ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ;ଜିଡିପି ୭% ରହିବା ସମ୍ଭାବନା

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରିବେ। ଏହାର ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ଗୁରୁବାର ସେ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ନିବେଶ ବୃଦ୍ଧି କାରଣରୁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବା ବୋଲି ଆଶାକରାଯାଉଛି।
ସର୍ଭେ ଅନୁଯାୟୀ, ଦେଶର ମୂଳ ଅର୍ଥନୈତିକ ଦୃଶ୍ୟପଟ ସ୍ଥିର ରହିଛି। ଏହି କାରଣରୁ ନିବେଶ ବୃଦ୍ଧି ହେଲେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ଦୌଡିବ। ଏଥିସହିତ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୩.୪%ରେ ରହିବ ବୋଲି ଆଶା ରହିଛି। ୨୦୧୮-୧୯ରେ ଜିଡିପି ହାର ୬.୮% ରହିଥିଲା ବେଳେ ୨୦୧୭-୧୮ରେ ଏହା ୭.୨% ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଗତ ୫ ବର୍ଷରେ ବିକାଶ ହାର ହାରାହାରି ୭.୫% ରହିଛି, ଯାହା କି ଅନ୍ତରୀଣ ବଜେଟରେ ମଧ୍ୟ ସମାନ ଅନୁମାନ କରାଯାଇଥିଲା। ଏହାର ଅର୍ଥ ଗତ ଆର୍ଥିକ ବର୍ଷ ତୁଳନାରେ ଦେଶର ବିକାଶ ହାର ସାମାନ୍ୟ ହ୍ରାସ ପାଇଛି ବୋଲି ସ୍ବୀକାର କରାଯାଇଛି। କୃଷି ଓ ଏ ସମ୍ପର୍କିତ କ୍ଷେତ୍ର, ବାଣିଜ୍ୟ, ହୋଟେଲ, ପରିବହନ, ଭଣ୍ଡାର, ଟେଲିକମ୍‌ ଆଦି କ୍ଷେତ୍ରରେ ଅଭିବୃଦ୍ଧି ଧିମା ହେବା କାରଣରୁ ବିକାଶ ହାର ହ୍ରାସ ପାଇଛି ବୋଲି ଦର୍ଶାଯାଇଛି। ସର୍ଭେରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଭାବେ ଗଢ଼ିତୋଳିବା ଲାଗି ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଥିପାଇଁ ଘରୋଇ ନିବେଶ ଅତ୍ୟନ୍ତ ଜରୁରୀ। ବିକାଶ, ନିଯୁକ୍ତି, ରପ୍ତାନି ଓ ଚାହିଦା ବୃଦ୍ଧି ଲାଗି ଘରୋଇ ପୁଞ୍ଜିନିବେଶ ମୁଖ୍ୟ ଚାବି ହେବ। ଆର୍ଥିକ ବର୍ଷ ୨୦୨୦ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବ ବୋଲି କୁହାଯାଇଛି। ଏଥିଯୋଗୁ ଅର୍ଥନୀତି ଅଭିବୃଦ୍ଧିକୁ ସହାୟତା ମିଳିବ। ଆର୍ଥିକ ବର୍ଷ ୨୦୧୯ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ୨୮୩.୪ ମିଲିୟନ ଟନ ରହିବ ବୋଲି ଅନୁମାନ କରାଯାଇଥିଲା ବେଳେ ଆମଦାନୀ ୧୫.୪% ଓ ରପ୍ତାନି ୧୨.୫% ରହିବ ବୋଲି ଆଶା ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ ମଧ୍ୟଭାଗରୁ ଗ୍ରାମାଞ୍ଚଳରେ ମଜୁରୀ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଧିମା ଅଭିବୃଦ୍ଧି, ଜିଏସ୍‌ଟି ଏବଂ କୃଷି ଯୋଜନା ବିତ୍ତୀୟ ନିଅଣ୍ଟ କ୍ଷେତ୍ରରେ ଚାଲେଞ୍ଜ ହୋଇପାରେ। ୨୦୧୮-୧୯ରେ ମୁଦ୍ରାସ୍ଫୀତି ହାର ୩.୪%ରେ ସୀମିତ ରହିଥିଲା ବେଳେ ୨୦୧୭-୧୮ ପରେ ନିବେଶ ବୃଦ୍ଧିରେ ସୁଧାର ହେଉଥିବା ସ୍ବୀକାର କରାଯାଇଛି। ସ୍ଥିର ନିବେଶ ବୃଦ୍ଧି ହାର ୨୦୧୬-୧୭ରେ ୮.୩%ରୁ ବୃଦ୍ଧି ପାଇବା ପରେ ପରବର୍ତ୍ତୀ ବର୍ଷରେ ଏହା ୯.୩% ଏବଂ ତହିଁ ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଏହା ୧୦.୦ ପ୍ରତିଶତ ହୋଇଛି। ଚଳନ୍ତି ଜମା ନିଅଣ୍ଟ ପରିମାଣକୁ ଜିଡିପିର ୨.୧ ପ୍ରତିଶତରେ ସୀମିତ ରଖାଯିବାକୁ ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଏନ୍‌ବିଏଫ୍‌ସି ସେକ୍ଟରରେ ଚାପ ଯୋଗୁ ବିକାଶ ପ୍ରଭାବିତ ହେବ। ତେବେ ଆର୍ଥିକ ବର୍ଷ ୨୦୨୦ରେ ଅର୍ଥନୀତି ଲାଗି ଅନେକ ବିତ୍ତୀୟ ଆହ୍ବାନ ରହିଛି। ଆର୍ଥିକ ବର୍ଷ ୨୦୨୧ରେ ବିତ୍ତୀୟ ନିଅଣ୍ଟ ୩% ରହିବା ଅନୁମାନ କରାଯାଇଥିତ୍ବା ବେଳେ ଆର୍ଥିକ ବର୍ଷ ୨୦୧୯-୨୦ରେ ଅଭିବୃଦ୍ଧି ଧିମା ହେଲେ ରାଜସ୍ବ ଆୟ ପ୍ରଭାବିତ ହେବ ବୋଲି ସର୍ଭେ ରିପୋର୍ଟରେ ଚେତାବନୀ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ରେ ରବି ଫସଲ ଲାଗି ମୋଟ ଚାଷ ଅଞ୍ଚଳ ହ୍ରାସ ପାଇଥିଲା। ଫଳରେ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିଲା। ଖାଦ୍ୟଶସ୍ୟ ମୂଲ୍ୟ କମିବା କାରଣରୁ ଚାଷୀ କମ୍‌ ଜମିରେ ଚାଷ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri