Categories: ଜାତୀୟ

ଅଯୋଧ୍ୟା ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଧମକ, ଜେଡ୍‌ ସୁରକ୍ଷା ଯୋଗାଇ ଦିଆଗଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍‌ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ତାଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ନଜୀର ସାମିଲ ଥିଲେ। ଗୋଇନ୍ଦା ବିଭାଗ ପକ୍ଷରୁ ଜଷ୍ଟିସ୍‌ ନଜିରଙ୍କ ଜୀବନ ପ୍ରତି କେରଳରେ ସକ୍ରିୟ ଥିବା ପିଏଫ୍‌ଆଇ ଏବଂ ଅନ୍ୟ ସଂଗଠନଗୁଡ଼ିକଠାରୁ ବିପଦ ରହିଥିବା କୁହାଯାଇଥିଲା।

Share