ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଦମକଳ ବାହିନୀ ପୋଷାକ ପିନ୍ଧିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବୋଟଙ୍କ ଫଟୋ ଭାଇରାଲ

ସିଡ୍‌ନୀ,୨୨।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲିଭିବାର ନାଁ ଧରୁନି। ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବୋଟଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୬୨ ବର୍ଷ ବୟସ୍କ ଟୋନି ଦମକଳ ବାହିନୀ ପୋଷାକ ପିନ୍ଧି ନିଆଁ ଲିଭାଉଥିବାର ଫଟୋକୁ ଶେୟାର କରାଯାଇଛି। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ଟୋନି ୧୦ ବର୍ଷରୁ ଅଧିକ ସମୟ ଧରି ଗ୍ରାମୀଣ ଦମକଳ ବାହିନୀର ଭଲ୍ୟୁଣ୍ଟର ଭାବେ କାର୍ଯ୍ୟ କରୁଥିଲେ।

Share