Posted inଖେଳ

ଅଲିମ୍ପିକ୍‌ ଚାମ୍ପିୟନ ରୁଡିଶା ୧୬ ସପ୍ତାହ ବାଦ୍‌ ପଡ଼ିିଲେ

ଲଣ୍ଡନ,୨୯।୫(ଏଏଫ୍‌ପି): ଦୁଇଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେନିଆ ତାରକା ଧାବକ ଡେଭିଡ୍‌ ରୁଡିଶା ଇଞ୍ଜୁରିର ସମ୍ମୁଖୀନ ହୋଇ କ୍ରୀଡ଼ାରୁ ୧୬ ସପ୍ତାହ ବାଦ୍‌ ପଡିଛନ୍ତି। ବାମ ଗୋଡ଼ର ଗୋଇଠିରେ ସେ ଆଘାତ ପାଇଛନ୍ତି। ୮୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ୩୧ ବର୍ଷୀୟ ରୁଡିଶା ପଶ୍ଚିମ କେନିଆସ୍ଥିତ ନିଜ ଘରୋଇ ସହର କିଲଗୋରିସ୍‌ରେ ଆଘାତ ପାଇଥିଲେ। ଗୋଇଠିରେ ହାଡ ଭାଙ୍ଗିଥିବା ତାଙ୍କ ଡାକ୍ତର ପରୀକ୍ଷା ପରେ ସ୍ପଷ୍ଟ କରିଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। କିଛିଦିନ ସେ ମେଡିକାଲରେ ରହିବେ ବୋଲି ଅର୍ଥୋପେଡିକ ସର୍ଜନ ଭିକ୍ଟର ବାରଗୋରିଆ କହିଛନ୍ତି। ଏବେ ୧୬ ସପ୍ତାହ ଟ୍ରେନିଂରୁ ଦୂରେଇ ରହିବେ ବୋଲି ସେ କହିଛନ୍ତି।
୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ୮୦୦ ମି. ଦୌଡ଼ରେ ୧:୪୦.୯ ମିନିଟ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ନିକଟରେ ସେ ଆଣ୍ଠୁରେ ମଧ୍ୟ ଅସ୍ତ୍ରୋପଚାର କରାଇଥିଲେ ଓ ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରୁ ବାଦ୍‌ ପଡିଥିଲେ। ପୁଣି ଲେଗ୍‌ ଇଞ୍ଜୁରି କାରଣରୁ ସେ ୨୦୧୩ ଓ ୨୦୧୪ରେ ପୂରା ବର୍ଷ ଖେଳରୁ ବାଦ୍‌ ପଡିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି…

ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଏଥିପାଇଁ ବଢୁଛି ସୁନାରୂପା ରେଟ! ଆଗାମୀ ଦିନରେ….

ନୂଆଦିଲ୍‌ଲୀ,୨୪।୨: ବିଶ୍ୱ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ଘଟୁଛି । ବିଶେଷକରି ସମ୍ପ୍ରତି ସୁନାର ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଯାହାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ…

କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

Kerala Name Change: ନାଁ ବଦଳିଲେ ଖର୍ଚ୍ଚ ହେବ ଏତେ କୋଟି! ଶୁଣିଲେ ଉଡିବ ହୋସ୍‌

ନୂଆଦିଲ୍‌ଲୀ,୨୪।୨: କେନ୍ଦ୍ର କ୍ୟାବିନେଟ କେରଳର ନାମ ଆନୁଷ୍ଠାନିକ ଭାବରେ କେରଳମ କରିବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ ସମ୍ପ୍ରତି ମଞ୍ଜୁରୀ ଦେଇଛି। ରାଜ୍ୟ…

ଜୁନାଗଡ଼ ସହରରେ ମିଳୁଛି ନକଲି ବିଦେଶୀ ମଦ: ଗିରଫ ୨ ଅଭିଯୁକ୍ତ ନା ମାଷ୍ଟ୍ରର ମାଇଣ୍ଡ କିଏ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ।…

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri