Posted inଖେଳ

ଅଲିମ୍ପିକ୍ସ ସ୍ବପ୍ନରେ ମିଡ୍‌ଫିଲ୍ଡର ରାଜ୍‌ କୁମାର

ବେଙ୍ଗାଲୁରୁ, ୧୯।୩- ଭାରତୀୟ ହକି ଦଳର ନୂଆ ଚେହେରା ହେଉଛନ୍ତି ରାଜ କୁମାର ପାଲ। ଉତ୍ତର ପ୍ରଦେଶର ଏହି ପ୍ରତିଭା ସମ୍ପନ୍ନ ଖେଳାଳି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବେଲଜିୟମ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଭାରତୀୟ ସିନିୟର ଦଳ ପକ୍ଷରୁ ଅଧିକ ମ୍ୟାଚ ଖେଳି ନାହାନ୍ତି ସତ, ମାତ୍ର ସୀମିତ ସୁଯୋଗର ସଦ୍‌ବ୍ୟବହାର କରି ୬୦ ମିନିଟ ବିଶିଷ୍ଟ ଏହି ଖେଳରେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ନେଇ ସଂଶୟ ଲାଗି ରହିଥିବାବେଳେ ଖେଳାଳିମାନେ କିନ୍ତୁ ଆଶା ହରାଇ ନାହାନ୍ତି। ଭାରତୀୟ ଦଳରେ ଅନେକ ଅଭିଜ୍ଞ ଖେଳାଳି ଥିଲେ ହେଁ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ଏହି ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର।
ଏପର୍ଯ୍ୟନ୍ତ ରାଜ୍‌ ଯେତିକି ବି ମ୍ୟାଚ ଖେଳିଛନ୍ତି ତାଙ୍କ ପ୍ରଦର୍ଶନରେ ବେଶ୍‌ ଉତ୍ସାହିତ ଅଛନ୍ତି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌। ରାଜ୍‌ ରକ୍ଷଣଭାଗରେ ବେଲଜିଆନ ଆକ୍ରମଣକୁ ପ୍ରତିହତ କରିବା ସହ ଅନେକ ସମୟରେ ଆଗକୁ ବଢ଼ି ଭାରତ ପାଇଁ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ”କୋଚ୍‌ ଯେପରି ଚାହିଁବେ ସେହି ରଣନୀତି ଅନୁସାରେ ଖେଳିବା ମୋର କାର୍ଯ୍ୟ। ବିଶ୍ୱ ଚାମ୍ପିୟନ ଦଳ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ମୋ ଜୀବନର ଏକ ବଡ଼ ମୁହୂର୍ତ୍ତ। ମୁଁ ଦଳର ଚାହିଦା ମୁତାବକ ଖେଳିବା ଉପରେ ସର୍ବଦା ଫୋକସ କରୁଛି“ ବୋଲି ୨୧ ବର୍ଷୀୟ ରାଜ ପ୍ରକାଶ କରିଛନ୍ତି। ସେ ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ସାଇ ପରିସରରେ ଚାଲିଥିବା ସିନିୟର ହକି ଦଳର କୋଚିଂ କ୍ୟାମ୍ପରେ ଅଭ୍ୟାସ ଜାରି ରଖିଛନ୍ତି।
ଘାଜିପୁର ଜିଲାର କରମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରାଜ ୨୦୧୦ରେ ଲକ୍ଷ୍ନୌରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ଅବସରରେ ନଜରକୁ ଆସିଥିଲେ। ମେଘବରନ ଷ୍ଟାଡିୟମରେ ମାତ୍ର ୧୦ ବର୍ଷ ବୟସରୁ ସେ କୋଚ୍‌ ତେଜ ବାହାଦୂର ସିଂଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିଲେ। ଲକ୍ଷ୍ନୌସ୍ଥିତ ସାଇ ସ୍ପୋଟର୍‌ସ ହଷ୍ଟେଲରେ ଥିବାବେଳେ ରାଜଙ୍କ ପ୍ରତିଭାକୁ ଚିହ୍ନିଥିଲେ ହକି ଇଣ୍ଡିଆ ହାଇ ପରଫରମାନ୍ସ ଡାଇରେକ୍ଟର ଡେଭିଡ ଜନ୍‌ଙ୍କଦ୍ୱାରା ଚିହ୍ନଟ ହୋଇଥିଲେ। ୨୦୧୮ରେ ସିନିୟର ଜାତୀୟ ପୁରୁଷ ହକି ଚାମ୍ପିୟନଶିପ୍‌ ଅବସରରେ ରାଜଙ୍କ ସଂସ୍ପର୍ଶରେ ଆସିଥିଲେ ଜନ୍‌। ”୨୦୧୮ରେ ମୁଁ ପ୍ରଥମଥରପାଇଁ ନ୍ୟାଶନାଲ କ୍ୟାମ୍ପକୁ ଡାକରା ପାଇଥିଲି। ମାତ୍ର ସେଠାରେ ଟ୍ରେନିଂ ଟେକ୍‌ନିକ୍‌ ଏବଂ ଗେମ୍‌-ସେନ୍ସ ସହିତ ଅଭ୍ୟସ୍ତ ହେବାପାଇଁ ମୋତେ ସମୟ ଲାଗିଥିଲା। ମୁଁ ପୂର୍ବରୁ ଖେଳିଥିବା ହକି ଏବଂ ସିନିୟର ଦଳ ଖେଳୁଥିବା ହକି ମଧ୍ୟରେ ଅନେକ ପାର୍ଥକ୍ୟ ଥିଲା। ତେଣୁ ଆରମ୍ଭରେ ମୁଁ ଚାପରେ ରହିଥିଲି। ତେବେ ମୋତେ ନିୟମିତଭାବେ ଉତ୍ତର ପ୍ରଦେଶର ଅନ୍ୟତମ ଫରଓ୍ବାର୍ଡ ଖେଳାଳି ଲଳିତ ଉପାଧ୍ୟାୟ ମୋତେ ସର୍ବଦା ଉତ୍ସାହିତ କରି ଆସିଥିଲେ। ଚାପର ବଶବର୍ତ୍ତୀ ନ ହୋଇ ଏହାକୁ ସାଧାରଣଭାବେ ନେବାକୁ ସେ ମୋତେ ପରାମର୍ଶ ଦେଇଥିଲେ“ ବୋଲି ରାଜ କହିଛନ୍ତି।
ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ସିନିୟର ଚାମ୍ପିୟନଶିପ୍‌ରେ ପ୍ରଭାବୀ ପ୍ରଦର୍ଶନ ପରେ ରାଜଙ୍କୁ ୨୦୧୯ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପକୁ ଡକା ଯାଇଥିଲା। ସେହି ଦିନଠାରୁ ରାଜ ସିନିୟର ଦଳର ସଦସ୍ୟ ରହି ଆସିଛନ୍ତି। ଉଚ୍ଚ ସ୍ତରର ହକି ଖେଳିବା ପାଇଁ କ’ଣ କରିବାକୁ ହେବ ତାହା ମୋତେ କୋଚ୍‌ ରିଡ୍‌ ବୁଝାଇଛନ୍ତି। ନିଜ ଫିଟ୍‌ନେସ ପ୍ରତି ସଚେତନ ହେବା ସହ ପଡ଼ିଆ ମଧ୍ୟରେ ବଲ୍‌କୁ ବେଶୀ ସମୟ ନିଜ ପାଖରେ ନ ରଖିବା ଏବଂ ବିଭିନ୍ନ ଟେକ୍ନିକ୍‌ ସହିତ ଅଭ୍ୟସ୍ତ ହେବାଉପରେ ଅଧିକ ଧ୍ୟାନ ଦେଉଛି ବୋଲି ରାଜ ପ୍ରକାଶ କରିଛନ୍ତି। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା ତାଙ୍କ ସ୍ବପ୍ନ ରହିଛି ବୋଲି ସେ କହିଛନ୍ତି। ୨୦୧୧ରେ ପିତାଙ୍କ ଦେହାନ୍ତ ଯୋଗୁ ସେ କିଛିଦିନ ହକିରୁ ବ୍ରେକ୍‌ ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ”୨୦୧୦ରେ ମୁଁ ସାଇ ସ୍ପୋଟର୍‌ସ ହଷ୍ଟେଲରେ ଯୋଗଦେଲି। ମାତ୍ର ୨୦୧୧ରେ ପିତାଙ୍କ ଦେହାନ୍ତ ଯୋଗୁ ମା’ଙ୍କ ସହିତ ରହିବା ଜରୁରୀ ଥିଲା। ସେତେବେଳେ ମୋ ଭାଇମାନେ ଘରଠାରୁ ଦୂରରେ ରହୁଥିବାରୁ ମୁଁ ମା’ଙ୍କ ସହିତ ରହିଥିଲି। ପିତା ଚାଲିଯିବାପରେ ଘରର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକିପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ମୁଁ ଦୃଢ଼ ହୋଇଥିଲି। ଭାଗ୍ୟ ସାଥ୍‌ ଦେଇଥିଲା। ମୁଁ ୨୦୧୨ରେ ସାଇ ସ୍ପୋଟର୍‌ସ ହଷ୍ଟେଲରେ ପୁଣି ଯୋଗ ଦେଇଥିଲି। ମୋ ମା’ ମୋତେ ସମର୍ଥନ କରିଥିଲେ। ମୁଁ ଭାରତ ପକ୍ଷରୁ ହକି ଖେଳେ ବୋଲି ପିତା ଚାହୁଁଥିଲେ। ସେ ମୋର ଜଣେ ବଡ଼ ସମର୍ଥକ ଥିଲେ। ଅତୀତରେ ତାଙ୍କର ଉତ୍ସାହପୂର୍ଣ୍ଣ କଥା ଗୁଡ଼ିକ ମୋତେ ଶକ୍ତି ଦେଇଥିଲା। ଏବେ ଭାରତୀୟ ଦଳ ପାଇଁ ଶତପ୍ରତିଶତ ପ୍ରଦର୍ଶନ ଦେବା ମୋର ଲକ୍ଷ୍ୟ। କଠିନ ପରିଶ୍ରମ କରି ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇବା ମୋର ଲକ୍ଷ୍ୟ“ ବୋଲି ଭାବବିହ୍ବଳ ରାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri