Posted inଖେଳ

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଟ୍ରାଏଲ୍ସରେ ମେରୀକମ୍‌-ଜରିନ୍‌ ମୁକାବିଲା

ନୂଆଦିଲ୍ଲୀ, ୨୭।୧୨(ପି.ଟି.)- ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଭାରତର ଦୁଇ ମହିଳା ତାରକା ବକ୍ସର ମେରୀକମ ଓ ନିଖାତ ଜରିନ୍‌ ଟ୍ରାଏଲ୍ସ ଫାଇନାଲ୍‌ରେ ପରସ୍ପରକୁ ଭେଟିବେ। ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ମେରୀକମ ୫୧ କେ.ଜି. ବର୍ଗରେ ପୁଣି ଥରେ ଅଲିମ୍ପିକ୍‌ ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ତେବେ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ସାମିଲ ହେବାକୁ ହେଲେ ଏବେ ତାଙ୍କୁ ଜରିନଙ୍କୁ ପରାସ୍ତ କରିବାକୁ ପଡିବ। ଏହି ଦୁଇ ବକ୍ସର ଶୁକ୍ରବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଚାଇନାରେ ଆସନ୍ତା ଫେବୃୟାରୀରେ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଆୟୋଜନ ହେବ।
ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ଜରିନ୍‌ ଜାତୀୟ ଚାମ୍ପିୟନ ଜ୍ୟୋତି ଗୁଲିଆଙ୍କୁ ହରାଇ ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ସେହିପରି ଏକାଧିକବାର ଏସିଆନ ଚାମ୍ପିୟନ ହୋଇଥିବା ମେରୀକମ୍‌ ପ୍ରତିପକ୍ଷ ଋତୁ ଗ୍ରଓ୍ବୋଲଙ୍କୁ ପରାସ୍ତ କରିଥିଲେ। ଶନିବାର ଫାଇନାଲ ଖେଳାଯିବ।
ଉଲ୍ଲେଖଥାଉ କି, କିଛି ସପ୍ତାହ ତଳେ ଜରିନ୍‌ ମେରିକମ୍‌ଙ୍କ ସହ ଲଢିବାକୁ ଦାବି କରିଥିଲେ। ଅଲିମ୍ପିକ କ୍ୱାଲିଫାୟର୍ସ ପାଇଁ ଚୟନ ପକ୍ରିୟାରେ ବକ୍ସି ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ପାତରଅନ୍ତର ଅଭିଯୋଗ ଆଣି ସେ ଏହି ଦାବି ଜଣାଇଥିଲେ। ମେରୀକମ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କ୍ରମାଗତ ଭବେ ସ୍ଥିର ପ୍ରଦର୍ଶନ କରିଆସୁଥିବାରୁ ତାଙ୍କୁ ବିନା ଟ୍ରାଏଲ୍‌ରେ ଅର୍ଥାତ ସିଧାସଳଖ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ସାମିଲ ହେବେ ବୋଲି ବିଏଫ୍‌ଆଇ ଅଧ୍ୟକ୍ଷ ଅଜୟ ସିଂ କହିଥିଲେ। ଏଥିରେ ଜରିନ ଅସନ୍ତୋଷ ପ୍ରକାଶ କରି ମେରୀକମ୍‌ ବିପକ୍ଷରେ ଲଢ଼େଇ ପାଇଁ ଆହ୍ବାନ ଦେଇଥିଲେ।
ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଅନ୍ୟ ବାଉଟ୍‌ଗୁଡିକରେ ଓ୍ବାଲର୍‌ଡ ୟଥ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ସାକ୍ଷି ଚୌଧୁରୀ ୫୭ କେ.ଜି. ବର୍ଗରେ ଏସିଆନ ରୌପ୍ୟ ପଦକ ବିଜୟିନୀ ମନୀଷା ମୌନଙ୍କୁ ପରସ୍ତ କରିଥିଲେ। ସେହିପରି ପୂର୍ବତନ ଜାତୀୟ ଚାମ୍ପିୟନ ସିମରନଜିତ କୌର ୬୦ କେ.ଜି. ବର୍ଗରେ ପବିତ୍ରାଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଥିଲେ। ମହିଳା ବକ୍ସିଂରେ ୫୧, ୫୭, ୬୦, ୬୯ ଓ ୭୫ କେ.ଜି. ବର୍ଗରେ କୌଣସି ପ୍ରତିଯୋଗୀ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିପାରି ନ ଥିଲେ। ଫଳରେ ଏହି ବର୍ଗଗୁଡିକର ଟ୍ରାଏଲ୍ସ ମାଧ୍ୟମରେ ନିଷ୍ପତ୍ତି ନିଆଯିବ। ରବିବାରଠାରୁ କର୍ନାଟକର ବେଲାରିଠାରେ ପୁରୁଷ ବକ୍ସିଂ ରେ ଟ୍ରାଏଲ୍ସ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri