ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ ନେଇ ବ୍ରିଟିଶ ବ୍ରୋକରେଜ ବର୍କଲେଜ ପକ୍ଷରୁ ଆକଳନ କରାଯାଇଛି। ଭାରତ ବଜାର ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ଏବେ ବିକାଶ ହାର ପୂର୍ବାନୁମାନକୁ କମ୍‌ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ସହାୟତା ପ୍ୟାଜେକ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହି ସମୟରେ ଏଜେନ୍ସି ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୭% ପଏଣ୍ଟ ହ୍ରାସ କରିବା ସହ ୩.୫% ରଖିଛି।
ଏପ୍ରିଲ ୩ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ(ଏମ୍‌ପିସି) ଅନୁଷ୍ଠିତ ହେବ। ଏହି ବୈଠକରେ ସୁଧହାର ହ୍ରାସ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହାବାଦ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ୦.୬୫% ସୁଧହାର ହ୍ରାସ ଘୋଷଣା କରିପାରେ। ଏହାବାଦ ବର୍ଷ ମଧ୍ୟରେ ୧% ରେପୋ ହ୍ରାସ ହୋଇପାରେ ବୋଲି ବର୍କଲେଜ ଏହାର ରିପୋର୍ଟରେ ପ୍ରକାଶ କରିଛି। ସାରା ଦେଶ ଲକ୍‌ଡାଉନ ହୋଇଯିବା ଫଳରେ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଦେଶର ପୁଞ୍ଜି ବଜାର ଏବେ ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର କାରବାରରେ ସେନ୍‌ସେକ୍ସ ୦.୪୭% ନିମ୍ନରେ ରହିଛି। ୩ ସପ୍ତାହରେ ସାରା ଦେଶକୁ ପ୍ରାୟ ୯୦ ବିଲିୟନ କ୍ଷତି ସହିବାକୁ ପଡିବ। ଏହାବାଦ ପୂର୍ବରୁ କିଛି ରାଜ୍ୟ ଲକ୍‌ଡାଉନ ଘୋଷଣା କରିଥିବାରୁ ଏଥି ଜନିତ କ୍ଷତିକୁ ମିଶାଇଲେ ମୋଟ କ୍ଷତି ୧୨୦ ବିଲିୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି।
ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ କ’ଣ ରହିବ ସେ ନେଇ ସରକାର ଏବେ ଯାଏ ନୀରବ ରହିଥିବା ଘରୋଇ ବ୍ରୋକରେଜ ଫାର୍ମ ଏମ୍‌କେ ପ୍ରକାଶ କରିଛି। ଏ ଦିଗରେ ନୀତି ନିର୍ଦ୍ଧାରକ ଆଗୁଆ ଲଗାଇଥିବା ପୂର୍ବାନୁମାନ ପାଇଁ ନିର୍ଦ୍ଧାରକଙ୍କୁ ଏମକେ ଧନ୍ୟବାଦ ପ୍ରଦାନ କରିଛି। ଏହି ଏଜେନ୍ସି କହିଛି ଯେ, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପ ଏବେ ଯାଏ ଅଣ୍ଟାସଳଖି ଛିଡା ହୋଇନାହିଁ। ସରକାର ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଏହି କ୍ଷେତ୍ରଗୁଡିକର ସମସ୍ୟାକୁ ଲାଘବ କରାଯାଇ ପାରିବ ବୋଲି କୁହାଯାଇଛି। କ୍ଷୁଦ୍ର ବାଣିଜ୍ୟ ଲାଗି ଋଣ ସୁବିଧା, ଋଣ ପୁନର୍ଗଠନ, ନଗଦ ସୁବିଧା, ଟାସ୍କଫୋର୍ସ ସୁବିଧା ଏବଂ ରାଜ୍ୟଗୁଡିକ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏଡେଲଓ୍ବିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ଅସୁବିଧା ସମୟରେ ଯେଭଳି ପ୍ରସ୍ତୁତିର ଆବଶ୍ୟକତା ରହିଛି ସେ ଦିଗରେ ସରକାର ଠିକ୍‌ ଭାବେ ପଦକ୍ଷେପ ନେଇନାହାନ୍ତି। ଭାରତକୁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri