ଅବେବସ୍‌ତା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର:ପୁଷ୍ଟିକର ଖାଏଦ୍‌ରୁ ବଁଚିତ୍‌ ଛାତ୍ରୀଛାତ୍ର

ଦେଓଗାଁ,୧୫।୬(ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଦେଓଗଁ। ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଏହେଦେ ଦୁହୁଲିପଡ଼ିଛେ। ସିଡିପିଓ ପ୍ରତିମାରାଣୀ ଚୋପଦାର ମାସକେତେ ହେଲା ଦେଓଗଁ। ଆର ସଇଁତଲା ଉଭଏ ବ୍ଲକ ଦାଇତିଅରେ ଅଛନ୍‌। ଇଥିରଲାଗି ଯେନ୍‌ହିସାବେ କାମ୍‌ ହେବାର କଥା ନାଇଁ ହେଇପାରୁଥିବାର ଦେଖ୍‌ବାକେ ମିଲୁଛେ। ଇତାର ସୁଯୋଗ ନେଇ ବ୍ଲକର ବଡ଼ଭାଗି ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ଛୁଆମାନକୁ ସରକାରୀ ନିରଦେଶନାମା ଅନ୍‌ସାରେ ପୁଷ୍ଟିକର ରଁଧା ଖାଏଦ୍‌ ଦେବାରେ ଅବହେଲା କରାଯାଉଥିବାର ଅଭିଯୋଗ ହେଉଛେ। ଅଭିଯୋଗ ହେଲେ ବି ବିଭାଗୀୟ ସୁପରଭାଇଜରମାନେ ଇ ଦିଗେ ତଦାରଖ ନାଇଁ କରୁଥିବାର ଅଭିଭାବକମାନେ ଅଭିଯୋଗ କରୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଶୁକୁରବାର ଦେଓଗଁ। ବ୍ଲକ ହାତିସରା ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖ୍‌ବାକେ ମିଲିଛେ। ହାତିସରାର ଉଭଏ ‘କ’ ଆର ‘ଖ’ କେନ୍ଦ୍ରରେ ସରକାରୀ ମେନୁ ହିସାବେ ଶୁକୁରବାର ଛୁଆକୁ ରଁଧା ଖାଏଦ୍‌ରେ ଅଁଡା ଦେବାର ଜାଗାରେ ସୋୟାବଡ଼ି, ବେସନ ତରକାରୀ ଆର ଭାତ ଦିଆଯାଇଥିବାର ଦେଖ୍‌ବାକେ ମିଲିଥିଲା। ଇ ବାବ୍‌ଦେ ‘କ’ ଆର ‘ଖ’ କେନ୍ଦ୍ରର କରମୀ ମମିତା ଭୋଇ, ଶୁଭବତୀ କୁଅଁରକୁଁ ପଚରାଲାରୁ ଶୁକୁରବାର ରଜ ପରବ୍‌ ଆରମ୍‌ ହେଇଛେ, ସେଥିରଲାଗି ଛୁଆକୁ ଅଁଡା ଜାଗାରେ ସୋୟାବଡ଼ି, ବେସନ ତରକାରୀ ପିଲାକୁ ଦେଇଛୁଁ ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ ଝନେ ଅଭିଭାବକ ନିଜର ନଁା ଗୁପତ ରଖି କହିଛନ୍‌ ଯେ, ଇ କେନ୍ଦ୍ରମାନକେ ବହୁତ୍‌ ଦିନ୍‌ ହେଲା ଛୁଆକୁ ରଁଧା ଖାଏଦ୍‌ରେ ଅଁଡା ନାଇଁ ଦିଆଯିବାର ଆର ଅତି ହଲକା କିସମର ଖାଏଦ୍‌ ଛୁଆକୁ ଦିଆଯାଉଛେ। ଇ ବାବ୍‌ଦେ ବିଭାଗ୍‌ରେ ଅଭିଯୋଗ କଲେ ବି କେହି ନାଇଁ ଶୁନବାର ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ସିଡିପିଓ ପ୍ରତିମାରାଣୀ ଚୋପଦାରକୁଁ ପଚରାଲାରୁ ମୋତେ ଦେଓଗଁା ସମେତ ସଇଁତଲା ବ୍ଲକର ଅତିରିକ୍ତ ଦାଇତିଅ ଦିଆଯାଇଛେ। ଯେନ୍‌ଥିରଲାଗି କାମରେ କେତେ ଅସ୍‌ବିଧା ହେଉଛେ ବଲି ସେ ନିଜେ ମାନିଥିଲେ ଆର ଅଭିଯୋଗ ଉପରେ ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri