Categories: ଜାତୀୟ

ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍‌ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ ଭାଜପା ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ବାମୀ ସୂଚନା ଦେଇଛନ୍ତି। ଭାରତରେ ମୁସଲମାନ ଶାସକଙ୍କ ଦ୍ୱାରା ୪୦ ହଜାର ମନ୍ଦିର ଭଙ୍ଗା ଯାଇଥିତ୍ବା ଇତିହାସରେ ଉଲ୍ଲେଖ ରହିଛି। ସେଥିମଧ୍ୟରୁ କେବଳ ଅଯୋଧ୍ୟା, ମଥୁରା ଏବଂ କାଶୀ ମନ୍ଦିର ଭାଜପା ଚାହୁଁଛି ବୋଲି ସେ କହିଛନ୍ତି।

Share