‘ଅମ୍ଫନ’ ପ୍ରଭାବରେ ଗଛ ଉପୁଡି ରାସ୍ତା ଅବରୋଧ

ବନ୍ତ,୨୦।୫(ଡି.ଏନ୍‌.ଏ.)-ବୁଧବାର ବାତ୍ୟା ‘ଅମ୍ଫନ’ର ପ୍ରଭାବ ଭଦ୍ରକ ଜିଲା ବନ୍ତ ବ୍ଲକରେ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିବା ପରେ ସନ୍ଧ୍ୟା ଠାରୁ ଝିପ୍‌ ଝିପ୍‌ ବର୍ଷା ସାଙ୍ଗକୁ ଅଳ୍ପ ପବନ ବହିଥିଲା। ରାତି ଠାରୁ ବର୍ଷାର ମାତ୍ରା ଅଧିକ ହେବା ସହ ପବନର ବେଗ ବଢିବାକୁ ଲାଗିଥିଲା। ଅତ୍ୟଧିକ ପବନ ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ କେତେକ ଚାଳ ଛପର ଘର କ୍ଷତିଗ୍ରସ୍ତ ହେବା ସହ ଗଛ ଗୁଡିକ ନଷ୍ଟ ହୋଇଥିଲା। ବନ୍ତସ୍ଥିତ ଚଣ୍ଡିପୁର କଲେଜ ରୋଡ, ସଖିପାଟଣା ଗ୍ରାମରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଯାଇଥିଲା। ତହସିଲଦାର ଇନ୍ଦିରା ସାହୁ ଘଟଣା ସ୍ଥଳରେ ପହଞ୍ଚତ୍ ଆଗରପଡା ଦମକଳ ବାହିନୀ ସହାୟତାରେ ଗଛ ଗୁଡିକ କାଟି ସଫା କରିଥିଲେ। ସେହିପରି ଛୟାଳସିଂ ପଞ୍ଚାୟତର ପଳସା, ଟିଲୋ ଓ ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିଲା।