ଅଭିଯୁକ୍ତ ବାବିନାଙ୍କ ବ୍ୟବସାୟିକ ଆଡ୍ଡା ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବ ଶତ୍ରୁତାରୁ ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ନାମକ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବାବିନା ଓରଫ ଶଶାଙ୍କ ଶେଖର ବଳିଆର୍‌ସିଂ। ତେବେ ଖୋଳତାଡ଼ ପରେ ପୋଲିସ ବାବିନାଙ୍କ ଆପରାଧିକ ସାମ୍ରାଜ୍ୟ ସମ୍ପର୍କରେ ବହୁ ତଥ୍ୟ ପାଇଛି। ବାବିନା ଖଣ୍ଡଗିରି ଥାନା ଅନ୍ତର୍ଗତ ତପୋବନ ଆଶ୍ରମ ନିକଟରେ ଏକ ସରକାରୀ ଜମିରେ କବାଡ଼ିଆ ଦୋକାନ ଖୋଲି ସେଠାରୁ ଆପରାଧିକ କାର୍ଯ୍ୟ ଜାରି ରଖିଥିଲେ। ତେଣୁ ପୋଲିସ ଟିମ୍‌ ମଙ୍ଗଳବାର ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସହାୟତାରେ ବାବିନାଙ୍କ ଉକ୍ତ ବ୍ୟବସାୟିକ ଆଡ୍ଡାକୁ ଡ୍ରୋଜର ସାହାଯ୍ୟରେ ମାଟିରେ ମିଶାଇଛି। ବାବିନାଙ୍କ ଘର ପୁରୀ ଜିଲା ବ୍ରହ୍ମପୁର ଅଞ୍ଚଳରେ ହୋଇଥିବାବେଳେ ସେ କିଛିବର୍ଷ ହେଲା ଭୁବନେଶ୍ୱରେ ରହି ବ୍ୟବସାୟ କରୁଥିଲେ। ତାଙ୍କ ନାମରେ ପୁରୀର ବିଭିନ୍ନ ଥାନାରେ ୫ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଛି। ଏହି ମାମଲାରେ ହତ୍ୟା, ଆର୍ମସ ଆକ୍ଟ, ଲୁଟ୍‌ ଆଦି ରହିଛି। ତେବେ ବାବିନା ତାଙ୍କ ବ୍ୟବସାୟିକ ସ୍ଥଳରେ ସ୍ଥାନୀୟ ଅପରାଧୀଙ୍କ ସହ ମିଶି ଖଟି କରୁଥିଲେ। ଏପରିକି ସେଠାରୁ ଅପରାଧ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନାନୁସାରେ, ଗତ ୧୮ ତାରିଖ ସକାଳେ ବରମୁଣ୍ଡା ଅଞ୍ଚଳର ନବଘନ ନାକାଗେଟ୍‌ ପଟୁ ଖଣ୍ଡଗିରି ଅଭିମୁଖେ ଯାଉଥିବା ସମୟରେ ଅଭିଯୁକ୍ତ ବାବିନା ଓ ତାଙ୍କ ସହଯୋଗୀ ଖଣ୍ଡା ଧରି ଦୁଇଟି ମୋଟରସାଇକେଲରେ ତାଙ୍କର ପିଛା କରିଥିଲେ। ପରେ ନବଘନ ଖଣ୍ଡଗିରି ଛକ ନିକଟ ଏକ ଦୋକାନରେ ଚା’ ପିଉଥିବାବେଳେ ଶଶାଙ୍କ ଶେଖର ଓ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ନବଘନ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୧୭/୨୦୨୩) ରୁଜୁ କରି ବାବିନାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri