Posted inଖେଳ

ଅଲିମ୍ପିକ୍ସ ସ୍ବପ୍ନରେ ବିଭୋର ବିବେକ

ଭୁବନେଶ୍ୱର, ୨୪।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳିବ। ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ଆମେରିକା ରହିଥିବାବେଳେ ପୁରୁଷ ଦଳ ଅପେକ୍ଷାକୃତ ଲୋ ର଼୍ୟାଙ୍କ୍‌ପ୍ରାପ୍ତ ରୁଷିଆକୁ ଭେଟିବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ମହିଳା ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ଏବଂ ପୁରୁଷ ଦଳ କୋଚ୍‌ ଗ୍ରାହାମ ରିଡ୍‌ ଆଗାମୀ ମ୍ୟାଚକୁ ଦୃଷ୍ଟିରେ ରଖି ନିଜ ନିଜ ଦଳକୁ ପ୍ରସ୍ତୁତ କରୁଛନ୍ତି। ଭାରତୀୟ ପୁରୁଷ ଦଳରେ ସ୍ଥାନ ପାଇଥିବା ଯୁବ ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ଆଗାମୀ ମ୍ୟାଚକୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି। ଅଲିମ୍ପିକ୍ସରେ ଖେଳିବା ତାଙ୍କର ସ୍ବପ୍ନ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ତା’ ପୂର୍ବରୁ ରୁଷିଆ ବିପକ୍ଷ କ୍ୱାଲିଫାୟର୍ସ ଖେଳିବା ଉପରେ ସେ ଏକାଗ୍ର ରହିଛନ୍ତି ବୋଲି କହିଛନ୍ତି।
ଭାରତର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ ସିନିୟର ଦଳରେ କ୍ୟାରିୟର ଆରମ୍ଭ କରିଥିଲେ ବିବେକ। ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଜାପାନ ବିପକ୍ଷ ମ୍ୟାଚରେ ନିଜର ପ୍ରଥମ ମ୍ୟାଚ ଖେଳିବା ବେଳକୁ ତାଙ୍କୁ ୧୭ ବର୍ଷ ୧୦ ମାସ ୨୨ ଦିନ ହୋଇଥିଲା। ମଧ୍ୟପ୍ରଦେଶ ହକି ଏକାଡେମୀରୁ ଟ୍ରେନିଂପ୍ରାପ୍ତ ବିବେକ ସିନିୟର ପଦାର୍ପଣ କରିବାପରେ ୨୦୧୮ ମସିହାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ଏଫଆଇଏଚ୍‌ ପୁରୁଷ ଚାମ୍ପିୟନ୍ସ ଟ୍ରଫି ଏବଂ ୟୁଥ୍‌ ଅଲିମ୍ପିକ୍‌ ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ କରି ଆସିଛନ୍ତି। ଏବେ ମାତ୍ର ୧୯ ବର୍ଷ ହୋଇଥିବାରୁ ବିବେକଙ୍କ ପାଇଁ ଲମ୍ବା ରାସ୍ତ ପଡ଼ିଛି। ”ଯୁବ ବୟସରେ ସିନିୟର ଦଳରେ ଚୟନ ହୋଇଥିବାରୁ ପ୍ରଥମେ ମୋ ପାଇଁ କିଛିଟା କଷ୍ଟ ହୋଇଥିଲା। ଜୁନିୟର ଦଳରେ ଖେଳିବା ଏବଂ ସିନିୟରରେ ଖେଳିବାର କୌଶଳରେ ଅନେକ ଭିନ୍ନତା ରହିଛି। ୨୦୧୮ରେ କୋଚ୍‌ ଜୋର୍ଡ ମାରିଜନେଙ୍କ ଅଧିନରେ ମୁଁ ସିନିୟର ସ୍ତରରେ ଖେଳିବା ଆରମ୍ଭ କରିଥିଲି। ନିଜକୁ ପ୍ରଥମେ ଆଡଜଷ୍ଟ କରିଥିଲି, ମାରିଜନେ ମୋ ଆତ୍ମବିଶ୍ୱାସକୁ ବଢ଼ାଇଥିଲେ। ଆରମ୍ଭ ନିଶ୍ଚିତଭାବେ ସହଜ ନ ଥିଲା। ତେବେ ମୁଁ ନିଜକୁ ଖାପ ଖୁଆଇବା ସହ ଗତ ବର୍ଷ ଅପେକ୍ଷା ଉନ୍ନତ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛି। ଦଳୀୟ ଖେଳାଳି ଓ କୋଚ୍‌ଙ୍କ ସହଯୋଗକ୍ରମେ ମୁଁ ଦଳୀୟ ରଣନୀତିର ଅଂଶବିଶେଷ ହୋଇ ପାରୁଛି“ ବୋଲି ବିବେକ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମରେ ଥିବାବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି। ତେବେ ପ୍ରତିଦ୍ୱନ୍ଦ୍ୱୀ ରୁଷିଆକୁ ଭାରତ ହାଲ୍‌କାଭାବେ ନେଉନାହିଁ ବୋଲି ବିବେକ ସ୍ପଷ୍ଟ କରିଛନ୍ତି। ”ଆମେ ପ୍ରତିଦ୍ୱନ୍ଦ୍ୱୀର ଶକ୍ତିକୁ ଦେଖିବା ଅପେକ୍ଷା ନିଜେ କିପରି ଶତ ପ୍ରତିଶତ ପ୍ରଦର୍ଶନ ଦେଇ ପାରିବୁ ତା ଉପରେ ଫୋକସ କରୁଛୁ। ବେଲ୍‌ଜିୟମ ଟୁର୍‌ ଆମ ପାଇଁ ବହୁତ ଭଲ ରହିଲା। ଆମେ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ହରାଇବା ସହ ସ୍ପେନ୍‌ ଦଳକୁ ମଧ୍ୟ ପରାସ୍ତ କରିଛୁ। ଏହି ଗସ୍ତରେ ଦଳୀୟ ପ୍ରଦର୍ଶନରେ କୋଚ୍‌ ଗ୍ରାହାମ ରିଡ୍‌ ସନ୍ତୋଷ ପ୍ରକାଶ କରିଛନ୍ତି। ରୁଷିଆ ବିପକ୍ଷ ମ୍ୟାଚରେ ମଧ୍ୟ ଆମେ ତା’ର ପୁନରାବୃତ୍ତି ଲକ୍ଷ୍ୟ ରଖିଛୁ“ ବୋଲି ସେ କହିଛନ୍ତି। ସିନିୟର ଦଳକୁ ଆସିବା ପୂର୍ବରୁ ବିବେକ ଜୁନିୟର ସ୍ତରରେ ଚମତ୍କାର ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ୨୦୧୭ ସୁଲତାନ ଜୋହର କପ୍‌ରେ ତାଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ସେ ଦଳର ଅଧିନାୟକ ମଧ୍ୟ ଥିଲେ। କୌଣସି ଦଳ ସହ ଏହା ତାଙ୍କର ପ୍ରଥମ ଟୁର୍‌ ଥିଲା। ପ୍ରfତିଯୋଗିତାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିଲେ ହେଁ ବିବେକ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଏହା ଏକ ସ୍ମରଣୀୟ ଟୁର୍‌ ଥିଲା, ମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ ତାହା ଅଧିକ ସ୍ମରଣୀୟ ହୋଇ ପାରିଥାନ୍ତା। ତେବେ ଏହି ଟୁର୍ନାମେଣ୍ଟ ମୋ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା ଏବଂ ମୋତେ ଏହାପରେ ସିନିୟର କ୍ୟାମ୍ପକୁ ଡାକରା ମିଳିଥିଲା। ମୋତେ ସିନିୟର ଦଳରେ ସାମିଲ କରିବା ପ୍ରକ୍ରିୟା ଏହିଠାରୁ ଆରମ୍ଭ ହୋଇଥିଲା। ହକିକୁ କ୍ୟାରିୟର କରୁଥିବା ପ୍ରତି ଖେଳାଳି ଅଲିମ୍ପିକ୍ସରେ ଖେଳିବା ସ୍ବପ୍ନ ରଖିଥାନ୍ତି। ମୋର ମଧ୍ୟ ସେହି ସ୍ବପ୍ନ ରହିଛି। ଆଗାମୀ ରୁଷିଆ ବିପକ୍ଷ କ୍ୱାଲିଫାୟର୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆମେ ଅଲିମ୍ପିକ୍ସ ଖେଳିବାକୁ ଚାହୁଁ। ବ୍ୟକ୍ତିଗତଭାବେ ମୁଁ କଠିନ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରୁଛି ବୋଲି ବିବେକ ପ୍ରକାଶ କରିଛନ୍ତି।
ବିବେକ ଏପର୍ଯ୍ୟନ୍ତ ୫୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ଓ ବର୍ତ୍ତମାନର ସିନିୟର ଗୋଲକିପର ପି.ଆର. ଶ୍ରୀଜେଶଙ୍କ ପ୍ରଦର୍ଶନର ସକାରାତ୍ମକ ପ୍ରଭାବ ତାଙ୍କ ଉପରେ ପଡ଼ିଛି ବୋଲି କହିଛନ୍ତି। ଯୁବ ବୟସରେ ସିନିୟର କ୍ୟାମ୍ପକୁ ଡାକରା ପାଇଥିବାରୁ ମନରେ ଭୟ ରହିଥିଲା। ମାତ୍ର ସେତେବେଳେ ସର୍ଦ୍ଦାର ସିଂଙ୍କ ପରି ସିନିୟର ଖେଳାଳିମାନେ ମୋତେ ଗାଇଡ୍‌ କରିବା ସହ ମନୋବଳ ବଢ଼ାଇଥିଲେ। ମନପ୍ରୀତ ସିଂ ଏବଂ ଶ୍ରୀଜେଶଙ୍କ ସିନିୟର ଖେଳାଳିଙ୍କ ପରାମର୍ଶ ମୋ ପାଇଁ ବହୁ ଉପାଦେୟ ହୋଇଛି। ଏବେ ଦଳ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଆମର ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ବୋଲି ଚଳିତବର୍ଷ ପ୍ରାରମ୍ଭରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜ ଫାଇନାଲ୍ସରେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିବା ବିବେକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri