧରେ ଘୋଷଣା କଲେ। ପ୍ରସ୍ତାବ ଅନୁସାରେ ଦାତାମାନେ ନିଜର ନାମ ଓ ଦାନର ଉତ୍ସ ଗୋପନ ରଖିବେ ଏବଂ ରାଜନୈତିକ ଦଳଗୁଡ଼ିକ ମଧ୍ୟ କାହାଠାରୁ ଦାନ ପାଇଲେ ତାହା ପ୍ରକାଶ କରିବେ ନାହିଁ। ତା’ପରେ ସେହି ସମୟରେ ଆଉ ଏକ ପରିବର୍ତ୍ତନ କରାଗଲା ଯେଉଁଥିରେ ଦାନ ପରିମାଣର ସୀମାକୁ ଉଠାଇ ଦିଆଗଲା। ଅର୍ଥାତ୍‌ କର୍ପୋରେଟ୍‌ଗୁଡ଼ିକ ନିଜ ପସନ୍ଦର ରାଜନୈତିକ ଦଳଗୁଡ଼ିକୁ ମନଇଚ୍ଛା ଦାନ କରିପାରିବେ। ଶେଷକୁ ୨୦୧୮ ଜାନୁୟରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବରରେ ସରକାର ୪ଟି ୧୦-ଦିନିଆ ଓ୍ବିଣ୍ଡୋ ଖୋଲିବାର ବ୍ୟବସ୍ଥା କଲେ, ଯାହା ମାଧ୍ୟମରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଦାତାମାନଙ୍କୁ ବଣ୍ଡ୍‌ ବିକ୍ରି କରିପାରିବ। ଯେଉଁ ବର୍ଷ ସାଧାରଣ ନିର୍ବାଚନ ହେବାର ଥିବ, ସେ ବର୍ଷ ଅତିରିକ୍ତ ୩୦ ଦିନ ବଣ୍ଡ ବିକ୍ରି କରିବା ପାଇଁ ମଧ୍ୟ ନିୟମ ରହିଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ସମୟରେ ପିଏମ୍‌ଓ ଅର୍ଥ ମନ୍ତ୍ରଣାଳୟକୁ ନିଜ ନିୟମ ଭାଙ୍ଗିବା ପାଇଁ କହିଥିବା ସ୍ବଚ୍ଛତା କର୍ମୀ କମୋଡୋର ଲୋକେଶ ବାତ୍ରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପାଇଥିବା ଅପ୍ରକାଶିତ ସରକାରୀ ଦଲିଲରୁ ଜଣାପଡ଼ିଛି। ଉକ୍ତ ବିଧାନସଭା ନିର୍ବାଚନଗୁଡ଼ିକ ହେଉଛି- କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା। ମୋଦି ସରକାରଙ୍କ ପ୍ରଥମ ପାଳିର ଶେଷ ପର୍ଯ୍ୟାୟରେ ଏହି ନିର୍ବାଚନଗୁଡ଼ିକ ଥିଲା।
୨୦୧୮ ମାର୍ଚ୍ଚରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିର ପ୍ରଥମ ଦଫାରେ ଭାରତୀୟ ଜନତା ଦଳ (ଭାଜପା) ପାଇଥିଲା ସମସ୍ତ ରାଜନୈତିକ ଦାନର ସିଂହଭାଗ ୯୫ ପ୍ରତିଶତ। ଦଳର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଓ୍ବିଣ୍ଡୋ ଖୋଲିବା ଲାଗି ପିଏମ୍‌ଓର ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମନି ଲଣ୍ଡରିଂକୁ ରୋକିବା ହିଁ ଥିଲା ସୀମିତ ବିକ୍ରି ଅବଧିର ଉଦ୍ଦେଶ୍ୟ। ହଫ୍‌ପୋଷ୍ଟ ଇଣ୍ଡିଆର ରିପୋର୍ଟ ଅନୁସାରେ ବଣ୍ଡ୍‌ ବର୍ଷକୁ ମାତ୍ର ଦୁଇଥର ସ୍ବଳ୍ପ ଅବଧି ପାଇଁ ବିକ୍ରି କରିବା ଲାଗି ଆର୍‌ବିଆଇ ପରାମର୍ଶ ଦେଇଥିଲା। ପ୍ରଥମ ସୁଯୋଗରେ ହିଁ ବଣ୍ଡ୍‌ ବିକ୍ରିର ନିୟମ ଭଙ୍ଗାଯାଇଥିଲା। ଏପ୍ରିଲ ୨୦୧୮ରେ ଏସ୍‌ବିଆଇ ପ୍ରଥମ ଦଫା ବଣ୍ଡ୍‌ ବିକ୍ରି କରିବା କଥା। କିନ୍ତୁ ମାସକ ପୂର୍ବରୁ ମାର୍ଚ୍ଚ ୨୦୧୮ରେ ତାହା କରାଯାଇଥିଲା। ଏଥିରେ ମିଳିଥିବା ୨୨୨ କୋଟି ଟଙ୍କାରୁ ଭାଜପା ପାଇଥିଲା ୯୫%। ତା’ ପରମାସରେ ବଣ୍ଡ୍‌ ବିକ୍ରି ପାଇଁ ଏସ୍‌ବିଆଇ ଆଉ ଏକ ଓ୍ବିଣ୍ଡୋ ଖୋଲିଥିଲା। ଏଥିରେ ୧୧୪.୯୦ କୋଟି ଟଙ୍କାର ବଣ୍ଡ୍‌ କ୍ରୟ କରାଯାଇ ରାଜନୈତିକ ଦଳଗୁଡ଼ିକୁ ଦାନ କରାଯାଇଥିଲେ ମଧ୍ୟ ସରକାର ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ। ୨୦୧୮ ମେ’ରେ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ ପିଏମ୍‌ଓ ଅର୍ଥ ମନ୍ତ୍ରଣାଳୟକୁ ଆଉ ଏକ ସ୍ବତନ୍ତ୍ର ଓ୍ବିଣ୍ଡୋ ୧୦ ଦିନ ପାଇଁ ଖୋଲିବାକୁ ଆଦେଶ ଦେଇଥିଲା। ଗୁରୁତ୍ୱପୂର୍ଣ୍ଣ ବିଧାନ ସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ଏହା କରାଯାଇଥିବା ନେଇ ଅର୍ଥ ମନ୍ତ୍ରଣାଳୟର ଜଣେ ଅଫିସରଙ୍କ ନୋଟ୍‌ରୁ ଜଣାପଡ଼ିଛି।
ବର୍ତ୍ତମାନର ନିୟମରେ ଏ ବ୍ୟବସ୍ଥା ନାହିଁ। ଜାନୁୟାରୀ ୨, ୨୦୧୮ରେ ଇସ୍ୟୁ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ବିଜ୍ଞପ୍ତିର ପାରା ୮(୦୨)ରେ ଅଛି: କେବଳ ଲୋକ ସଭା ନିର୍ବାଚନ ସମୟରେ ଅତିରିକ୍ତ ଓ୍ବିଣ୍ଡୋ ଖୋଲାଯାଇ ପାରିବ, କୌଣସି ବିଧାନ ସଭା ନିର୍ବାଚନ ସମୟରେ ନୁହେଁ। ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କଥା ବୁଝୁଥିବା ଅର୍ଥ ବ୍ୟାପାର ବିଭାଗ ଉପନିର୍ଦ୍ଦେଶକ ବିଜୟ କୁମାର ୨୦୧୮ ଏପ୍ରିଲ ୩ରେ ଏକ ଆଭ୍ୟନ୍ତରୀଣ ଫାଇଲରେ ଏହା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ୟା ସମ୍ଭବତଃ ପିଏମ୍‌ଓରେ ନୁହେଁ, ନିୟମରେ ଅଛି, ତେଣୁ ନିୟମ ବଦଳାଯିବା ଉଚିତ। ସେ ଲେଖିଛନ୍ତି ଯେ, ନିୟମ ପ୍ରସ୍ତୁତ କରିବା ସମୟରେ ନିୟମ ଲେଖିବାବାଲାର ଉଦ୍ଦେଶ୍ୟ ସେଥିରେ ପ୍ରତିଫଳିତ ହୋଇ ନାହିଁ। କାରଣ ରାଜନୈତିକ ଦାନ ସବୁବେଳେ ଉଭୟ ଲୋକ ସଭା ଓ ବିଧାନ ସଭା ନିର୍ବାଚନରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଅନିଚ୍ଛାକୃତ ଭାବେ ନିୟମର ଡ୍ରାଫ୍ଟ ପ୍ରସ୍ତୁତ କଲାବେଳେ ସେଥିରେ ବିଧାନ ସଭା ନିର୍ବାଚନ କଥା ଲେଖାଯାଇପାରି ନାହିଁ। ତେଣୁ ତା’ର ସଂଶୋଧନ ହେବା ଉଚିତ। କିନ୍ତୁ ଅର୍ଥ ବ୍ୟାପାର ସଚିବ ଏସ୍‌.ସି. ଗର୍ଗ ତାଙ୍କର ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ। ଏପ୍ରିଲ ୪, ୨୦୧୮ରେ ସେ ଲେଖିଛନ୍ତି ଯେ ଉକ୍ତ ସ୍ବତନ୍ତ୍ର ଓ୍ବିଣ୍ଡୋ କେବଳ ଲୋକ ସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ। ଯଦି ବିଧାନ ସଭା ନିର୍ବାଚନରେ ତାହା ଖୋଲିବା ତେବେ ବର୍ଷକ ଭିତରେ ଅନେକ ସ୍ବତନ୍ତ୍ର ଓ୍ବିଣ୍ଡୋ ଖୋଲା ହୋଇଯିବ। ତା’ର ଏକ ସପ୍ତାହ ପରେ ଏପ୍ରିଲ ୧୧, ୨୦୧୮ରେ ପିଏମ୍‌ଓ ନିୟମ ବିରୋଧରେ କାର୍ଯ୍ୟ କରିବାକୁ ଚାହୁଁଥିବା ଦର୍ଶାଇଥିଲେ। ସେ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଲେଖିଲେ। ପ୍ରଥମ ଥର ପାଇଁ ଜଣେ କେହି ଅଧିକାରୀ ପିଏମ୍‌ଓର ନିର୍ଦ୍ଦେଶ ବିରୋଧରେ ଲିଖିତ ଆକାରରେ ଉପରିସ୍ଥ ଅଧିକାରୀଙ୍କୁ ଦେବାକୁ ସାହସ କଲେ। ଭାରତୀୟ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ସ୍ବୟଂ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କିଛି କରାଗଲେ ମଧ୍ୟ ତାହା ପିଏମ୍‌ଓ ନିର୍ଦ୍ଦେଶରେ କରାଗଲା ବୋଲି ଲେଖାଯାଏ। ତେବେ ଗର୍ଗ ଖୁବ୍‌ ଶୀଘ୍ର ଘରାରେ ପଡ଼ିଗଲେ ଓ ନିଜର ସ୍ଥିତି ବଦଳାଇଦେଲେ। ଏପ୍ରିଲ ୧୧ରେ ସେ ନିଜେ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ପାଖକୁ ଲେଖିଲେ ଯେ ସାଧାରଣ ନିର୍ବାଚନ ନ ଥିଲା ବେଳେ ବର୍ଷରେ ଚାରିଥର ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଆବଶ୍ୟକତାକୁ ଚାହିଁ ୨୦୧୮ ମେ ୧ରୁ ୧୦ ଭିତରେ ଏକ ବ୍ୟତିକ୍ରମ ଭାବରେ ଆମେ ଅତିରିକ୍ତ ଓ୍ବିଣ୍ଡୋ ଖୋଲିପାରିବା ବୋଲି ଗର୍ଗ ପ୍ରସ୍ତାବ ଦେଇଥିଲେ। ସେହି ଆବଶ୍ୟକତାଟା କ’ଣ ବୋଲି ଗର୍ଗ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଜେଟ୍‌ଲୀ ଏକ ବ୍ୟତିକ୍ରମ ଭାବରେ ଆଦେଶନାମାରେ ସ୍ବାକ୍ଷର କରିଥିଲେ। ଅର୍ଥ ମନ୍ତ୍ରଣାଳୟ ଏକ ଫାଇଲରେ ଦାବି କରିଛି ଯେ କର୍ନାଟକ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପିଏମ୍‌ଓର ନିର୍ଦ୍ଦେଶରେ ଏକ ବ୍ୟତିକ୍ରମ ଭାବେ ଉକ୍ତ ବେଆଇନ ବଣ୍ଡ୍‌ ବିକ୍ରିକୁ ଅନୁମତି ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ହଫ୍‌ପୋଷ୍ଟକୁ ଆସନ୍ତା ବର୍ଷର ବଜେଟ ପ୍ରସ୍ତୁତି ଚାଲିଥିବାରୁ ନିର୍ଦ୍ଦିଷ୍ଟ ପ୍ରଶ୍ନର ସବିଶେଷ ଉତ୍ତର ଦିଆଯାଇ ପାରିବ ନାହିଁ ଏବଂ ଯାହା କରାଯାଇଛି ଜନସ୍ବାର୍ଥରେ ସରଳ ବିଶ୍ୱାସରେ କରାଯାଇଛି ବୋଲି କୁହାଯାଇଥିବା ବେଳେ ପିଏମ୍‌ଓ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। (ସୌଜନ୍ୟ: ହଫିଂଟନପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri