Posted inଜାତୀୟ

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପୋଡ଼ାଜଳା ଦେଶକୁ ଅରାଜକତା ଆଡକୁ ନେଇଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ମୋଦି ୧୦୦ ମିନିଟରୁ ଊର୍ଦ୍ଧ୍ୱ ସମୟ କହିଥିଲେ।
ସିଏଏ ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ଏବଂ ସଂଖ୍ୟାଲଘୁଙ୍କ ପ୍ରତି କୌଣସି ବିପଦ ନାହଁ ବୋଲି ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଛନ୍ତି। ନିର୍ବାଚନରେ ଯେଉଁମାନେ ଦେଶବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି, ସେମାନେ ଭୋଟବ୍ୟାଙ୍କ ରାଜନୀତି ପାଇଁ ସିଏଏ ବିରୋଧୀ ଆନ୍ଦୋଳନକୁ ଇନ୍ଧନ ଯୋଗାଉଛନ୍ତି ବୋଲି ମୋଦି କହିଥିଲେ। ସିଏଏ ବିରୋଧରେ କାଳ୍ପନିକ ଭୟ ସୃଷ୍ଟି ପାଇଁ ବିରୋଧୀ ପୂରା ଦମ୍‌ରେ ଲାଗିପଡିଛନ୍ତି। ଭାରତୀୟ ମୁସଲମାନଙ୍କୁ ବିଭ୍ରାନ୍ତ କରିବା ଓ ଉସୁକାଇବା ଲାଗି ଇସ୍‌ଲାମାବାଦ ବହୁଦଶନ୍ଧି ହେଲା ଉଦ୍ୟମ ଚଳାଇଆସିଛି। ବିରୋଧୀମାନେ ଏବେ ପାକିସ୍ତାନର ଭାଷା କହୁଛନ୍ତି। ଆଲୋଚନା ପରେ ଧନ୍ୟବାଦ ପ୍ରସ୍ତାବ ଲୋକ ସଭାରେ ଗୃହୀତ ହୋଇଥିଲା।
ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ସାମ୍ପ୍ରଦାୟିକତା ରାଜନୀତିକୁ ପ୍ରୋତ୍ସାହିତ କରିବା ସହ ହିନ୍ଦୁରାଷ୍ଟ୍ର ଗଠନ ଲାଗି ଉଦ୍ୟମ କରୁଛି ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି। ପାକିସ୍ତାନର ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଆଇନ ଆଣିବାକୁ ଜବାହରଲାଲ୍‌ ନେହେରୁ ମଧ୍ୟ ଚାହିଁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ମୋଦି କଶ୍ମୀର, ଅର୍ଥନୀତି, ବେରୋଜଗାରି, କୃଷକମାନଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ଏପରିକି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟ୍ୟୁବ୍‌ଲାଇଟ ବୋଲି ଆକ୍ଷେପ କରିଥିଲେ। କଂଗ୍ରେସ ସରକାର ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ସହ ନ୍ୟାୟପାଳିକାର କ୍ଷମତା ଓ ଜନସାଧାରଣଙ୍କ ଅଧିକାରକୁ ସଂକୁଚିତ କରିଥିଲା। ଅନେକ ଥର ବିରୋଧୀ ଦଳ ଶାସନରେ ଥିବା ସରକାରକୁ ଭାଙ୍ଗିଦେଇଛି କଂଗ୍ରେସ ସରକାର। ଏବେ ଏହି ଦଳ ସମ୍ବିଧାନର କଥା କହୁଛି। ପାର୍ଲାମେଣ୍ଟ ଓ ବିଧାନସଭା ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସମ୍ବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋଦି ଚେତାବନୀ ଦେଇଥିଲେ।
କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ମୁକୁଟର ରତ୍ନ ଭଳି। ସେଠାର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କଶ୍ମୀରବାସୀଙ୍କ ଉପରେ ସରକାରଙ୍କର ପୂର୍ଣ୍ଣ ଆସ୍ଥା ରହିଥିବା ମୋଦି କହିଥିଲେ। ଉପତ୍ୟକାରୁ ୩୭୦ ଉଚ୍ଛେଦର ପରିଣତି ଭୟାବହ ହେବ ବୋଲି କଶ୍ମୀର ନେତା ଫାରୁକ୍‌ ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତି ଓ ଓମାର ଅବ୍‌ଦୁଲ୍ଲା ଚେତାବନୀ ଦେଇଥିଲେ। ଭାରତ ସହ ଉପତ୍ୟକାର ସମ୍ପର୍କ ଛିନ୍ନ ହୋଇଯିବ ବୋଲି ସେମାନେ କହିଥିଲେ। ଭାରତୀୟ ସମ୍ବିଧାନରେ ବିଶ୍ୱାସ କରୁଥିବା ଲୋକେ ଏହାକୁ ବରଦାସ୍ତ କରିବେ କି ବୋଲି ମୋଦି ପ୍ରଶ୍ନ କରିଥିଲେ। ଦେଶବାସୀ ଆମର ୫ ବର୍ଷର କାର୍ଯ୍ୟକୁ ଦେଖିଛନ୍ତି। ଏହି କାମକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ସେମାନେ ପୁଣିଥରେ ଆମକୁ ଆଶୀର୍ବାଦ କରିଛନ୍ତି। ଅସମାହିତ ରହିଥିବା ସମସ୍ୟାଗୁଡ଼ିକ ପାଇଁ ଭାରତ ଆଉ ଅପେକ୍ଷା କରିପାରିବ ନାହିଁ। ଦୀର୍ଘଦିନର ସମସ୍ୟା ସମାଧାନ ଲାଗି ଆମେ ପ୍ରତିବଦ୍ଧ। କଶ୍ମୀର, ରାମ ଜନ୍ମଭୂମିଠାରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସମସ୍ୟାର ସମାଧାନ ହେଉଛି ବୋଲି ମୋଦି କହିଥିଲେ। ୬ ମାସ ମଧ୍ୟରେ ମୋ ଉପରେ ଲାଠିମାଡ଼ ହେବ ବୋଲି ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ଜଣେ ବିରୋଧୀ ଦଳ ଏମ୍‌ପି କହୁଥିବା ମୋଦି ଗୃହକୁ ଜଣାଇଥିଲେ। ସେଥିପାଇଁ ପିଠି ଟାଣ କରିବାକୁ ଅଧିକ ସୂର୍ଯ୍ୟ ନମସ୍କାର କରିବାକୁ ସେ ନିଷ୍ପତ୍ତି ନେଇଥିବା ପରିହାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri