Posted inଖେଳ

ଅର୍ଜୁନ, ସାରାଙ୍କ ସହ ଏକାଠି ଯୋଗ କରି ପିତୃ ଦିବସ ପାଳିଲେ ସଚିନ

ମୁମ୍ବାଇ, ୨୧।୬- ରବିବାର ଗୋଟିଏ ଦିନରେ ଅନ୍ତର୍ଜାତୀୟ ଯୋଗ ଦିବସ ସାଙ୍ଗକୁ ବିଶ୍ୱ ପିତୃ ଦିବସ ପଡ଼ିଥିଲା। ଏହି ଅବସରରେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପୁଅ ଅର୍ଜୁନ ଓ ଝିଅ ସାରାଙ୍କ ସହ ଏକାଠି ପ୍ରାଣାୟମ କରି ଉଭୟ ପିତୃ ଓ ଯୋଗ ଦିବସ ପାଳନ କରିଥିବାର ଜଣାପଡ଼ିଛି। ସଚିନ ନିଜ ଟୁଇଟର୍‌ ଆକାଉଣ୍ଟରେ ଏହାର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ବାନ୍ଦ୍ରସ୍ଥିତ ବାସଭବନରେ ଅର୍ଜୁନ ଓ ସାରାଙ୍କ ସହ ସଚିନ ପ୍ରାଣାୟମ ମୁଦ୍ରାରେ ରହିଛନ୍ତି। ଏହି ଫଟୋ ତଳେ ସଚିନ ଏକ କ୍ୟାପସନ ଲେଖି ଉଲ୍ଲେଖ କରିଛନ୍ତି, ଏକାଠି କିଛି ଯୋଗ କରି ପିତୃ ଦିବସ ପାଳନ କରିଛୁ। ସେହିଭଳି ଅନ୍ୟ ଭାରତୀୟ କ୍ରିକେଟର୍‌ମାନଙ୍କ ମଧ୍ୟରେ ରୋହିତ୍‌ ଶର୍ମା, ଯୁବରାଜ ସିଂ, ବୀରେନ୍ଦ୍ର ସେହ୍ବାଗ, ଇଶାନ୍ତ ଶର୍ମା, ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ବିଶ୍ୱ ପିତୃ ଦିବସ ଓ ଯୋଗ ଦିବସ ପାଳନ କରିଛନ୍ତି।
ସୀମିତ ଓଭର ଦଳର ଉପଅଧିନାୟକ ରୋହିତ୍‌ ଶର୍ମା ନିଜ ସ୍ବର୍ଗୀୟ ବାପା ଗୁରୁନାଥ ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଏହି ଫଟୋ ତଳେ ଲେଖିଛନ୍ତି, ବାପା ସର୍ବଦା ପଛରେ ଠିଆ ହୁଅନ୍ତି। ପିଲାମାନଙ୍କର ଏବଂ ଘରର ସେ ମେରୁଦଣ୍ଡ ହୋଇଥାନ୍ତି। ମୋ ବାପା ମଧ୍ୟ ସେହିପରି ଥିଲେ ଏବଂ ମୋର ସମସ୍ତ ସ୍ବପ୍ନ ପୂରଣ କରିବାରେ ସେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri