Categories: ଜାତୀୟ

ଅଯୋଧ୍ୟା ମାମଲା: କ୍ଷମା ମାଗିଲା ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ଜମି ବିବାଦର ଶୁଣାଣିବେଳେ ଗୁରୁବାର ସୁପ୍ରିମକୋର୍ଟରେ କ୍ଷମା ମାଗିଛି ମୁସଲିମ ପକ୍ଷ। ୨୦୦୩ରେ ଏଏସଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ ସୁପ୍ରିମକୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାର ଜବାବରେ ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି, ଯଦି ଆମେ ଏପରି କରି ସାମ୍ବିଧାନିକ ଖଣ୍ଡପୀଠଙ୍କ ସମୟ ନଷ୍ଟ କରିଛୁ, ତା’ହେଲେ ଏଥିପାଇଁ ଆମେ କ୍ଷମା ମାଗୁଛୁ।

Share