ଅଶାଳୀନ ଶବ୍ଦ ବ୍ୟବହାର ଯୋଗୁ ଆଲିୟାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ଉଚ୍ଚକୋଟୀର ଅଭିନୟ ସହ ବେପରୁଆ ମନ୍ତବ୍ୟ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏ କଥା ମଧ୍ୟ ସତ ଯେ, ରଣବୀର କପୁରଙ୍କ ସହ ତାଙ୍କ ରିଲେସନଶିପ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ପୂର୍ବରୁ କରଣ ଜୋହରଙ୍କ ଏକ ପପୁଲାର୍‌ ଟିଭି ଶୋ’ରେ ମଧ୍ୟ ଆଲିୟା ଗୋଟିଏ ପ୍ରଶ୍ନର ଏଭଳି ଉତ୍ତର ଦେଇଥିଲେ ଯେ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ଏବେ ପୁଣି କରଣ ଜୋହରଙ୍କ କାର୍ଯ୍ୟକ୍ରମରେ ଏଭଳି କିଛି କହି ଆଲିୟା ଚର୍ଚ୍ଚାରେ ଅଛନ୍ତି।
ମାମି ମୁଭି ମେଲା ଓ୍ବିଥ୍‌ ଷ୍ଟାର୍ସ ୨୦୧୯’ କାର୍ଯ୍ୟକ୍ରମରେ ରବିବାର କରୀନା କପୁର ଖାନ୍‌ ଓ ଆଲିୟା ଭଟ୍ଟ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ କରଣ ଜୋହର ଉଭୟଙ୍କୁ କିଛି ପ୍ରଶ୍ନ ପଚାରୁଥିଲେ। ଏହାରି ଭିତରେ କରଣଙ୍କ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ଆଲିୟା କହୁ କହୁ ଅଶାଳୀନ ଭାଷା କହିଦେଇଥିଲେ। ଉତ୍ତର ରଖିବାବେଳେ ଆଲିୟା ମନଖୋଲି କରୀନାଙ୍କୁ ପ୍ରଶଂସା କରିବାକୁ ଲାଗିଲେ। “ଲୋକ କିଛି ବି କୁହନ୍ତି, କିନ୍ତୁ କରୀନା ବିବାହ ପରେ ବି କିପରି ନିଜକୁ ଫିଟ୍‌ ରଖିଛନ୍ତି, ବାହାଘର ପରେ ବି ଫିଲ୍ମ ପରେ ଫିଲ୍ମ କରିଚାଲିଛନ୍ତି, କେତେ ହଟ୍‌ ଦେଖାଯାଆନ୍ତି, ଏପରି କି ସେ ଚପଲ ଆଉ ଟି-ଶାର୍ଟରେ ମଧ୍ୟ ଖୁବ୍‌ ସୁନ୍ଦର ଦେଖାଯାଆନ୍ତି” ଏପରି ଅନେକ ପ୍ରଶଂସା କରୁ କରୁ ଆଲିୟାଙ୍କ ମୁହଁରୁ ହଠାତ୍‌ ଅପଶବ୍ଦ ବାହାରିଗଲା। ଏତିକି ବେଳେ ଉପସ୍ଥିତ ଦର୍ଶକ ଚିଲାଇବା ଆରମ୍ଭ କରିଥିଲେ ଓ କରୀନା ଲାଜରେ ନିଜ ମୁହଁ ଉପରେ ହାତ ରଖିଦେଇଥିଲେ। ମତେବେ ଲାଇଭ୍‌ ଶୋ’ରେ ଆଲିୟା ଏଭଳି ଅପଶବ୍ଦ ବ୍ୟବହାର କରିବେ ବୋଲି ହୁଏତ କରଣ ଆଶା କରି ନ ଥିଲେ। ତେଣୁ ସେ ପ୍ରଥମେ ଶୁଣି ପାରି ନ ଥିବାବେଳେ ପରେ ଦର୍ଶକମାନେ ଚିଲାଇବାରୁ କାରଣ ପଚାରି ବୁଝିଥିଲେ। ଏହାପରେ ସେ ଆଲିୟାଙ୍କୁ ହସି ହସି କହିଥିଲେ “ତୁମକୁ ମୁଁ ଏଭଳି ସଂସ୍କାର ଶିଖାଇଛି?” ଏ ସମସ୍ତ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଆଲିୟାଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri