Posted inଜାତୀୟ

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପୋଡ଼ାଜଳା ଦେଶକୁ ଅରାଜକତା ଆଡକୁ ନେଇଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ମୋଦି ୧୦୦ ମିନିଟରୁ ଊର୍ଦ୍ଧ୍ୱ ସମୟ କହିଥିଲେ।
ସିଏଏ ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ଏବଂ ସଂଖ୍ୟାଲଘୁଙ୍କ ପ୍ରତି କୌଣସି ବିପଦ ନାହଁ ବୋଲି ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଛନ୍ତି। ନିର୍ବାଚନରେ ଯେଉଁମାନେ ଦେଶବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି, ସେମାନେ ଭୋଟବ୍ୟାଙ୍କ ରାଜନୀତି ପାଇଁ ସିଏଏ ବିରୋଧୀ ଆନ୍ଦୋଳନକୁ ଇନ୍ଧନ ଯୋଗାଉଛନ୍ତି ବୋଲି ମୋଦି କହିଥିଲେ। ସିଏଏ ବିରୋଧରେ କାଳ୍ପନିକ ଭୟ ସୃଷ୍ଟି ପାଇଁ ବିରୋଧୀ ପୂରା ଦମ୍‌ରେ ଲାଗିପଡିଛନ୍ତି। ଭାରତୀୟ ମୁସଲମାନଙ୍କୁ ବିଭ୍ରାନ୍ତ କରିବା ଓ ଉସୁକାଇବା ଲାଗି ଇସ୍‌ଲାମାବାଦ ବହୁଦଶନ୍ଧି ହେଲା ଉଦ୍ୟମ ଚଳାଇଆସିଛି। ବିରୋଧୀମାନେ ଏବେ ପାକିସ୍ତାନର ଭାଷା କହୁଛନ୍ତି। ଆଲୋଚନା ପରେ ଧନ୍ୟବାଦ ପ୍ରସ୍ତାବ ଲୋକ ସଭାରେ ଗୃହୀତ ହୋଇଥିଲା।
ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ସାମ୍ପ୍ରଦାୟିକତା ରାଜନୀତିକୁ ପ୍ରୋତ୍ସାହିତ କରିବା ସହ ହିନ୍ଦୁରାଷ୍ଟ୍ର ଗଠନ ଲାଗି ଉଦ୍ୟମ କରୁଛି ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି। ପାକିସ୍ତାନର ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଆଇନ ଆଣିବାକୁ ଜବାହରଲାଲ୍‌ ନେହେରୁ ମଧ୍ୟ ଚାହିଁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ମୋଦି କଶ୍ମୀର, ଅର୍ଥନୀତି, ବେରୋଜଗାରି, କୃଷକମାନଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ଏପରିକି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟ୍ୟୁବ୍‌ଲାଇଟ ବୋଲି ଆକ୍ଷେପ କରିଥିଲେ। କଂଗ୍ରେସ ସରକାର ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ସହ ନ୍ୟାୟପାଳିକାର କ୍ଷମତା ଓ ଜନସାଧାରଣଙ୍କ ଅଧିକାରକୁ ସଂକୁଚିତ କରିଥିଲା। ଅନେକ ଥର ବିରୋଧୀ ଦଳ ଶାସନରେ ଥିବା ସରକାରକୁ ଭାଙ୍ଗିଦେଇଛି କଂଗ୍ରେସ ସରକାର। ଏବେ ଏହି ଦଳ ସମ୍ବିଧାନର କଥା କହୁଛି। ପାର୍ଲାମେଣ୍ଟ ଓ ବିଧାନସଭା ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସମ୍ବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋଦି ଚେତାବନୀ ଦେଇଥିଲେ।
କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ମୁକୁଟର ରତ୍ନ ଭଳି। ସେଠାର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କଶ୍ମୀରବାସୀଙ୍କ ଉପରେ ସରକାରଙ୍କର ପୂର୍ଣ୍ଣ ଆସ୍ଥା ରହିଥିବା ମୋଦି କହିଥିଲେ। ଉପତ୍ୟକାରୁ ୩୭୦ ଉଚ୍ଛେଦର ପରିଣତି ଭୟାବହ ହେବ ବୋଲି କଶ୍ମୀର ନେତା ଫାରୁକ୍‌ ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତି ଓ ଓମାର ଅବ୍‌ଦୁଲ୍ଲା ଚେତାବନୀ ଦେଇଥିଲେ। ଭାରତ ସହ ଉପତ୍ୟକାର ସମ୍ପର୍କ ଛିନ୍ନ ହୋଇଯିବ ବୋଲି ସେମାନେ କହିଥିଲେ। ଭାରତୀୟ ସମ୍ବିଧାନରେ ବିଶ୍ୱାସ କରୁଥିବା ଲୋକେ ଏହାକୁ ବରଦାସ୍ତ କରିବେ କି ବୋଲି ମୋଦି ପ୍ରଶ୍ନ କରିଥିଲେ। ଦେଶବାସୀ ଆମର ୫ ବର୍ଷର କାର୍ଯ୍ୟକୁ ଦେଖିଛନ୍ତି। ଏହି କାମକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ସେମାନେ ପୁଣିଥରେ ଆମକୁ ଆଶୀର୍ବାଦ କରିଛନ୍ତି। ଅସମାହିତ ରହିଥିବା ସମସ୍ୟାଗୁଡ଼ିକ ପାଇଁ ଭାରତ ଆଉ ଅପେକ୍ଷା କରିପାରିବ ନାହିଁ। ଦୀର୍ଘଦିନର ସମସ୍ୟା ସମାଧାନ ଲାଗି ଆମେ ପ୍ରତିବଦ୍ଧ। କଶ୍ମୀର, ରାମ ଜନ୍ମଭୂମିଠାରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସମସ୍ୟାର ସମାଧାନ ହେଉଛି ବୋଲି ମୋଦି କହିଥିଲେ। ୬ ମାସ ମଧ୍ୟରେ ମୋ ଉପରେ ଲାଠିମାଡ଼ ହେବ ବୋଲି ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ଜଣେ ବିରୋଧୀ ଦଳ ଏମ୍‌ପି କହୁଥିବା ମୋଦି ଗୃହକୁ ଜଣାଇଥିଲେ। ସେଥିପାଇଁ ପିଠି ଟାଣ କରିବାକୁ ଅଧିକ ସୂର୍ଯ୍ୟ ନମସ୍କାର କରିବାକୁ ସେ ନିଷ୍ପତ୍ତି ନେଇଥିବା ପରିହାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri