ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ

ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ ଅଧ୍ୟାପକଙ୍କ ମିଳିତ ପ୍ରଚେଷ୍ଟାରେ ଶିକ୍ଷାନୁଷ୍ଠାନର ଗୌରବ ବଢ଼ିବ ବୋଲି କହିଛନ୍ତି ଭୁବନସ୍ଥିତ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କିଶୋର ଚନ୍ଦ୍ର ଦାଶ। ଶନିବାର କଲେଜରେ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଅଧ୍ୟାପିକାଅଧ୍ୟାପକଙ୍କୁ ନେଇ ଆୟୋଜିତ ଆଲୋଚନାଚକ୍ରରେ ସେ ଏହା କହିଛନ୍ତି। ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟଁା ବୈଠକର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ କଲେଜରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ, ବାହ୍ୟଜ୍ଞାନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସେହିପରି ସେହିପରି ଭୁବନ ମହିଳା କଲେଜରେ ନୂତନ ଶିକ୍ଷା ପଦ୍ଧତି ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦିଲୀପ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଯୁକ୍ତ ୩ କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅଧ୍ୟାପିକା ଡ. ନମିତା ଦାସ, ପ୍ରମିଳା ଦାସ, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ, ନିରଞ୍ଜନ ନାୟକ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।