ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ ଏହାକୁ ଦୃଢ଼ ବିରୋଧ କରିବା ସହ ଟ୍ରାକ୍ଟର ଚାଳକଙ୍କୁ ବାନ୍ଧି ଗାଡ଼ିକୁ ଅଟକ ରଖିଥିଲେ। ହେଲେ ଉକ୍ତ ଅଳିଆ ପୌରପାଳିକା ପକ୍ଷରୁ ପଠାଯାଇ ନାହିଁ ବୋଲି ଜଣାପଡ଼ିବା ପରେ କଲୋନୀବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅର୍ଥ ଲୋଭରେ ଏକ ଘରୋଇ ଆପାର୍ଟମେଣ୍ଟରୁ ବେଆଇନ ଭାବେ ଅଳିଆ ଉଠାଇ ପକାଇବାକୁ ନେଇଥିବା ଟ୍ରାକ୍ଟର ଚାଳକ ସ୍ବୀକାର କରିବା ସହ ଭୁଲ ମାଗିବା ପରେ କଲୋନୀବାସୀ ତାଙ୍କୁ ଛାଡ଼ି ଦେଇଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ଏଡିଏମ୍‌ଓ ଲକ୍ଷ୍ମୀନାରାୟଣ ବିଶୋଇ କହିଛନ୍ତି।
ବୁଧବାର ଅପରାହ୍ନରେ ଏକ ଟ୍ରାକ୍ଟର (ନଂ. ଓଡି୧୯ଜି-୫୮୮୦) ଅଳିଆ ଧରି ମେଡିକାଲ କଲୋନୀ ପଛରେ ପହଞ୍ଚତ୍ ଗଦେଇବା ଆରମ୍ଭ କରିଥିଲା। ଏହା ଦେଖି କଲୋନୀବାସୀ ବିରୋଧ କରିଥିଲେ ମଧ୍ୟ ଚାଳକ ପ୍ରତାପ ଗୋଚ୍ଛାୟତ ଶୁଣି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନୂଆ କଲୋନୀବାସୀ ପାଚେରି ଡେଇଁ ଟ୍ରାକ୍ଟର ପାଖକୁ ମାଡ଼ି ଯାଇଥିଲେ। ପ୍ରଶାସନ ଏଠାରେ ଅଳିଆ ପକାଇବା ବନ୍ଦ କରିଥିବାବେଳେ କାହିଁକି ପକାଯାଉଛି ବୋଲି ପ୍ରଶ୍ନ କରିବା ସହ ଚାଳକଙ୍କୁ ବାନ୍ଧି ପକାଇ ଗାଡ଼ି ଅଟକ ରଖିଥିଲେ। ପରେ କଲୋନୀବାସୀ ପୌରପାଳିକା ଅଫିସକୁ ଫୋନ୍‌ କରିଥିଲେ। ପୌର କର୍ତ୍ତୃପକ୍ଷ ସେଠାକୁ କୌଣସି ଅଳିଆ ପଠାଯାଇ ନ ଥିବା କହିବା ପରେ ଚାଳକ ଜଣକ ଗାନ୍ଧୀମାର୍ଗ ସ୍ଥିତ ଏକ ଆପାର୍ଟମେଣ୍ଟରୁ ୮ଶହ ଟଙ୍କା ଭଡ଼ାରେ ଅଳିଆ ଧରି ଆସିଥିବା ସ୍ବୀକାର କରିଥିଲେ।
ଏ ନେଇ ପୌରପାଳିକା ପରିମଳ ବିଭାଗ ଅଧିକାରୀ ଆଶିଷ କୁମାର ଦାସ କିଛି ଜାଣି ନ ଥିବା କହିଛନ୍ତି। ଅନୁଗୋଳ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ର କହିଛନ୍ତି, ୪ ଦିନ ହେବ ଅଳିଆ ବୋଝେଇ ହୋଇଥିବା ଗାଡ଼ିରୁ ଆବର୍ଜନା ନେଇ ସକାଳେ ଅନ୍ୟତ୍ର ପକାଯାଇଥିଲା। ଏହାପରେ ପୌରପାଳିକା ଗାଡ଼ିକୁ ଆଉ କୌଣସି ସ୍ଥାନରେ ନିୟୋଜିତ କରାଯାଇ ନ ଥିଲା। କିଏ ଓ କାହିଁକି ଗାଡ଼ି ନେଇ ସେଠାକୁ ଗଲା ସେ ସମ୍ପର୍କରେ କିଛି ଜଣାନାହିଁ। ଅନୁଗୋଳ ଏଡିଏମ୍‌ଓ ବିଶୋଇ କହିଛନ୍ତି, କଲୋନୀ ପଛରେ ଥିବା ସ୍ଥାନରେ ପୌରପାଳିକା ପକ୍ଷରୁ ପୂର୍ବରୁ ଅଳିଆ ପକାଯାଉଥିଲା। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରିବା ପରେ ଅଳିଆ ପକାଯାଉ ନ ଥିଲା। ଘଟଣା ସମ୍ପର୍କରେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଶୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri