Posted inଖେଳ

ଅଲିମ୍ପିକ ମଶାଲ ଆଗମନ ଉତ୍ସବ ଛୋଟ ଆକାରରେ ହେବ

ଟୋକିଓ ୬ା୩ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ଦୃଷ୍ଟିରୁ ଅଲିମ୍ପିକ ମଶାଲ ଆଗମନ ଉତ୍ସବକୁ ଛୋଟ ଆକାରରେ କରାଯିବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ଅଲିମ୍ପିକ ମଶାଲ ମାର୍ଚ୍ଚ ୨୦ରେ ଜାପାନରେ ପହଞ୍ଚତ୍ବ। ମାର୍ଚ୍ଚ ୧୨ରେ ଗ୍ରୀସ୍‌ରେ ଏକ ସ୍ବତନ୍ତ୍ର ଉତ୍ସବରେ ଅଲିମ୍ପିକ ମଶାଲରେ ଅଗ୍ନି ସଂଯୋଗ ହେବ। ୨୦ ତାରିଖରେ ଏହା ବିମାନ ଯୋଗେ ଜାପାନ ଉତ୍ତରାଞ୍ଚଳ ଅନ୍ତର୍ଗତ ମିୟାଗିସ୍ଥିତ ବିମାନ ଘାଟିରେ ଅବତରଣ କରିବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗ୍ରୀସ୍‌କୁ ୧୪୦ ଛୋଟ ଛୋଟ ପିଲାଙ୍କୁ ପଠାଯାଇଥାନ୍ତା। ମାତ୍ର କରୋନା ଭାଇରସ କାରଣରୁ ସେମାନଙ୍କୁ ଆଉ ପଠାଯିବ ନାହିଁ। ଜାପାନରେ ୪ ମାସ ଧରି ଅଲିମ୍ପିକ ମଶାଲ ରିଲେ ଅନୁଷ୍ଠିତ ହେବ। ଏହା ଫୁକୁହାମାଠାରୁ ଆରମ୍ଭ ହୋଇ ଜୁଲାଇ ୨୪ରେ ଟୋକିଓରେ ୧.୪୩ ବିଲିୟନ ଡଲାର ବିନିମୟରେ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମରେ ପହଞ୍ଚତ୍ବ। ରିଲେରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇଛି କି ନା ସେ ସମ୍ପର୍କରେ ମୋରି କିଛି କହି ନାହାନ୍ତି। କିନ୍ତୁ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୪ରେ ଅଲିମ୍ପିକ୍ସର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ସେ ଦୃଢତାର ସହିତ କହିଛନ୍ତି। ଅଗଷ୍ଟ ୨୫ରୁ ପାରା ଅଲିମ୍ପିକ୍ସ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଭାଇରସ ଯଦି ବ୍ୟାପିଯାଏ ତେବେ ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ସମ୍ପୂର୍ଣ୍ଣ ବାତିଲ କରାଯାଇ ପାରେ ବୋଲି ଭାଇରୋଲୋଜିଷ୍ଟମାନେ ମତବ୍ୟକ୍ତ କରିଛନ୍ତି। କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ଇତିମଧ୍ୟରେ ଜାପାନରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭାଇରସରେ ଚାଇନାରେ ୩,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଛି, ଯାହାକି ସମଗ୍ର ବିଶ୍ୱରେ ଯେତେ ଲୋକ ଜୀବନ ହରାଇଛନ୍ତି ୮୦ ପ୍ରତିଶତରୁ ଅଧିକ। ଇଟାଲୀ, ଇରାନ ଓ ଦକ୍ଷିଣ କୋରିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri