ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଅବକାରୀ କାର୍ଯ୍ୟାଳୟ

ଖଣ୍ଡପଡ଼ା,୩୦ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ସହରର ୧୨ ନଂ ୱାର୍ଡ ଚିନିକଳ ସାହିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଅବକାରୀ ବିଭାଗର ନୂତନ କାର୍ଯ୍ୟାଳୟଟି ନିର୍ମାଣ କରାଯାଇଥିଲା। ତେବେ ସମ୍ପ୍ରତି ଏହା ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହେଉଛି। ଏଠାରେ କାର୍ଯ୍ୟରତ କର୍ମଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, କାର୍ଯ୍ୟାଳୟର ସମ୍ମୁଖ ଭାଗ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜବରଦଖଲ ଭାବେ ଏଠାରେ ସ୍ଥାୟୀ ଦୋକାନ ଗୃହ ନିର୍ମାଣ କରାଯାଇଥିବାରୁ ଏହାକୁ ହଟାଇବା ପାଇଁ ସ୍ଥାନୀୟ ତହସିଲ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି। ୨ ବର୍ଷ ତଳୁ କାର୍ଯ୍ୟାଳୟଟି କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗୀକରଣ ହୋଇପାରିନାହିଁ। ବିଦ୍ୟୁତ୍‌ ସଂଯୋଗ ନିମନ୍ତେ କାର୍ଯ୍ୟାଳୟ ନିକଟରେ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇଛି। ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ବିଦ୍ୟୁତ୍‌ ବିଭାଗ(ସେସୁ) କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହି କାର୍ଯ୍ୟରେ ବାଧାସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଏହି କାର୍ଯ୍ୟାଳୟଟି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri