Posted inଖେଳ

ଅର୍ଜୁନ ପୁରସ୍କାର ନେଇ ପ୍ରଣୟଙ୍କ କ୍ଷୋଭ: କ୍ରମାଗତ ଦ୍ୱିତୀୟ ବର୍ଷ ନୋମିନେଶନରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ, ୩।୬(ପି.ଟି.): ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍‌ ପଡିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌.ଏସ୍‌. ପ୍ରଣୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାରର ନୋମିନେଶନରୁ ବାଦ୍‌ ଦିଆଯାଇଛି। ଫଳରେ ପ୍ରଣୟ ଏଥିପାଇଁ ଅସନ୍ତୋଷ ଜାହିର କରିଛନ୍ତି। ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ମୋଠାରୁ କମ୍‌ ସଫଳତା ପାଇଥିବା ଖେଳାଳିଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ତେବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୋତେ ଅଣଦେଖା କରାଯାଇଛି ବୋଲି କ୍ଷୋଭ ପ୍ରକାଶ କରି ପ୍ରଣୟ କହିଛନ୍ତି। ପ୍ରଣୟ ଟୁଇଟ୍‌ କରି ଏ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି।
ଉଲ୍ଲେଖଥାଉ କି, ବିଏଆଇ ମଙ୍ଗଳବାର ଏହି ପୁରସ୍କାର ପାଇଁ ଡବଲ୍ସ ଯୋଡି ସାତ୍ତ୍ୱିକରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଓ ସିଙ୍ଗଲ୍ସ ଖେଳାଳି ସମୀର ବର୍ମାଙ୍କ ନାମ ସୁପାରିସ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଚାମ୍ପିୟନଶିପ୍‌ରେ ପଦକ ହାସଲ କରିଥିବା ଖେଳାଳିଙ୍କ ନାମ ସୁପାରିସ କରାଯାଇନାହିଁ। କିନ୍ତୁ ଯେଉଁ ଖେଳାଳିମାନେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିନାହାନ୍ତି କିମ୍ବା ଅଂଶଗ୍ରହଣ କରିନାହାନ୍ତି ସେମାନଙ୍କ ନାମ ସୁପାରିସ କରାଯାଇଛି। ଏହା ହାସ୍ୟସ୍ପଦ ବୋଲି ସେ ନିଜ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ସାତ୍ତ୍ୱିକ୍‌- ଚିରଗ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଦପକ ଜିତିଥିଲେ। ତେବେ ସମୀର ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ପୂର୍ବରୁ କେବେ ଅଂଶଗ୍ରହଣ କରିନାହାନ୍ତି।
ଅବଶ୍ୟ ଗତବର୍ଷ ପ୍ରଣୟ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ୨୦୧୮ରେ ସେ ଜବରଦସ୍ତ ଫର୍ମରେ ଥିଲେ। ୨୫ ବର୍ଷୀୟ ପ୍ରଣୟ ୨୦୧୮ରେ ୩ଟି ଟାଇଟଲ ହାସଲ କରି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୧ ନମ୍ବର ସ୍ଥାନ ହାସଲ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ୨୦୧୮ରେ ମଧ୍ୟ ସ୍ଥାନ ପାଇଥିଲେ ଓ ସେ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟପଟେ ଗତ ୪ ବର୍ଷରେ ପ୍ରଦର୍ଶନକୁ ଭିତ୍ତିକରି ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟକୁ ଖେଳାଳି ଓ କୋଚ୍‌ମାନଙ୍କ ନାମ ସୁପାରିସ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ପ୍ରଣୟଙ୍କ ପ୍ରଦର୍ଶନ ଆଶାନୁରୂପ ରହିନାହିଁ ବୋଲ ବିଏଆଇ କହିଛି। ତେବେ ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଭାରତୀୟ ମିକ୍ସଡ ଟିମ୍‌ର ସଦସ୍ୟ ରୂପେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
୨୦୧୭ରେ ସେ ଇଣ୍ଡୋନେସିଆନ୍‌ ଓପନ୍‌ରେ ପୂର୍ବତନ ୧ ନମ୍ବର ଖେଳାଳି ମାଲେସିଆର ଲି ଚୋଙ୍ଗ୍‌ ଓ୍ବେଇ ଓ ଅଲିମ୍ପିକ୍‌ ଚାମ୍ପିୟନ ଚାଇନାର ଚେନ୍‌ ଲଙ୍ଗ୍‌ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏହି ବର୍ଷ ମଧ୍ୟ ସେ ୟୁଏସ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ସେତେବେଳର ୨ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତଙ୍କୁ ହରାଇ ସେ ପ୍ରଥମ ଜାତୀୟ ସିନିୟର ଟାଇଟଲ ହାସଲ କରିଥିଲେ। ୨୦୧୬ ଓ ୨୦୨୦ରେ ସେ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।
ନୋମିନେଶନରୁ ବାଦ୍‌ ପଡିବା ନେଇ ତାଙ୍କ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପାଲି କାଶ୍ୟପ୍‌ ସମର୍ଥନ କରିଛନ୍ତି। ଗତବର୍ଷ ନୋମିନେଶନରୁ ବାଦ୍‌ ପଡିବାରୁ ସେ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri