Categories: ବାଣିଜ୍ୟ

ଅଭିବୃଦ୍ଧି ଅନୁମାନ କମାଇଲା ଡିବିଏସ୍‌

ନୂଆଦିଲ୍ଲୀ, ୩।୯
ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ବ୍ୟାଙ୍କିଂ ସେବା ପ୍ରଦାନକାରୀ ଡିବିଏସ୍‌ ହ୍ରାସ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ୬.୮% ରହିବ ବୋଲି ଏହା ପୂର୍ବରୁ କହିଥିଲା। ମାତ୍ର ବର୍ତ୍ତମାନ ଏହା ଅନୁମାନ ୬.୨%କୁ ହ୍ରାସ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଘରୋଇ ବଜାରରେ ମାନ୍ଦାବସ୍ଥା ରହିଥିବା ଡିବିଏସ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ଦ୍ୱିତୀୟ ତ୍ରୈମାସରେ ଏହା ସୁଧୁରିବାର ଅବସର ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ତ୍ରୈମାସ ଅଭିବୃଦ୍ଧି ହାର ୬.୫% ଛୁଇଁପାରେ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ହାର ସୁଧାର ନେଇ ଏହା ଆଶା ପ୍ରକଟ କରିଛି। ଅଭିବୃଦ୍ଧି ହାର ୭% ନିକଟତର ହେବ ବୋଲି ଏହା ପ୍ରକାଶ କରିଛି। ଅର୍ଥନୀତି ୬.୮% ହାରରେ ତ୍ୱରାନ୍ବିତ ହେବା ନେଇ ଏହା ଅନୁମାନ କରିଛି। ଅକ୍ଟୋବରରେ ସୁଧହାର ୦.୧୫%ରୁ ୦.୨୫% ପର୍ଯ୍ୟନ୍ତ କମିପାରେ ବୋଲି ଡିବିଏସ୍‌ର ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି।

Share