ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ ଏହାକୁ ଦୃଢ଼ ବିରୋଧ କରିବା ସହ ଟ୍ରାକ୍ଟର ଚାଳକଙ୍କୁ ବାନ୍ଧି ଗାଡ଼ିକୁ ଅଟକ ରଖିଥିଲେ। ହେଲେ ଉକ୍ତ ଅଳିଆ ପୌରପାଳିକା ପକ୍ଷରୁ ପଠାଯାଇ ନାହିଁ ବୋଲି ଜଣାପଡ଼ିବା ପରେ କଲୋନୀବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅର୍ଥ ଲୋଭରେ ଏକ ଘରୋଇ ଆପାର୍ଟମେଣ୍ଟରୁ ବେଆଇନ ଭାବେ ଅଳିଆ ଉଠାଇ ପକାଇବାକୁ ନେଇଥିବା ଟ୍ରାକ୍ଟର ଚାଳକ ସ୍ବୀକାର କରିବା ସହ ଭୁଲ ମାଗିବା ପରେ କଲୋନୀବାସୀ ତାଙ୍କୁ ଛାଡ଼ି ଦେଇଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ଏଡିଏମ୍‌ଓ ଲକ୍ଷ୍ମୀନାରାୟଣ ବିଶୋଇ କହିଛନ୍ତି।
ବୁଧବାର ଅପରାହ୍ନରେ ଏକ ଟ୍ରାକ୍ଟର (ନଂ. ଓଡି୧୯ଜି-୫୮୮୦) ଅଳିଆ ଧରି ମେଡିକାଲ କଲୋନୀ ପଛରେ ପହଞ୍ଚତ୍ ଗଦେଇବା ଆରମ୍ଭ କରିଥିଲା। ଏହା ଦେଖି କଲୋନୀବାସୀ ବିରୋଧ କରିଥିଲେ ମଧ୍ୟ ଚାଳକ ପ୍ରତାପ ଗୋଚ୍ଛାୟତ ଶୁଣି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନୂଆ କଲୋନୀବାସୀ ପାଚେରି ଡେଇଁ ଟ୍ରାକ୍ଟର ପାଖକୁ ମାଡ଼ି ଯାଇଥିଲେ। ପ୍ରଶାସନ ଏଠାରେ ଅଳିଆ ପକାଇବା ବନ୍ଦ କରିଥିବାବେଳେ କାହିଁକି ପକାଯାଉଛି ବୋଲି ପ୍ରଶ୍ନ କରିବା ସହ ଚାଳକଙ୍କୁ ବାନ୍ଧି ପକାଇ ଗାଡ଼ି ଅଟକ ରଖିଥିଲେ। ପରେ କଲୋନୀବାସୀ ପୌରପାଳିକା ଅଫିସକୁ ଫୋନ୍‌ କରିଥିଲେ। ପୌର କର୍ତ୍ତୃପକ୍ଷ ସେଠାକୁ କୌଣସି ଅଳିଆ ପଠାଯାଇ ନ ଥିବା କହିବା ପରେ ଚାଳକ ଜଣକ ଗାନ୍ଧୀମାର୍ଗ ସ୍ଥିତ ଏକ ଆପାର୍ଟମେଣ୍ଟରୁ ୮ଶହ ଟଙ୍କା ଭଡ଼ାରେ ଅଳିଆ ଧରି ଆସିଥିବା ସ୍ବୀକାର କରିଥିଲେ।
ଏ ନେଇ ପୌରପାଳିକା ପରିମଳ ବିଭାଗ ଅଧିକାରୀ ଆଶିଷ କୁମାର ଦାସ କିଛି ଜାଣି ନ ଥିବା କହିଛନ୍ତି। ଅନୁଗୋଳ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ର କହିଛନ୍ତି, ୪ ଦିନ ହେବ ଅଳିଆ ବୋଝେଇ ହୋଇଥିବା ଗାଡ଼ିରୁ ଆବର୍ଜନା ନେଇ ସକାଳେ ଅନ୍ୟତ୍ର ପକାଯାଇଥିଲା। ଏହାପରେ ପୌରପାଳିକା ଗାଡ଼ିକୁ ଆଉ କୌଣସି ସ୍ଥାନରେ ନିୟୋଜିତ କରାଯାଇ ନ ଥିଲା। କିଏ ଓ କାହିଁକି ଗାଡ଼ି ନେଇ ସେଠାକୁ ଗଲା ସେ ସମ୍ପର୍କରେ କିଛି ଜଣାନାହିଁ। ଅନୁଗୋଳ ଏଡିଏମ୍‌ଓ ବିଶୋଇ କହିଛନ୍ତି, କଲୋନୀ ପଛରେ ଥିବା ସ୍ଥାନରେ ପୌରପାଳିକା ପକ୍ଷରୁ ପୂର୍ବରୁ ଅଳିଆ ପକାଯାଉଥିଲା। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରିବା ପରେ ଅଳିଆ ପକାଯାଉ ନ ଥିଲା। ଘଟଣା ସମ୍ପର୍କରେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଶୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri