Categories: ଜାତୀୟ

ଅମରନାଥ ଯାତ୍ରା: ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଅକ୍ସିଜେନ୍‌ ଦେଲେ ଆଇଟିବିପି ଯବାନ

ଶ୍ରୀନଗର,୩।୭: ଅମରନାଥ ଯାତ୍ରାରେ ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆଇଟିବିପି ଯବାନ ଅକ୍ସିଜେନ୍‌ ଦେବା ସହିତ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି। ଏହି ଯାତ୍ରୀମାନେ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା କରିବାରେ ଅସମର୍ଥ ହେବାରୁ ତାଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଛି। ଯାତ୍ରୀମାନେ ଚାଲି ନ ପାରି ଧଇଁସଇଁ ହୋଇଥିବା କୁହାଯାଉଛି। ସମୁଦ୍ର ପତ୍ତନଠାରୁ ଉଚ୍ଚତା ବଢ଼ିବା ଦ୍ୱାରା ବାୟୁମଣ୍ଡଳର ସାନ୍ଦ୍ରତା କମି ଯିବାରୁ ଅକ୍ସିଜେନ୍‌ ଅଭାବରୁ ଏଭଳି ସମସ୍ୟା କେତେକ ତୀର୍ଥଯାତ୍ରୀଙ୍କଠାରେ ଦେଖାଦେଉଥିବା ଆଇଟିବିପି ଯବାନଙ୍କ ପକ୍ଷରୁ ସୂଚିତ କରାଯାଇଛି। ଯାତ୍ରୀମାନଙ୍କର ଶ୍ୱାସକ୍ରିୟା ସ୍ବାଭାବିକ ହେବାପରେ ସୁସ୍ଥ ହୋଇ ସେମାନେ ପୁଣି ଯାତ୍ରା ଆରମ୍ଭ କରିଛନ୍ତି।

Share