Categories: ଫୁରସତ

ଅଳ୍ପ ବୟସରେ କଠିନ କାମ

ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍‌ ହୁଇମିନ୍‌ଙ୍କୁ ଦେଖାଯାଉ। ତାଙ୍କୁ ଯେତେବେଳେ ମାତ୍ର ଆଠବର୍ଷ ହୋଇଥିଲା ସେ ନିଷ୍ପତ୍ତି ନେଇଥିଲେ ମାରାଥନ ଦଉଡ଼ିବେ। ପ୍ରଥମେ ତ ବାପାମା’ଙ୍କର ବିଶ୍ୱାସ ହୋଇ ନ ଥିଲା। କାରଣ ସେମାନଙ୍କ ଦୃଷ୍ଟିରେ ଝାଙ୍ଗ୍‌ ଥିଲେ କୁନି ଝିଅଟେ। ତାକୁ ବୟସ ମାତ୍ର ଆଠବର୍ଷ। ହେଲେ ସେମାନେ ଏକଥା ଜାଣି ନ ଥିଲେ ଯେ, ତା’ର ସେଇ କୁନି କୁନି ପାଦ ଦୁଇଟାରେ ରହିଛି ଅପରିମିତ ଶକ୍ତି । ଝାଙ୍ଗ୍‌ ଚାଇନାର ଦକ୍ଷିଣାଞ୍ଚଳ ସହର ସାନ୍ୟାରୁ ତାଙ୍କର ଦୌଡ଼ ଆରମ୍ଭ କରିଥିଲେ। ଆଉ ସଫଳତାର ସହିତ ବେଜିଂ ସହରରେ ପହଞ୍ଚତ୍ଥିଲେ। ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିବାକୁ ତାଙ୍କୁ ଲାଗିଥିଲା ୫୫ଦିନ। ଝାଙ୍ଗ୍‌ଙ୍କ ସହିିତ ତାଙ୍କର ବାପା ଓ ଅନ୍ୟମାନେ ବି ତାଳ ଦେଇଥିଲେ। ତେବେ ସେମାନେ କେତେବେଳେ ସାଇକେଲ୍‌ରେ ତ କେତେବେଳେ ଗାଡ଼ିରେ ଯାଇ ତାଙ୍କର ଉତ୍ସାହ ବଢ଼ାଉଥିଲେ। ଏବେ ଝାଙ୍ଗ୍‌ଙ୍କୁ ୨୦ବର୍ଷ।

Share