ଅଳିଆ ସଫା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାରଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ସଦା ଜାରି ରହିଛି। ନିକଟରେ ପାର୍ଲାମେଣ୍ଟରେ ପ୍ରଦତ୍ତ ସୂଚନା ଅନୁସାରେ ଗତ ପାଞ୍ଚବର୍ଷ ଭିତରେ ଦୁର୍ନୀତି କରିଥିବା ଅଭିଯୋଗରେ ସରକାର ଦୁଇଜଣ ଆଇଏଏସ୍‌ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ନଅଜଣ ଆଇପିଏସ୍‌ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ତା’ଛଡ଼ା କେନ୍ଦ୍ର ସରକାର ୨୩ ଜଣ ଆଇଏଏସ୍‌ ଅଫିସର ଓ ୪ ଜଣ ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମକଦ୍ଦମା ଚଳାଇବା ପାଇଁ ଅନୁମତି ଦେଇଛନ୍ତି। ପ୍ରଶାସନରେ ଚାଲିଥିବା ଏହି ଦୁର୍ନୀତି ବିରୋଧୀ ଅଭିଯାନ ହେଉଛି ଜନସ୍ବାର୍ଥ ଦୃଷ୍ଟିରୁ ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ମୋଦି ସରକାରଙ୍କ ସଂକଳ୍ପର ଏକ ଅଂଶବିଶେଷ। ଏହା ପୂର୍ବରୁ ଚଳିତବର୍ଷ ଦୁର୍ନୀତି ଓ ଲାଞ୍ଚ ମାମଲାରେ ସରକାର ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ୨୭ ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏଭଳି ଗୁରୁତର ଅଭିଯୁକ୍ତ ବାବୁମାନଙ୍କ ବିରୋଧରେ ପୂର୍ବରୁ ଅନ୍ୟ କୌଣସି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବେଳେ ଏହା ଉଚ୍ଚ କ୍ଷମତାରେ ଥିବା ବାବୁ ମହଲରେ ଏକ ପ୍ରକାର ଆତଙ୍କ ଖେଳାଇଦେଇଛି। ଟିକସ ବାବୁଙ୍କଠାରୁ ଏହା ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ଅନ୍ୟ ସେବାର ବାବୁମାନଙ୍କୁ ବି ଅନୁରୂପ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ବାବୁମାନେ ଆଜିଯାଏ ଏପରି ଯାଞ୍ଚର ସମ୍ମୁଖୀନ ହୋଇ ନ ଥିବାରୁ ଏବେ ସେମାନେ ଭୀତତ୍ରସ୍ତ ହୋଇପଡ଼ିବା ସ୍ବାଭାବିକ। ମୋଦି ସରକାର ଯେଭଳି ଅଭୂତପୂର୍ବ ଭାବେ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି, ତାହା ଅନ୍ୟମାନଙ୍କୁ ଏକ ଚେତାବନୀମୂଳକ ବାର୍ତ୍ତା ଦେଉଛି। ବାସ୍ତବରେ ଏହା ହେଉଛି ଏକ ସ୍ବଚ୍ଛ ସରକାର।
ପ୍ରତିରକ୍ଷା ବାବୁ ଚିନ୍ତିତ
ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ବା ତିନି ସାମରିକ ବାହିନୀର ମୁଖ୍ୟ ଭାବେ ଏକ ନୂଆ ପଦବୀ ସୃଷ୍ଟି କରାଯାଇ ଖୁବ୍‌ଶୀଘ୍ର ସେଥିରେ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ବ୍ୟାପକଭାବେ ସବୁ ସ୍ତରରୁ ସ୍ବାଗତ କରାଯାଇଛି। ତିନିବାହିନୀର ମୁଖ୍ୟମାନେ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ସିଡିଏସ୍‌ ହେବେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଉପଦେଷ୍ଟା ଏବଂ ସେ ପଦାତିକ ବାହିନୀ, ଆକାଶ ବାହିନୀ ଓ ନୌବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବେ। କିନ୍ତୁ ସରକାରଙ୍କର ଗୋଟିଏ ଶାଖା ଏ ଖବରରେ ଅସୁଖୀ ଥିବା ଜଣାପଡ଼ିଛି। ବାବୁମାନଙ୍କର ଗୋଟିଏ ଗୋଷ୍ଠୀ (ନାମହୀନ) ଟୁଇଟରରେ ଏହାକୁ ବିରୋଧ କରିବା ସହ ଏହା ବିରୋଧରେ ଆପ୍ରାଣ ଲଢ଼େଇ କରିବାକୁ କହିଛନ୍ତି। ତେବେ ସେମାନେ ସିଡିଏସ୍‌ ପଦବୀ ସୃଷ୍ଟିକୁ ବିରୋଧ କରିନାହାନ୍ତି, କିନ୍ତୁ ଏହାଦ୍ୱାରା ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପ୍ରତିରକ୍ଷା ସଚିବଙ୍କ ପଦବୀର ଗୁରୁତ୍ୱ ହ୍ରାସ ପାଇବ ବୋଲି ଆଶଙ୍କା କରିଛନ୍ତି। ସିଡିଏସ୍‌ ନିଯୁକ୍ତି ପରେ ତାଙ୍କର ଏକଚାଟିଆ କାରବାର ଆଉ ଚାଲିପାରିବ ନାହିଁ। ଆଇଏଏସ୍‌ ବିରାଦର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଉପରୁ ନିଜର ଦଖଲ ହରାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୋଦି ସରକାର ଅନେକ ବରିଷ୍ଠ ପଦବୀରେ ଅଣଆଇଏଏସ୍‌ ବାବୁମାନଙ୍କୁ ନିଯୁକ୍ତି ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୦ରୁ ଅଧିକ ଯୁଗ୍ମସଚିବସ୍ତରୀୟ ପଦବୀରେ ଅଣଆଇଏଏସ୍‌ ବାବୁ ନିଯୁକ୍ତି ପାଇଛନ୍ତି। ସିଡିଏସ୍‌ ପଦବୀର ପ୍ରବର୍ତ୍ତନ ହେବା ପରେ ଏହି ପଦବୀରେ ତିନିବାହିନୀର ବରିଷ୍ଠ ବାବୁମାନଙ୍କ ମଧ୍ୟରୁ ହିଁ ଜଣଙ୍କୁ ନିଯୁକ୍ତି ମିଳିବ, ସେଥିରେ କୌଣସି ଆଇଏଏସ୍‌ ଅଫିସର ନିଯୁକ୍ତି ପାଇପାରିବେ ନାହିଁ ବୋଲି ସେମାନେ ମନେକରୁଛନ୍ତି। ସିଡିଏସ୍‌ଙ୍କ ଭୂମିକା ଓ ଦାୟିତ୍ୱ କ’ଣ ହେବ, ତାହା ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ଆଶା କରାଯାଉଛି ଆଇଏଏସ୍‌ ଲବି ଚେଷ୍ଟା କରିବେ ଯେପରି ସିଡିଏସ୍‌ ପ୍ରଶାସନିକ ବାବୁମାନଙ୍କ କ୍ଷେତ୍ରାଧିକାର ଦଖଲ ନ କରନ୍ତି।
ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ
ମୋଦି ସରକାର ପୁଣିଥରେ ସୁପରିଣ୍ଟେଣ୍ଡେଣ୍ଟ ପାହ୍ୟାର ୨୨ ଜଣ ଟିକସ ବାବୁଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କେନ୍ଦ୍ର ପରୋକ୍ଷ କର ଓ ବହିଃଶୁଳ୍କ ପରିଷଦ (ସିବିଆଇସି) କହିଛି ଯେ, ଜନସ୍ବାର୍ଥରେ ଦୁର୍ନୀତି ଅଭିଯୋଗରେ ଏହି ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପ୍ରାୟ ଦୁଇମାସ ତଳେ ଅନୁରୂପ ଅଭିଯୋଗରେ ୧୨ ଜଣ ସିବିଡିଟି ଅଫିସରଙ୍କ ସମେତ ୨୭ ଜଣ ଉଚ୍ଚପାହ୍ୟାର ଆଇଆର୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଉକ୍ତ ବାବୁମାନଙ୍କ ବିରୋଧରେ ଅନଧିକାର ତଲାସି ନେବା ଓ ଲାଞ୍ଚ ଗ୍ରହଣ କରିବା ନେଇ ଅଭିଯୋଗ ରହିଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ସିବିଆଇ ତଦନ୍ତ କରୁଛି। ନିୟମାନୁଯାୟୀ ଉପଯୁକ୍ତ କ୍ଷମତାପନ୍ନ ଅଧିକାରୀ କୌଣସି ସରକାରୀ ଚାକିରିଆଙ୍କୁ ତିନିମାସର ଲିଖିତ ନୋଟିସ୍‌ ଦେଇ କିମ୍ବା ତିନିମାସର ଦରମା ଓ ଭତ୍ତା ଦେଇ ବାଧ୍ୟତାମୂଳକ ଅବସର ଦେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଛନ୍ତି ଯେ ସଚ୍ଚୋଟ ଟିକସଦାତା ବା ଟିକସ ନିୟମର ମାମୁଲି ଉଲ୍ଲଂଘନକାରୀଙ୍କୁ ହଇରାଣ ହରକତ କରିବା ହେଉଛି ଟିକସ ପ୍ରଶାସନରେ ଥିବା ବାବୁମାନଙ୍କର କ୍ଷମତାର ଅପବ୍ୟବହାର। ଏହା ନ କରିବା ପାଇଁ ସେ ଟିକସ ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri