Posted inଖେଳ

ଅଲ୍‌ବିଦା ଲି

ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ତଥା ଚାଇନା ମହିଳା ବ୍ୟାଡ୍‌ମିଣ୍ଟନ ତାରକା ଲି ଜୁଇରୁଇ ମାତ୍ର ୨୮ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ସଫଳତାର ଶୀର୍ଷକୁ ଛୁଇଁଥିବା ଲି ଇଞ୍ଜୁରି କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରାୟ ସବୁ ଟପ୍‌ ଟାୟାର ଟୁର୍ନାମେଣ୍ଟରେ ଟାଇଟଲ ଜିତିଥିବା ଲିଙ୍କ ପାଇଁ ଅବସର ନିଷ୍ପତ୍ତି ବେଶ୍‌ କଷ୍ଟକର ଥିଲା…

ଆଉ ଜଣେ ମହିଳା ବ୍ୟାଡମିଣ୍ଟନ ଖେଳାଳି ଅବସର ନେଇଛନ୍ତି। ସେ ହେଉଛନ୍ତି ଚାଇନାର ପୂର୍ବତନ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି ଜୁଇରୁଇ। ମାତ୍ର ୨୮ ବର୍ଷ ବୟସରେ ଏହି ମହାନ୍‌ ଆକ୍ରମଣାତ୍ମକ ଖେଳାଳି ଜଣକ ବ୍ୟାଡ୍‌ମିଣ୍ଟନକୁ ଅଲବିଦା କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏହି ମହିଳା ତାରକା ତାଙ୍କ ପେସାଦାର କ୍ୟାରିୟରରେ ସବୁ ପ୍ରକାର ସଫଳତା ଅର୍ଜନ କରିଛନ୍ତି। ନିଜ ସମୟରେ ସେ ଆଧିପତ୍ୟ ବିସ୍ତାର କରି ବେଶ୍‌ ସଫଳତା ହାସଲ କରିଛନ୍ତି। ରିଓ ଅଲିମ୍ପିକ୍ସରେ ଆହତ ହେବା ପରେ ଅବଶ୍ୟ ତାଙ୍କ କ୍ୟାରିୟର ଭିନ୍ନ ମୋଡ଼ ନେଇଥିଲା। ୨୦୧୦ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ମାତ୍ର ୧୯ ବର୍ଷରେ ନିଜର ଉପସ୍ଥିତି ଜାହିର କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ସାଇନା ନେହ୍ବାଲ ଓ ନିଜ ଦେଶର ଲିଓ ଜିନଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶ୍ୱ ଶ୍ରେଷ୍ଠ ଇଭେଣ୍ଟଗୁଡିକରେ ଲିଙ୍କର ଆଧିପତ୍ୟ ଦେଖିବାକୁ ମିଳିଥିଲା। ତାଙ୍କୁ ହରାଇବା ନିହାତି କଷ୍ଟକର ଥିଲା। ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ସେ ୨୦୧୨ ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ମଧ୍ୟ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ୨୦୧୩ ଓ ୨୦୧୪ରେ ବିଶ୍ୱଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ରିଓ ଅଲିମ୍ପିକ୍ସରେ ସେ ଫେଭରାଇଟ ବିବେଚିତ ହେଉଥିଲେ। ତେବେ ଇଞ୍ଜୁରି କାରଣରୁ ସେ ସେମିରେ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ସେ ଗୋଟିଏ ବର୍ଷ ବ୍ୟାଡମିଣ୍ଟନରୁ ଦୂରେଇ ରହିଥିଲେ। ଏହାପରେ ଅବଶ୍ୟ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ବ୍ୟାଡମିଣ୍ଟନକୁ ଫେରିବା ପରେ ଲିଙ୍ଗ୍‌ସୁଇ ଚାଇନା ମାଷ୍ଟର୍ସ, ୟୁଏସ୍‌ ଓପନ୍‌ ଓ କାନାଡ଼ା ଓପନ ଟାଇଟଲ ହାସଲ କରିଥିଲେ। ତେବେ ସେ ତାଙ୍କ ପୂର୍ବ ଚମକ ହରାଇଥିଲେ। ଟପ୍‌ ଟାୟାର ଇଭେଣ୍ଟରେ ତାଙ୍କର ଚମକ ଦେଖିବାକୁ ମିଳି ନ ଥିଲା। ଗତମାସରେ ସେ କୋରିଆ ଓପନ ଖେଳିଥିଲେ। ତେବେ ପ୍ରଥମ ରାଉଣ୍ଡରେ ହିଁ ତାଙ୍କୁ ରିଟାୟାର୍ଡ ହେବାକୁ ପଡିଥିଲା। ସ୍ବଳ୍ପ ସମୟର ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ୧୪ଟି ସୁପର ସିରିଜ ଟାଇଟଲ ଜିତିଥିଲେ। ୨୦୧୩ରେ ସେ ବିଡବ୍ଲ୍ୟୁଏଫ୍‌ ଫିମେଲ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ।
ମାତ୍ର ୭ ବର୍ଷ ବୟସରୁ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ନିଜ ହୋମଟାଉନ ଚୋନଗିଙ୍ଗ୍‌ରେ ସେ ସ୍ଥାନୀୟ କ୍ଲବ୍‌ରେ ଟ୍ରେନିଂ ଓ ଖେଳ ଆରମ୍ଭ କରିଥିଲେ। ସେ ମୋଟ ଉପରେ ମହିଳା ସିଙ୍ଗଲ୍ସରେ ୨୭ଟି ଟାଇଟଲ ଜିତିଛନ୍ତି। ୨୦୧୨ ଡିସେମ୍ବରରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। କ୍ୟାରିୟରରେ ସେ ୩୩୦ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୭୯ଟି ପରାଜୟ ବରଣ କରିଛନ୍ତି। ତାଙ୍କ ସଫଳତା ଆଗାମୀ ପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri