ଅଭିଶାପ ପାଲଟିଛେ ଜୀବନ୍‌:ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା,୧୦।୭ (ଡି.ଏନ୍‌.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ମହିଲା ସଶକ୍ତିକରନ ଉପରେ ଗୁରୁତ୍‌ ଦେଉଛନ୍‌। ଇଥିରଲାଗି ସବୁକ୍ଷେତ୍‌ରରେ ମହିଲାମାନକର ଭୂମିକାକେ ଗୁରୁତ୍‌ ଦିଆଯାଉଛେ। ସେଥିରଲାଗି ଆଇନ୍‌ କାନୁନ୍‌ ଠାନୁ ଆରମ୍‌ କରି ଅନେକ ସରକାରୀ ଯୋଜନା କାଯ୍‌କାରୀ ହେଉଛେ। ହେଲେ ଏହେଦେ ବି ଅନେକ ଜାଗାରେ ମହିଲାମାନେ ଅବହେଲିତ ହେଉଛନ୍‌, ହକ୍‌ଦାର ଥାଇ ସରକାରୀ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ଗଁାର ଉପର ପଡ଼ାରେ।
ସୂଚନା ହିସାବେ ବାଙ୍କିଘିର୍ଡ଼ି ଗଁାର ଉପରପଡ଼ାର ଗୋବିନ୍ଦ ଚାଉଁରକଁର ଝି’ ସଂଯୁକ୍ତା। ସେ ଆଏଜ୍‌କେ ୨୪ ବଛର ତଲେ ଡୁଙ୍ଗୁରିପାଲି ବ୍ଲକ ରାମପୁରର ନରସିଂହ ଜାଲକଁର ବଡ଼ଖା ପୁଓ ରାମଲାଲକୁଁ ବିହା ହେଇଥିଲେ। ବନେ ବଛର କେତେ ତାକର ପାରିବାରିକ ଜୀବନ୍‌ ସୁଖ୍‌ ଶିଅଁାତିରେ ବିତିଗଲା। ୧୯୯୮ ସାଲେ ପୁଓ ସିକନ୍ଦର ଜନମ୍‌ ହେଇଥିଲେ। ହେଲେ ଜନମବେଲୁ ତାକର ଶାରୀରିକ୍‌ ଗଠନ୍‌ ଠିକ୍‌ ନାଇଁଥାଇ। ସେଥିରଲାଗି ପରିବାର ଲୋକ୍‌ ପୁଓକେ ଭିନେ ଭିନେ ଡାକ୍‌ତରଖାନା ନେଇ ଚିକିସତ୍ା କରେଇ ନିରାଶ ହେଲେ। ଶେଷେ ସିକନ୍ଦରର ଦୁଇ ଗୋଡ଼ ଆର ଭୁଜନି ହାତ୍‌ ଅଚଲ ହେଇଗଲା। ପୁଓର ଶାରୀରିକ୍‌ ସମସିଆକେ ନେଇ ଆମର ଦୁଇ ମାଏଝି ମୁନୁଷ ଭିତରେ ଫିଦିନ୍‌ ଗାଲିଗୁଲମାଲ ହେଉଥିଲା। ଶେଷେ ଇ ସବୁ ସହି ନାଇଁପାରି ମୁଇଁ ପୁଓକେ ଧରି ବାପ୍‌ ଘର ବାଙ୍କିଘିର୍ଡିକେ ପଲେଇ ଆଇଲି ବଲି ସଂଯୁକ୍ତା କହିଛନ୍‌। ସେ ଗଁାରେ କୁଲି ମଜୁରି କରି ପୁଓକେ ପାଠ୍‌ ପଢ଼ାବାର ସଂଗେ ତାକର ଚିକିସତ୍ା କରଉଥିଲେ। ହେଲେ ପଛେ ଅଭାବ ଅନାଟନ ଲାଗି ପୁଓର ଚିକିସତ୍ା କରେଇ ନାଇଁପାରଲାରୁ ୩ ବଛର ତଲେ ତାକର ମୁରତୁ ହେଇଥିଲା। ଇଆଡ଼େ ସଂଯୁକ୍ତା ବାପ୍‌ ଘରେ ଛାର୍‌ରି ଜୀବନ୍‌ ବିତଉଥିଲେ ବି ଆଏଜ୍‌ତକ ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଯେତେ ଜଲଦି ହେବା ଥାନୀୟ ପରଶାସନ ନିସାହା ସଂଯୁକ୍ତା ଉପରେ ଦୁରୁଷ୍‌ଟି ଦେଇ ସରକାରୀ ନିୟମ ଅନ୍‌ସାରେ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚରାଲାରୁ ଘଟନା ବାବ୍‌ଦେ ମୁଇଁ ଅଭିଯୋଗ ନାଇଁପାଇ। ନିହାତି ଭାବେ ସଂଯୁକ୍ତାକୁଁ ରାଶନ କାର୍ଡ ଆର ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାଙ୍କିଘିର୍ଡ଼ି ପଁଚେତ୍‌ର କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ଶତପଥୀକୁଁ ପଚରାଲାରୁ ଯେତେ ଜଲଦି ହେବା ସଂଯୁକ୍ତା କେନ୍‌ଥେଇ ରାଶନ କାର୍ଡ ଆର ଭତା ପାଏବେ ସେ ଦିଗେ କାଗଜପତର କରି ବ୍ଲକକେ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri