Posted inଖେଳ

ଅର୍ଜୁନ ପୁରସ୍କାର ନେଇ ପ୍ରଣୟଙ୍କ କ୍ଷୋଭ: କ୍ରମାଗତ ଦ୍ୱିତୀୟ ବର୍ଷ ନୋମିନେଶନରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ, ୩।୬(ପି.ଟି.): ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍‌ ପଡିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌.ଏସ୍‌. ପ୍ରଣୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାରର ନୋମିନେଶନରୁ ବାଦ୍‌ ଦିଆଯାଇଛି। ଫଳରେ ପ୍ରଣୟ ଏଥିପାଇଁ ଅସନ୍ତୋଷ ଜାହିର କରିଛନ୍ତି। ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ମୋଠାରୁ କମ୍‌ ସଫଳତା ପାଇଥିବା ଖେଳାଳିଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ତେବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୋତେ ଅଣଦେଖା କରାଯାଇଛି ବୋଲି କ୍ଷୋଭ ପ୍ରକାଶ କରି ପ୍ରଣୟ କହିଛନ୍ତି। ପ୍ରଣୟ ଟୁଇଟ୍‌ କରି ଏ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି।
ଉଲ୍ଲେଖଥାଉ କି, ବିଏଆଇ ମଙ୍ଗଳବାର ଏହି ପୁରସ୍କାର ପାଇଁ ଡବଲ୍ସ ଯୋଡି ସାତ୍ତ୍ୱିକରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଓ ସିଙ୍ଗଲ୍ସ ଖେଳାଳି ସମୀର ବର୍ମାଙ୍କ ନାମ ସୁପାରିସ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଚାମ୍ପିୟନଶିପ୍‌ରେ ପଦକ ହାସଲ କରିଥିବା ଖେଳାଳିଙ୍କ ନାମ ସୁପାରିସ କରାଯାଇନାହିଁ। କିନ୍ତୁ ଯେଉଁ ଖେଳାଳିମାନେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିନାହାନ୍ତି କିମ୍ବା ଅଂଶଗ୍ରହଣ କରିନାହାନ୍ତି ସେମାନଙ୍କ ନାମ ସୁପାରିସ କରାଯାଇଛି। ଏହା ହାସ୍ୟସ୍ପଦ ବୋଲି ସେ ନିଜ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ସାତ୍ତ୍ୱିକ୍‌- ଚିରଗ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଦପକ ଜିତିଥିଲେ। ତେବେ ସମୀର ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ପୂର୍ବରୁ କେବେ ଅଂଶଗ୍ରହଣ କରିନାହାନ୍ତି।
ଅବଶ୍ୟ ଗତବର୍ଷ ପ୍ରଣୟ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ୨୦୧୮ରେ ସେ ଜବରଦସ୍ତ ଫର୍ମରେ ଥିଲେ। ୨୫ ବର୍ଷୀୟ ପ୍ରଣୟ ୨୦୧୮ରେ ୩ଟି ଟାଇଟଲ ହାସଲ କରି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୧ ନମ୍ବର ସ୍ଥାନ ହାସଲ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ୨୦୧୮ରେ ମଧ୍ୟ ସ୍ଥାନ ପାଇଥିଲେ ଓ ସେ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟପଟେ ଗତ ୪ ବର୍ଷରେ ପ୍ରଦର୍ଶନକୁ ଭିତ୍ତିକରି ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟକୁ ଖେଳାଳି ଓ କୋଚ୍‌ମାନଙ୍କ ନାମ ସୁପାରିସ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ପ୍ରଣୟଙ୍କ ପ୍ରଦର୍ଶନ ଆଶାନୁରୂପ ରହିନାହିଁ ବୋଲ ବିଏଆଇ କହିଛି। ତେବେ ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଭାରତୀୟ ମିକ୍ସଡ ଟିମ୍‌ର ସଦସ୍ୟ ରୂପେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
୨୦୧୭ରେ ସେ ଇଣ୍ଡୋନେସିଆନ୍‌ ଓପନ୍‌ରେ ପୂର୍ବତନ ୧ ନମ୍ବର ଖେଳାଳି ମାଲେସିଆର ଲି ଚୋଙ୍ଗ୍‌ ଓ୍ବେଇ ଓ ଅଲିମ୍ପିକ୍‌ ଚାମ୍ପିୟନ ଚାଇନାର ଚେନ୍‌ ଲଙ୍ଗ୍‌ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏହି ବର୍ଷ ମଧ୍ୟ ସେ ୟୁଏସ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ସେତେବେଳର ୨ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତଙ୍କୁ ହରାଇ ସେ ପ୍ରଥମ ଜାତୀୟ ସିନିୟର ଟାଇଟଲ ହାସଲ କରିଥିଲେ। ୨୦୧୬ ଓ ୨୦୨୦ରେ ସେ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।
ନୋମିନେଶନରୁ ବାଦ୍‌ ପଡିବା ନେଇ ତାଙ୍କ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପାଲି କାଶ୍ୟପ୍‌ ସମର୍ଥନ କରିଛନ୍ତି। ଗତବର୍ଷ ନୋମିନେଶନରୁ ବାଦ୍‌ ପଡିବାରୁ ସେ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri