ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ, ୧୫ା୫ (ପି.ଟି.)-ମୁମ୍ବାଇ ଟି୨୦ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବାବେଳେ ତାଙ୍କ ଦଳ  ଆକାଶ ଟାଇଗର୍ସ ମୁମ୍ବାଇ ଓ୍ବେଷ୍ଟର୍ନ ସବ୍‌ଅର୍ବ ୫ ଉଇକେଟରେ ଟ୍ରିମ୍ଫ୍‌ ନାଇଟ୍‌ ମୁମ୍ବାଇ ନର୍ଥ ଇଷ୍ଟ ଦଳକୁ ହରାଇ ଦେଇଛନ୍ତି।  ମୁମ୍ବାଇ ଟି୨୦ ଲିଗ୍‌ରେ ପ୍ରଥମ ଥର ଖେଳୁଥିବା କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମ୍ୟାଚରେ ୨୩ରନ ସଂଗ୍ରହ କରିଥିବାବେଳେ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟ୍ରିମ୍ଫ୍‌ ନାଇଟ୍ସକୁ ୧୪୭/୬ରେ ସୀମିତ ରଖିବା ପରେ ଆକାଶ ଟାଇଗର୍ସ ବିଜୟ ଲକ୍ଷ୍ୟକୁ ୩ଟି ବଲ୍‌ ବାକି ଥାଇ ହାସଲ କରିନେଇଥିଲା। ଓପନର ଆକର୍ଷିତ ଗୋମେଲ (୪୧) ଏବଂ କୌସ୍ତଭ ପାଓ୍ବାର (୩୪; ୫ଚୌକା) ପାର୍ଟନରଶିପ୍‌ରେ ୬୭ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଡାଉନ୍‌ରେ ବ୍ୟାଟିଂ କରିବାକୁ ଆସିଥିବା ଅର୍ଜୁନ ଆଉଟ ହେବା ପୂର୍ବରୁ ୧୯ ବଲ୍‌ରୁ ୨୩ ରନ କରିଥିଲେ। ପରେ ଡି. ସୁବ୍ରମଣ୍ୟମ ଏବଂ ଯୋଗେଶ ପାଓ୍ବାର ଆଉ କୌଣସି କ୍ଷତି ନ ଘଟାଇ ଦଳକୁ ବିଜୟୀ କରାଇଥିଲେ। ପୂର୍ବରୁ ଟ୍ରିମ୍ଫ୍‌ ନାଇଟ୍‌ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ୫୬ ବଲ୍‌ରୁ ଅପରାଜିତ ୯୦ ରନ ସହାୟତାରେ ୬ଉଇକେଟ ବିନିମୟରେ ୧୪୭ ରନ କରିଥିଲା। ସେ ତାଙ୍କ ଅପରାଜିତ ଇନିଂସରେ ୭ ଛକା ଓ ୪ ଚୌକା ଲଗାଇଥିଲେ। ସେ  ଜୋର୍‌ଦାର ପ୍ରହାର ସହ ବିପକ୍ଷ ଦଳର ବୋଲର ମିନାଦ ମଞ୍ଜ୍ରେକର (୧/୪୮)ଙ୍କୁ ହତାଶ କରିଥିଲେ। ଅନ୍ତିମ ଓଭରରେ ୪ ଛକା ଏବଂ ଗୋଟିଏ ଚୌକା ସହ ୨୮ ରନ ସଂଗ୍ରହ କରିଥିଲେ। ଟ୍ରିମ୍ଫ୍‌ ନାଇଟ୍‌ର ଆରମ୍ଭ ନିରୁତ୍ସାହଜନକ ଥିଲା। ଦଳ ଏକଦା ୩୮ରନରେ ୩ଟି ଉଇକେଟ ହରାଇ ବ୍ୟାଟିଂ ସଂକଟରେ ପଡ଼ିଥିଲା। ଅଧିନାୟକ ଯାଦବ ଏବଂ ବିନାୟକ ଭୋଇର (୧୩) ପାର୍ଟନରଶିପ୍‌ରେ ୪୧ରନ ଯୋଗ କରି ଦଳର ବ୍ୟାଟିଂ ସ୍ଥିତିରେ ସୁଧାର ଆଣିଥିଲେ। ଯାଦବ ଶେଷ ପର୍ଯ୍ୟନ୍ତ ଏକାକୀ ସଂଘର୍ଷ ଜାରି ରଖିଥିବା ବେଳେ ଅନ୍ୟପଟେ ଉଇକେଟ ପତନ ଘଟିବାରେ ଲାଗିଥିଲା।

ସଂକ୍ଷିପ୍ତ ସ୍କୋର

ଟ୍ରିମ୍ଫ୍‌ ନାଇଟ୍ସ: ୧୪୭/୬ (ସୂର୍ଯ୍ୟକୁମାର ଯାଦବ-୯୦*; ଏ. ଲାଡ୍‌-୨/୧୨, ଅର୍ଜୁନ ତେନ୍ଦୁଲକର-୧/୨୧)।

ଆକାଶ ଟାଇଗର୍ସ: ୧୪୮/୫ (ଆକର୍ଷିତ ଗୋମେଲ-୪୧, କୌସ୍ତଭ ପାଓ୍ବାର-୩୪; କେ. ସାଓ୍ବନ୍ତ-୨/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri