ଅରଣ୍ୟା ପକ୍ଷରୁ ଫଗୁଣ ଆସର

ସୁନ୍ଦରଗଡ,୯।୩(ଡି.ଏନ୍‌.ଏ): ସାହିତ୍ୟ ଅନୁଷ୍ଠାନ ଅରଣ୍ୟା ଓ ନବଜୀବନ କ୍ଲବର ମିଳିତ ଆନୁକୂଲ୍ୟରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । କବି ସୁବାସ ଦାଶ ଓ କବୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଅଞ୍ଚଳର ବହୁ ସାହିତି୍ୟକ, କବି, କବୟିତ୍ରୀ ଓ କଳାକାରମାନେ ଯୋଗଦେଇଥିଲେ। ଓଡ଼ିଶା ସାହତ୍ୟ ଏକାଡେମୀର ପ୍ରାକ୍ତନ ଉପସଭାପତି ତଥା ବିଶିଷ୍ଟ ଗାଳ୍ପିକ ଗିରି ଦଣ୍ଡସେନା, ଅରଣ୍ୟାର ସମ୍ପାଦକ ରାଜକିଶୋର ଷଡଙ୍ଗୀ, ନବଜୀବନ କ୍ଲବର ସଭାପତି ତଥା ଓଡ଼ିଆ ନାଟ୍ୟ ଓ ଚଳଚ୍ଚିତ୍ର ଜଗତର ନିର୍ଦ୍ଦେଶକ ପ୍ରଦୀପ ଭୋଳ ପ୍ରମୁଖ ଅତିଥିବାବେ ଯୋଗ ଦେଇଥିଲେ। ଏଥିରେ କବିତା ପାଠ ସହ ସଙ୍ଗୀତ ଆସର ଓ ଫଗୁଖେଳ ମୁଖ୍ୟ ଆକର୍ଷଣ ସାଜିଥିଲା।