Categories: ଜାତୀୟ

ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌

ଶ୍ରୀନଗର,୧୫।୨: ଅମରନାଥ ଯାତ୍ରାର ଶୁଭାରମ୍ଭ ଜୁନ୍‌ ୨୩ରେ ହେବ। ଏହି ଯାତ୍ରା ଜୁନ୍‌ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ଶୁଭ ଦିନକୁ ଦେଖି ଏହି ତାରିଖ ଘୋଷଣା କରାଯାଇଛି। ୪୨ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଏପ୍ରିଲରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏନେଇ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଓ ଶ୍ରୀ ଅମରନାଥ ଶ୍ରାଇନ୍‌ ବୋର୍ଡ ଚେୟାରମ୍ୟାନ ଗିରିଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ଯାତ୍ରା ପାଇଁ ରେଜିଷ୍ଟ୍ରେଶନ୍‌ ଏପ୍ରିଲ ୧ରୁ ଆରମ୍ଭ ହେବ। ଏଥିପାଇଁ ୧୩ବର୍ଷରୁ କମ୍‌ ଓ ୭୫ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଆବେଦନ କରିପାରିବେ ନାହିଁ। ଏଥିସହ ଯାତ୍ରାର ରାସ୍ତା ଓ କ୍ୟାମ୍ପକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ଯୋଜନା ରଖାଯାଇଛି ବୋଲି ବୋର୍ଡର ମୁଖପାତ୍ର କହିଛନ୍ତି। ସୂଚନାମୁତାବକ ଗତ ଥର ଅମରନାଥ ଯାତ୍ରା ୪୦ଦିନ ପାଇଁ ହୋଇଥିବା ବେଳେ ଚଳିତଥର ଏହାକୁ ବୃଦ୍ଧି କରାଯାଇ ୪୨ଦିନ ପର୍ଯ୍ୟନ୍ତ କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ତୀର୍ଥଯାତ୍ରୀଙ୍କ ଯାତ୍ରା ଅଧାରେ ହିଁ ରହିଯାଇଥିଲା। ଏନେଇ ତୀର୍ଥଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

Share