ଅଯୋଧ୍ୟା ରାୟକୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିରୋଧ: ‘ସୁପ୍ରିମକୋର୍ଟଙ୍କ ରାୟ ଦେଶ ପାଇଁ ବିପଜ୍ଜନକ’

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ):  ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦର ସୁପ୍ରିମକୋର୍ଟଙ୍କ ରାୟ ଉପରେ ସୋମବାର ପ୍ରଥମଥର ପାଇଁ ମନ୍ତବ୍ୟ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏହା ଦେଶ ପାଇଁ ବିପଜ୍ଜନକ ହେବ ଏବଂ ଅଶାନ୍ତି ସୃଷ୍ଟି କରିବ ବୋଲି ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିିଛନ୍ତି। ଅଯୋଧ୍ୟାରେ ମସ୍‌ଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ସୁନ୍ନୀ ଓ୍ବାକ୍‌ଫ ବୋର୍ଡକୁ ୫ଏକର ଜମି ପ୍ରଦାନ କରିବା ଦୁର୍ଭାଗ୍ୟଜନକ ଏବଂ ଭବିଷ୍ୟତରେ ଏହା ଆତଙ୍କବାଦୀଙ୍କ ପ୍ରମୁଖ ଠିକଣାରେ ପରିଣତ ହେବ ବୋଲି ସେ କହିଛନ୍ତି। ସ୍ଥାନୀୟ ରେଲ୍‌ଓ୍ବେ ଅଡିଟୋରିୟମ୍‌ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ଶଙ୍କରାଚାର୍ଯ୍ୟ କହିଥିଲେ, ହିନ୍ଦୁ ଓ ମୁସଲମାନ୍‌ମାନେ ଶାନ୍ତିରେ ରହିବେ ବୋଲି ପାକିସ୍ତାନ ଓ ଭାରତ ପରସ୍ପରଠାରୁ ଅଲଗା ହୋଇଥିଲେ। ହେଲେ ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ନାହିଁ। ପାକିସ୍ତାନ ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳୀ ବୋଲି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସ୍ବୀକାର କରିଛନ୍ତି। ଏହାପରେ ମଧ୍ୟ ଆମେ ନିଜ ଜମିକୁ ଆତଙ୍କବାଦୀଙ୍କୁ ଦେଉଛୁ। ଉକ୍ତ ୫ଏକର ଜମିରେ ଯଦି ମସ୍‌ଜିଦ ନିର୍ମାଣ ହୁଏ ତାହେଲେ ଅଯୋଧ୍ୟା ଆଉ ଏକ ମକ୍କାରେ ପରିଣତ ହେବ। ଆତଙ୍କବାଦୀଙ୍କ ପ୍ରବେଶ ଦ୍ୱାର ହେବା ସହ ଉତ୍ତରପ୍ରଦେଶ ଆଉ ଏକ ପାକିସ୍ତାନରେ ପରିଣତ ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଗୋଟିଏ ସ୍ଥାନରେ ଯଦି ଉଭୟ ମନ୍ଦିର ଓ ମସ୍‌ଜିଦ ନିର୍ମାଣ ହେବାର ଥିଲା ତା’ହେଲେ ଆଗରୁ କ’ଣ ପାଇଁ ହେଉ ନ ଥିଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ନରସିମ୍‌ହା ରାଓ, ବାଜପେୟୀ ସରକାରଙ୍କ ସମୟରେ ଏହି ସମାନ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆମେ ଏଥିରେ ରାଜି ନ ହେବାରୁ ନିଷ୍ପତ୍ତିକୁ ରଦ୍ଦ କରାଯାଇଥିଲା। ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପୂର୍ବରୁ ୪ ଧାମର ଶଙ୍କରାଚାର୍ଯ୍ୟମାନଙ୍କ ପରାମର୍ଶ କିମ୍ବା ମତାମତ ଲୋଡ଼ିନାହାନ୍ତି। ରାଜନେତାମାନେ ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ଧର୍ମଗୁରୁ ସୃଷ୍ଟି କରୁଛନ୍ତି ଓ ସେମାନଙ୍କ ମତକୁ ଆଧାର କରି ନିଜ ନିଜର ସ୍ବାର୍ଥସାଧନ କରୁଛନ୍ତି। ତେଣୁ ପାର୍ଲାମେଣ୍ଟରେ ସ୍ବତନ୍ତ୍ର ଅଧିବେଶନ କରି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଖାରଜ କରିବାକୁ ଶଙ୍କରାଚାର୍ଯ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri