ଅଭିଷେକଙ୍କ ଟୁଇଟ ଦ୍ୱନ୍ଦରେ ପକାଇଲା ୟୁଜର୍ସଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମରେ ଅଭିନୟ କରିବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକଙ୍କ ଅଭିନୀତ ସାଇକ୍ଲୋଜିକାଲ କ୍ରାଇମ୍‌ ଥ୍ରିଲର ଓ୍ବେବ ସିରିଜ୍‌ ‘ବ୍ରିଥ୍‌: ଇନ୍‌ ଟୁ ଦ ଶେଡୋଜ୍‌’ ଜୁଲାଇ ୧୦ରେ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ନୂଆ ପ୍ରୋଜେକ୍ଟର ଘୋଷଣା କରିବାକୁ ଅଭିଷେକ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। କିନ୍ତୁ ତାଙ୍କ ଏହି ଟୁଇଟ ଏବେ ୟୁଜର୍ସଙ୍କ ଦ୍ୱନ୍ଦରେ ପକାଇଦେଇଛି। ସୂଚନା ମୁତାବକ ‘ବ୍ରିଥ୍‌: ଇନ୍‌ ଟୁ ଦ ଶେଡୋଜ୍‌’ର ଘୋଷଣା କରିବା ପୂର୍ବରୁ ଅଭିଷେକ ଏକ ଟୁଇଟ କରିଥିଲେ। ସେଥିରେ ସେ ଲେଖିଥିଲେ, ଘୋଷଣା ହେବାକୁ ଯାଉଛି…ଯୋଡି ହୋଇ ରୁହ। ଅଭିଷେକଙ୍କ ଏହି ଟୁଇଟ ପରେ ୟୁଜର୍ସ ଦ୍ୱନ୍ଦରେ ପଡ଼ି ଏନେଇ କେତେକ ତାଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ତାଙ୍କୁ ଆରାଧ୍ୟାର ଭାଇ ଆସୁଛି କି ପ୍ରଶ୍ନ କରିଥିବା ବେଳେ ଅନ୍ୟଜଣଙ୍କ କରୋନା ଭ୍ୟାକସିନ୍‌ ମିଳିଗଲା କି ବୋଲି ଟୁଇଟ କରିଛନ୍ତି। ସେହିପରି ଅନ୍ୟ ୟୁଜର୍ସମାନେ ମଧ୍ୟ ବିଭିନ୍ନ ପ୍ରକାରର ମଜାଳିଆ କମେଣ୍ଟ ଦେଇ ମଜା ନେଉଥିବା ଦେଖିବାକୁ ମିଳିଛି।

Share