ଅବହେଳାର ଶିକାର ଏନ୍‌ଟିପିସି ହଟିଂବାସୀ : ପାଣି ମୁନ୍ଦେ ପାଇଁ ଧାଡ଼ି ବିକଳ୍ପ

କଣିହାଁ, ୨୬ା୫(ଡି.ଏନ.ଏ.) – କାରଖାନାରେ ଖଟିବା ଠାରୁ ବଳିଯାଉଛି ପାଣି ସଂଗ୍ରହ ପାଇଁ ଶ୍ରମର ପରିମାଣ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଧାଡ଼ିରେ ଛିଡା ହେବା ଛଡା ଆଉ କିଛି ବିକଳ୍ପ ନାହିଁ। ଶୋଷକୁ ଶାନ୍ତ କରିବାକୁ ଦିନ ଆରମ୍ଭରୁ ହିଁ ଟ୍ୟାପ ସମ୍ମୁଖରେ ଆଗ ଧାଡିରେ ଛିଡା ହେବାକୁ ଆରମ୍ଭ ହେଉଛି ପ୍ରତିଯୋଗିତା। ଏତେ ପରିଶ୍ରମ ପରେ ବି ପଛରେ ରହି ପାଣି ପାଇପାରୁ ନ ଥିବା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଆଉ ଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହାରତ୍ନ ମାନ୍ୟତା ପ୍ରାପ୍ତ ଏନ୍‌ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟସ୍ଥ ହଟିଂବାସୀ। ଏତେ ନିକଟରେ ଥାଇ ବି ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ପଡୁନି ସେମାନଙ୍କ ସମସ୍ୟା ଉପରେ। ପ୍ରଶାସନ ମଧ୍ୟ ଜାଣି ଅଜଣା ହେଉଛି। ଫଳରେ ସଂଘର୍ଷ କରି ପାଣି ସଂଗ୍ରହ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ହଟିଂବାସୀ।
ହଟିଂ ବାସିନ୍ଦା ସୁନୀଲ, କାଳନ୍ଦୀ, ପ୍ରତାପ ଟୁଡୁ, ଏମ୍‌ ମୁର୍ମୁ , ବାପୁନି ଜେନା, ଗଣେଷ କୁମାର ପ୍ରମୁଖଙ୍କ କହିବା ମୁତାବକ, ଏଠାରେ ପାଣି ସମସ୍ୟା ଦୀର୍ଘ ୨୫ ବର୍ଷର। ବିଭିନ୍ନ ଜିଲାରୁ ଶ୍ରମିକମାନେ ଆସି ହଟିଂରେ ରହୁଥିଲେ ମଧ୍ୟ ସରକାର ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଅବହେଳାର ଶିକାର ହୋଇଆସୁଛନ୍ତି। ଏବେ ପାନୀୟ ସମସ୍ୟାରେ ପ୍ରାୟ ହଜାରେ ଲୋକ ଯୁଝି ହେଉଛନ୍ତି। ହଟିଂ ସ୍କୁଲ ସହ ଅନ୍ୟ ୨ ସ୍ଥାନରେ ଥିବା ନଳକୂଅ ଦୀର୍ଘଦିନ ହେଲା ଅଚଳ। ପ୍ରକଳ୍ପର ଦୂଷିତ ପାଣିକୁ ଲୋକେ ଶୌଚ ପାଇଁ ବ୍ୟବହାର କରୁଛନ୍ତି। ଶୁଦ୍ଧ ପାନୀୟ ଜଳ ପାଇଁ ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଗୋଟିଏ ସଂଯୋଗରେ ୩ଟି ଟ୍ୟାପର ବ୍ୟବସ୍ଥା ହୋଇଥିଲା। ଦୀର୍ଘ ଦିନ ହେଲା ମାତ୍ର ଗୋଟିଏ ଟ୍ୟାପରୁ ପାଣି ବାହାରୁଥିବାବେଳେ ୨ଟି ଖରାପ ହୋଇଯାଇଥିଲା। ବର୍ତ୍ତମାନ ସେହି ଗୋଟିଏ ଟ୍ୟାପ୍‌ରୁ ମଧ୍ୟ ଆବଶ୍ୟକ ମୁତାବକ ପାଣି ବାହାରୁନି। ମାସେ ହେଲାଣି ଘଣ୍ଟା ଘଣ୍ଟା ଧରି ଖରାତରାରେ ଧାଡ଼ିରେ ଛିଡା ହେବାକୁ ପଡୁଛି। ଏପରିକି ପାଣି ଆସୁ ନ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଲୋକେ ଗରା ମାଠିଆ ଧରି ଅପେକ୍ଷା କରୁଛନ୍ତି। ଏଥିପାଇଁ ସରକାର ଓ ପ୍ରକଳ୍ପ ଦୃଷ୍ଟି ନ ଦେଲେ ହଟିଂବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଏନ୍‌ଟିପିସି ପ୍ରକଳ୍ପ ଜନ ସମ୍ପର୍କ ଅଧିକାରୀ ଅମିତ କୁମାର ବେହେରାଙ୍କୁ ପଚାରିବାରେ କହିଛନ୍ତି, ହଟିଂକୁ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯାଉଛି। କେଉଁଠି ଅସୁବିଧା ହେଉଛି ତାହାର ତଦାରଖ କରାଯାଇ ସମସ୍ୟା ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri