ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ଆଇଏସ୍‌ଆଇ: ମାନିଲେ ଇମ୍ରାନ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟୁୟର୍କର ସେଣ୍ଟର ଫର୍‌ ଫରେନ୍‌ ରିଲେଶନ୍‌ ପକ୍ଷରୁ ଆୟୋଜିତ ଏକ ବୈଠକରେ ସୂଚନା ଦେଇଛନ୍ତି। ଏଥିରେ ପାକିସ୍ତାନ ସୈନ୍ୟ ବାହିନୀ ମଧ୍ୟ ଆବଶ୍ୟକ ସହଯୋଗ କରିଥିବା ସେ କହିଛନ୍ତି। ଆଫଗାନୀସ୍ତାନରେ ଆତଙ୍କବାଦୀ ଆକ୍ରମଣ ଜାରି ରଖିବା ପାଇଁ ଅନ୍ୟ କେତେକ ସଂଗଠନର ସଦସ୍ୟଙ୍କୁ ମଧ୍ୟ ତାଲିମ୍‌ ଦିଆଯାଇଥିଲା ବୋଲି ଇମ୍ରାନ୍‌ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଏଭଳି ତଥ୍ୟ ବାହାରେ ପ୍ରକାଶ କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share