Categories: ବାଣିଜ୍ୟ

ଅର୍ଥନୀତି ଏବେ ଧିମା ରହିଛି: ଜଲାନ

ନୂଆଦିଲ୍ଲୀ,୫-୮: ଦେଶର ଅର୍ଥନୀତି ଏବେ ଧିମା ରହିଛି। ତେବେ ଆସନ୍ତା ବର୍ଷେ କିମ୍ବା ୨ ବର୍ଷ ଭିତରେ ଏହା ପୁଣି ଦ୍ରୁତତର ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ରୁ ପୂର୍ବତନ ଗଭର୍ନର ବିମଳ ଜଲାନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହେବାକୁ ଆବର୍ତ୍ତନୀୟ କୁହାଯାଇପାରେ। କେନ୍ଦ୍ର ସରକାର ଅନେକ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ଏହାର କ୍ରିୟାନ୍ବୟନକୁ ନେଇ ଆଗକୁ ବଢ଼ିବାକୁ ହେବ। ବିଶେଷ କରି ନିବେଶ ପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ। ଘରୋଇ ନିବେଶ ବଢ଼ୁନି କାହିଁକି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ବିମୁଦ୍ରୀକରଣର ପ୍ରଭାବରୁ ଏହା ହୋଇଥାଇପାରେ। ଏହା ମଧ୍ୟ କୁହାଯାଇପାରେ ଯେ, ନିବେଶକ ଲୋକ ସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ। ଆର୍ଥିକ ଅଭିବୃଦ୍ଧି ବର୍ତ୍ତମାନ ଧିମା ରହିଛି ଏହା ସ୍ବୀକାର କରିବାକୁ ହେବ ବୋଲି ଜାଲାନ ପ୍ରକାଶ କରିଛନ୍ତି।

Share