Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା ଏକ ନାଳରେ କାଠର ପୋଲ ତିଆରି କରିଛି। ଏହି ରାସ୍ତା ଦେଇ ସେ ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଷଡ଼ଯନ୍ତ୍ରର ଚିତ୍ର ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ଭାଜପା ଏମ୍‌ପି ତାପିର ଗାଓ ସୂଚନା ଦେଇଛନ୍ତି। ପୂର୍ବରୁ ଏଠାରେ ପୋଲ ନ ଥିଲା ଏହାକୁ ନିକଟରେ ଅର୍ଥାତ୍‌ ଜୁଲାଇ-ଅଗଷ୍ଟରେ ତିଆରି କରାଯାଇଛି ବୋଲି ସେ ଦାବି କରିଛନ୍ତି। ଅଞ୍ଜଓ୍ବା ଜିଲା ଚାଇନାର ସୀମା ସହ ଲାଗିଥିବା ବେଳେ ଚାଗଲଗାମରେ ଅରୁଣାଞ୍ଚଳ ପ୍ରଦେଶର ଶେଷ ପ୍ରଶାସନିକ ଟିମ୍‌ ମୁତୟନ ହୋଇଥାନ୍ତି। ସେଠାରୁ ୨୫ କିଲୋମିଟର ଦୂରରେ ଏହି ପୋଲ ତିଆରି କରାଯାଇଛି ବୋଲି ତାପିର କହିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।

Share