Categories: ବାଣିଜ୍ୟ

ଅଭିବୃଦ୍ଧି ପୂର୍ବାନୁମାନ କମାଇପାରେ ଆଇଏମ୍‌ଏଫ୍‌

ମୁମ୍ବାଇ,୧୮|୧୨- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ବିକାଶ ପୂର୍ବାନୁମାନକୁ କମାଇପାରେ। ଭାରତ ଜନ୍ମିତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ଅକ୍ଟୋବରରେ ଆଇଏମ୍‌ଏଫ୍‌ ଏକ ଆକଳନ ଜାରି କରିଥିଲା। ଏହାକୁ ଜାନୁୟାରୀରେ ପୁଣି ଥରେ ତର୍ଜମା କରାଯିବ ବୋଲି ଇଣ୍ଡିଆ ଇକୋନୋମିକ କନ୍‌କ୍ଲେଭ ଅବସରରେ ଗୋପୀନାଥ ସୂଚନା ଦେଇଛନ୍ତି। ଘରୋଇ ବଜାରରେ ନିବେଶ ଓ ଚାହିଦା ହ୍ରାସ, ରପ୍ତାନିରେ ମନ୍ଥରତା ଯୋଗୁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ଜିଡିପି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ନିକଟରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ଏଜେନ୍ସିଗୁଡିକ ୨୦୨୦ ଆର୍ଥତ୍କବର୍ଷ ଭାରତର ବିକାଶ ଅନୁମାନକୁ କମ୍‌ କରିଛନ୍ତି। ପ୍ରମୁଖ ଅଭିବୃଦ୍ଧିଶୀଳ ବଜାରଗୁଡିକ ମଧ୍ୟରେ ଭାରତ ଏକମାତ୍ର ବଜାର ଯାହା ଗଭୀର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନର ଡାଟାକୁ ବିଚାର କଲେ ଆଇଏମ୍‌ଏଫ୍‌ ମଧ୍ୟ ନୂଆ ଆକଳନ ସହ ଆସିବ। ଏହା ଜାନୁୟାରୀରେ ଆସିବ। ୨୦୧୯ରେ ଭାରତର ଅଭିବୃଦ୍ଧି ୬.୧% ରହିବ ବୋଲି ଏହା କହି ସାରିଛି। ସେହିଭଳି ୨୦୨୦ ଲାଗି ବିକାଶ ଅନୁମାନକୁ ୭% ରଖାଯାଇଛି। ଏଥିରେ ପରିବର୍ତ୍ତନ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share