ଅଯୋଗ୍ୟ ହାତେଇଲେ ଘର

ଧାମନଗର,୨୫।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହୀ ପଞ୍ଚାୟତରେ ସରକାରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି। ବହୁ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ଲାଗି ଚାହିଁ ବସିଥିବାବେଳେ ଅଯୋଗ୍ୟମାନେ କୌଶଳ କରି ହାତେଇଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ବ୍ଲକ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ଆବଣ୍ଟିତ ଗୃହ ତାଲିକାକୁ ବାଦ୍‌ ଦେଇ ପୁନର୍ବାର ତାଲିକା କରାଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି ହୋଇଥିଲା। ଏହାପରେ ମଧ୍ୟ ନିକଟରେ ତାଲିକା ଘୋଷଣା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ଗତ ଫନୀ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଏହି ପଞ୍ଚାୟତର ୧୫ଟି ଓ୍ବାର୍ଡ ଥିବାବେଳେ ମୋଟ ୧୯୧ ଗୃହ ଆସିଥିଲା। ସେଥିମଧ୍ୟରୁ ବୟାଙ୍ଗଡିହି ଓ୍ବାର୍ଡ ପାଇଁ ୧୧୩, ଶିବପୁରକୁ ୫୪, ଗୋଠିଣା ୧୪, ସଲାମପୁର ୫ ଓ ସୟଜାଫର ଲାଗି ୫ ଗୃହ ବଣ୍ଟା ଯାଇଥିଲା। ଶିବପୁର ଓ୍ବାର୍ଡର କମାରବନ୍ଧ ଗ୍ରାମର ଚୈତନ୍ୟ ଚରଣ ମଲ୍ଲିକଙ୍କୁ ୮୧ ବର୍ଷ। ଏକ ଝାଟିମାଟି ଘରେ ତାଙ୍କ ବଡ଼ଭାଇ ଏବଂ ତାଙ୍କ ପରିବାରର ମୋଟ ୧୬ ଜଣ କୁଟୁମ୍ବ ରହୁଛନ୍ତି। ତାଙ୍କ ବଡ଼ଭାଉଜ ପ୍ରେମଲତାଙ୍କୁ ସରକାରଙ୍କ ପକ୍ଷରୁ ରାଶନ କାର୍ଡ ମିଳିଥିବା ବେଳେ ବିଧବା ଭତ୍ତା ମଧ୍ୟ ଦିଆଯାଉଛି। ପ୍ରତିବର୍ଷ ବନ୍ୟାରେ ସେମାନଙ୍କର ଏହି ଘରେ ପାଣି ପଶିଯାଏ। ସେମାନେ ଅନ୍ୟତ୍ର ଆଶ୍ରୟ ନେଇଥାନ୍ତି। ମାତ୍ର ଏହି ପରିବାରକୁ କୌଣସି ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ। ସାଧାରଣ ଆବଣ୍ଟନରେ ନ ହେଲେ ମଧ୍ୟ ଫନୀ ବାତ୍ୟା କୋଟାରେ ଏହି ପରିବାରକୁ ଘର ନ ମିଳିବା ନେଇ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ ଘୋଷିତ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିଛି। ପୂର୍ବରୁ ପରିବାରର ମୁଖ୍ୟଙ୍କ ନାମରେ ଘର ମିଳିଥିବାବେଳେ ସେହି ପରିବାରର ଅନ୍ୟମାନଙ୍କ ନଁାରେ ଏକାଧିକ ଘର ଦିଆଯାଇଛି। ଗୋଟିଏ ପରିବାରରେ ୪ଟି ଗୃହ ମିଳିବା, କୋଠାଘର ଥିବା, ସରକାରୀ ଚାକିରି ଆଦି ଥିବା ବ୍ୟକ୍ତିଙ୍କୁ କିପରି ହିତାଧିକାରୀ ଭାବେ ଚିହ୍ନଟ କରାଗଲା ସେ ନେଇ ପ୍ରଶ୍ନ ଉଠିଛି। ବହୁ ଯୋଗ୍ୟ ହିତାଧିକାରୀ ଜିଲା ପ୍ରକଳ୍ପ ଅଧିକାରୀ ଏବଂ ଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଘୋଷିତ ତାଲିକାକୁ ରଦ୍ଦ କରି ପୁନର୍ବାର ତଦନ୍ତ କରାଯାଇ ଘର ବାଣ୍ଟିବାକୁ ଦାବି କରାଯାଇଛି। ଏ ଦିଗରେ ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଗଲେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି ଯୋଗ୍ୟ ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗର ତଦନ୍ତ କରାଯାଇ ଅଯୋଗ୍ୟଙ୍କୁ ବାଦ୍‌ ଦିଆଯିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri