Categories: ଜାତୀୟ

ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: କେନ୍ଦ୍ରମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଥିବା ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଗ୍ରହଣ କରି ନେଇଛନ୍ତି। ତାଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ପ୍ରକାଶ ଥାଉକି, ମହାରାଷ୍ଟ୍ରରେ ଭାଜପା ସହ ଶିବସେନାର ମେଣ୍ଟ ଭାଙ୍ଗିଯିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ସାଓ୍ବନ୍ତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଭାଜପାକୁ ମିଛୁଆ ଦର୍ଶାଇ ସେ ମେଣ୍ଟ ସରକାରରେ ରହିବାକୁ ଚାହୁଁ ନ ଥିବା ପ୍ରକାଶ କରିଥିଲେ।

Share