Categories: ବାଣିଜ୍ୟ

ଅଭିବୃଦ୍ଧି ପୂର୍ବାନୁମାନ ୪.୬%କୁ କମାଇଲା ଫିଚ୍‌

ନୂଆଦିଲ୍ଲୀ,୩୧। ୩: ରେଟିଂ ଏଜେନ୍ସି ଫିଚ୍‌ ସଲ୍ୟୁଶନ ଭାରତ ଲାଗି ଅଭିବୃଦ୍ଧି ପୂର୍ବାନୁମାନକୁ ସୋମବାର କମାଇ ଦେଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୪.୬%କୁ ଖସିବ ବୋଲି ଏହା ପୂର୍ବାନୁମାନରେ କହିଛି। ଘରୋଇ ଚାହିଦା ଖସିବା, ନିବେଶ ହ୍ରାସ ଏବଂ କରୋନାର ପ୍ରଭାବ ଯୋଗୁ ଭାରତ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଖସିବା ନେଇ ଏହା ରିପୋର୍ଟରେ ପ୍ରକାଶ କରିଛି। ଏପ୍ରିଲରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ୪.୬% ରହିବ ବୋଲି ଏହା ପୂର୍ବରୁ ଅନୁମାନ କରିଥିଲ। ସେହଭଳି ୨୦୧୯-୨୦ରେ ଭାରତର ବିକାଶ ହାର ୪.୯% ରହିବା ନେଇ ଏହା ରିପୋର୍ଟରେ ପ୍ରକାଶ କରିଛି।

Share