Posted inଖେଳ

ଅଲିମ୍ପିକ୍ସ ସ୍ବପ୍ନରେ ମିଡ୍‌ଫିଲ୍ଡର ରାଜ୍‌ କୁମାର

ବେଙ୍ଗାଲୁରୁ, ୧୯।୩- ଭାରତୀୟ ହକି ଦଳର ନୂଆ ଚେହେରା ହେଉଛନ୍ତି ରାଜ କୁମାର ପାଲ। ଉତ୍ତର ପ୍ରଦେଶର ଏହି ପ୍ରତିଭା ସମ୍ପନ୍ନ ଖେଳାଳି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବେଲଜିୟମ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଭାରତୀୟ ସିନିୟର ଦଳ ପକ୍ଷରୁ ଅଧିକ ମ୍ୟାଚ ଖେଳି ନାହାନ୍ତି ସତ, ମାତ୍ର ସୀମିତ ସୁଯୋଗର ସଦ୍‌ବ୍ୟବହାର କରି ୬୦ ମିନିଟ ବିଶିଷ୍ଟ ଏହି ଖେଳରେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ନେଇ ସଂଶୟ ଲାଗି ରହିଥିବାବେଳେ ଖେଳାଳିମାନେ କିନ୍ତୁ ଆଶା ହରାଇ ନାହାନ୍ତି। ଭାରତୀୟ ଦଳରେ ଅନେକ ଅଭିଜ୍ଞ ଖେଳାଳି ଥିଲେ ହେଁ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ଏହି ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର।
ଏପର୍ଯ୍ୟନ୍ତ ରାଜ୍‌ ଯେତିକି ବି ମ୍ୟାଚ ଖେଳିଛନ୍ତି ତାଙ୍କ ପ୍ରଦର୍ଶନରେ ବେଶ୍‌ ଉତ୍ସାହିତ ଅଛନ୍ତି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌। ରାଜ୍‌ ରକ୍ଷଣଭାଗରେ ବେଲଜିଆନ ଆକ୍ରମଣକୁ ପ୍ରତିହତ କରିବା ସହ ଅନେକ ସମୟରେ ଆଗକୁ ବଢ଼ି ଭାରତ ପାଇଁ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ”କୋଚ୍‌ ଯେପରି ଚାହିଁବେ ସେହି ରଣନୀତି ଅନୁସାରେ ଖେଳିବା ମୋର କାର୍ଯ୍ୟ। ବିଶ୍ୱ ଚାମ୍ପିୟନ ଦଳ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ମୋ ଜୀବନର ଏକ ବଡ଼ ମୁହୂର୍ତ୍ତ। ମୁଁ ଦଳର ଚାହିଦା ମୁତାବକ ଖେଳିବା ଉପରେ ସର୍ବଦା ଫୋକସ କରୁଛି“ ବୋଲି ୨୧ ବର୍ଷୀୟ ରାଜ ପ୍ରକାଶ କରିଛନ୍ତି। ସେ ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ସାଇ ପରିସରରେ ଚାଲିଥିବା ସିନିୟର ହକି ଦଳର କୋଚିଂ କ୍ୟାମ୍ପରେ ଅଭ୍ୟାସ ଜାରି ରଖିଛନ୍ତି।
ଘାଜିପୁର ଜିଲାର କରମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରାଜ ୨୦୧୦ରେ ଲକ୍ଷ୍ନୌରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ଅବସରରେ ନଜରକୁ ଆସିଥିଲେ। ମେଘବରନ ଷ୍ଟାଡିୟମରେ ମାତ୍ର ୧୦ ବର୍ଷ ବୟସରୁ ସେ କୋଚ୍‌ ତେଜ ବାହାଦୂର ସିଂଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିଲେ। ଲକ୍ଷ୍ନୌସ୍ଥିତ ସାଇ ସ୍ପୋଟର୍‌ସ ହଷ୍ଟେଲରେ ଥିବାବେଳେ ରାଜଙ୍କ ପ୍ରତିଭାକୁ ଚିହ୍ନିଥିଲେ ହକି ଇଣ୍ଡିଆ ହାଇ ପରଫରମାନ୍ସ ଡାଇରେକ୍ଟର ଡେଭିଡ ଜନ୍‌ଙ୍କଦ୍ୱାରା ଚିହ୍ନଟ ହୋଇଥିଲେ। ୨୦୧୮ରେ ସିନିୟର ଜାତୀୟ ପୁରୁଷ ହକି ଚାମ୍ପିୟନଶିପ୍‌ ଅବସରରେ ରାଜଙ୍କ ସଂସ୍ପର୍ଶରେ ଆସିଥିଲେ ଜନ୍‌। ”୨୦୧୮ରେ ମୁଁ ପ୍ରଥମଥରପାଇଁ ନ୍ୟାଶନାଲ କ୍ୟାମ୍ପକୁ ଡାକରା ପାଇଥିଲି। ମାତ୍ର ସେଠାରେ ଟ୍ରେନିଂ ଟେକ୍‌ନିକ୍‌ ଏବଂ ଗେମ୍‌-ସେନ୍ସ ସହିତ ଅଭ୍ୟସ୍ତ ହେବାପାଇଁ ମୋତେ ସମୟ ଲାଗିଥିଲା। ମୁଁ ପୂର୍ବରୁ ଖେଳିଥିବା ହକି ଏବଂ ସିନିୟର ଦଳ ଖେଳୁଥିବା ହକି ମଧ୍ୟରେ ଅନେକ ପାର୍ଥକ୍ୟ ଥିଲା। ତେଣୁ ଆରମ୍ଭରେ ମୁଁ ଚାପରେ ରହିଥିଲି। ତେବେ ମୋତେ ନିୟମିତଭାବେ ଉତ୍ତର ପ୍ରଦେଶର ଅନ୍ୟତମ ଫରଓ୍ବାର୍ଡ ଖେଳାଳି ଲଳିତ ଉପାଧ୍ୟାୟ ମୋତେ ସର୍ବଦା ଉତ୍ସାହିତ କରି ଆସିଥିଲେ। ଚାପର ବଶବର୍ତ୍ତୀ ନ ହୋଇ ଏହାକୁ ସାଧାରଣଭାବେ ନେବାକୁ ସେ ମୋତେ ପରାମର୍ଶ ଦେଇଥିଲେ“ ବୋଲି ରାଜ କହିଛନ୍ତି।
ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ସିନିୟର ଚାମ୍ପିୟନଶିପ୍‌ରେ ପ୍ରଭାବୀ ପ୍ରଦର୍ଶନ ପରେ ରାଜଙ୍କୁ ୨୦୧୯ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପକୁ ଡକା ଯାଇଥିଲା। ସେହି ଦିନଠାରୁ ରାଜ ସିନିୟର ଦଳର ସଦସ୍ୟ ରହି ଆସିଛନ୍ତି। ଉଚ୍ଚ ସ୍ତରର ହକି ଖେଳିବା ପାଇଁ କ’ଣ କରିବାକୁ ହେବ ତାହା ମୋତେ କୋଚ୍‌ ରିଡ୍‌ ବୁଝାଇଛନ୍ତି। ନିଜ ଫିଟ୍‌ନେସ ପ୍ରତି ସଚେତନ ହେବା ସହ ପଡ଼ିଆ ମଧ୍ୟରେ ବଲ୍‌କୁ ବେଶୀ ସମୟ ନିଜ ପାଖରେ ନ ରଖିବା ଏବଂ ବିଭିନ୍ନ ଟେକ୍ନିକ୍‌ ସହିତ ଅଭ୍ୟସ୍ତ ହେବାଉପରେ ଅଧିକ ଧ୍ୟାନ ଦେଉଛି ବୋଲି ରାଜ ପ୍ରକାଶ କରିଛନ୍ତି। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା ତାଙ୍କ ସ୍ବପ୍ନ ରହିଛି ବୋଲି ସେ କହିଛନ୍ତି। ୨୦୧୧ରେ ପିତାଙ୍କ ଦେହାନ୍ତ ଯୋଗୁ ସେ କିଛିଦିନ ହକିରୁ ବ୍ରେକ୍‌ ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ”୨୦୧୦ରେ ମୁଁ ସାଇ ସ୍ପୋଟର୍‌ସ ହଷ୍ଟେଲରେ ଯୋଗଦେଲି। ମାତ୍ର ୨୦୧୧ରେ ପିତାଙ୍କ ଦେହାନ୍ତ ଯୋଗୁ ମା’ଙ୍କ ସହିତ ରହିବା ଜରୁରୀ ଥିଲା। ସେତେବେଳେ ମୋ ଭାଇମାନେ ଘରଠାରୁ ଦୂରରେ ରହୁଥିବାରୁ ମୁଁ ମା’ଙ୍କ ସହିତ ରହିଥିଲି। ପିତା ଚାଲିଯିବାପରେ ଘରର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକିପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ମୁଁ ଦୃଢ଼ ହୋଇଥିଲି। ଭାଗ୍ୟ ସାଥ୍‌ ଦେଇଥିଲା। ମୁଁ ୨୦୧୨ରେ ସାଇ ସ୍ପୋଟର୍‌ସ ହଷ୍ଟେଲରେ ପୁଣି ଯୋଗ ଦେଇଥିଲି। ମୋ ମା’ ମୋତେ ସମର୍ଥନ କରିଥିଲେ। ମୁଁ ଭାରତ ପକ୍ଷରୁ ହକି ଖେଳେ ବୋଲି ପିତା ଚାହୁଁଥିଲେ। ସେ ମୋର ଜଣେ ବଡ଼ ସମର୍ଥକ ଥିଲେ। ଅତୀତରେ ତାଙ୍କର ଉତ୍ସାହପୂର୍ଣ୍ଣ କଥା ଗୁଡ଼ିକ ମୋତେ ଶକ୍ତି ଦେଇଥିଲା। ଏବେ ଭାରତୀୟ ଦଳ ପାଇଁ ଶତପ୍ରତିଶତ ପ୍ରଦର୍ଶନ ଦେବା ମୋର ଲକ୍ଷ୍ୟ। କଠିନ ପରିଶ୍ରମ କରି ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇବା ମୋର ଲକ୍ଷ୍ୟ“ ବୋଲି ଭାବବିହ୍ବଳ ରାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri